Wednesday, May 27, 2026 02:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଶୋକ ପଣ୍ଡା-ବୁନୁ ଜେନାଙ୍କ ବିରୋଧରେ ବିଦ୍ରୋହ !

ଭୁବନେଶ୍ୱର ବିଜେଡିରେ ଅସମ୍ଭାଳ ଅବସ୍ଥା

by Our Correspondent
21 Nov, 2023- 04:57 PM
in Latest News, News, Politics
1 min read
0
ଅଶୋକ ପଣ୍ଡା-ବୁନୁ ଜେନାଙ୍କ ବିରୋଧରେ ବିଦ୍ରୋହ !

ଭୁବନେଶ୍ୱର: ଓଡ଼ିଶା ରୂପାନ୍ତରଣର ମଙ୍ଗ ଧରିଥିବା ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଭୁବନେଶ୍ୱର ବିଜେଡି ପକ୍ଷରୁ ନିକଟରେ ସମ୍ବର୍ଦ୍ଧିତ କରାଯାଇଥିଲା । ନବୀନ ନିବାସରେ ଶ୍ରୀ ପାଣ୍ଡିଆନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସଂଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ବିଏମସି କର୍ପୋରେଟରମାନଙ୍କୁ ଏକାଠି କରିବାର ଦାୟିତ୍ୱ ନେଇଥିଲେ ମେୟର ସୁଲୋଚନା ଦାସ । ମେୟରଙ୍କ ନିର୍ଦ୍ଦେଶରେ ତାଙ୍କ ବ୍ୟକ୍ତିଗତ ସହାୟକ ଦଳୀୟ କର୍ପୋରେଟରମାନଙ୍କୁ ଫୋନ୍ କରି ନବୀନ ନିବାସ ଆସିବାର ସମୟ ଜଣାଇଥିଲେ । ତେବେ ଏକଥା ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ହଜମ ହେଲା ନାହିଁ । ରାଗ ତମ ତମ ହୋଇ ମେୟରଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଫୋନ୍ କଲେ । ମେୟର ଏଥିରେ ମୁଣ୍ଡ ନ ପୂରାଇବାକୁ ଧମକେଇଲେ । କଥା ସେତିକିରେ ସରିଲାନି । ସମ୍ବର୍ଦ୍ଧନା ବେଳେ ମାମଲତକାର ସାଜି ୫-ଟି ଅଧ୍ୟକ୍ଷଙ୍କୁ ଫୁଲତୋଡ଼ା ଦେବାର ସୁଯୋଗ ମଧ୍ୟ ମେୟରଙ୍କୁ ଦେଲେ ନାହିଁ । ଯାହା ବିଜେଡି ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ଭାତ ହାଣ୍ଡିରୁ ଗୋଟେ ଭାତ ଚିପିଲା ଭଳି ଭୁବନେଶ୍ୱର ବିଜେଡିର ସ୍ଥିତି ଏହି ଗୋଟିକ ଘଟଣାରୁ ବୁଝିହେଉଛି । କ୍ଷମତାଶାଳୀ ନେତାଙ୍କ ଅସହିଷ୍ଣୁତା ଓ ହାକିମାତି କେଉଁଠି ପହଞ୍ଚିଲାଣି ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ନିଜକୁ ନବୀନ ପଟ୍ଟନାୟକଙ୍କ ଛାୟା ବୋଲାଉଥିବା ମନ୍ତ୍ରୀ ଅଶୋକ ପଣ୍ଡା ଦଳୀୟ ସଂଗଠନକୁ ମଜବୁତ କରିବା ବଦଳରେ ଛାରଖାର କରିବାକୁ ଉଦ୍ୟମ କରୁଥିବା ଦଳୀୟ ହାଇକମାଣ୍ଡଙ୍କ ପାଖରେ ଅଭିଯୋଗ ପହଞ୍ଚିଛି । ଭୁବନେଶ୍ୱର ମହାନଗର ନିଗମଠାରୁ ଆରମ୍ଭ କରି ଜିଲ୍ଲା ସଂଗଠନକୁ ହାତମୁଠାରେ ରଖିବା ପାଇଁ ଶ୍ରୀ ପଣ୍ଡା କୁଆଡ଼େ ଗୋଟିଚାଳନା କରୁଛନ୍ତି । ଏହି କ୍ରମରେ ତାଙ୍କର ପ୍ରଥମ ଶତ୍ରୁ ହୋଇଛନ୍ତି ମେୟର ସୁଲୋଚନା ଦାସ । ତେଣୁକରି ବିଏମସିର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ମେୟରଙ୍କ ବାଟ ଓଗାଳିବା କାମରେ ସେ ଲାଗିପଡ଼ିଛନ୍ତି । ନିଜକୁ ବଡ଼ ଦେଖାଇବାକୁ ଯାଇ ମେୟରଙ୍କୁ ସର୍ବସମ୍ମୁଖରେ ଅପମାନିତ କରିବାକୁ ପଛାଉ ନ ଥିବା ଅଭିଯୋଗ ହୋଇଛି ।

ରୋଚକ କଥା ହେଉଛି, ଶତ୍ରୁର ଶତ୍ରୁକୁ ମିତ୍ର କରିବା ନ୍ୟାୟରେ ପୂର୍ବତନ ମେୟର ତଥା ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଓରଫ୍ ବୁନୁ ଜେନାଙ୍କୁ ଶ୍ରୀ ପଣ୍ଡା ଇତିମଧ୍ୟରେ ନିଜର କରିଦେଇଛନ୍ତି । ବୁନୁଙ୍କ ଗୋଟି ଚାଳନାର ଶିକାର ହୋଇ ଏଥର ବିଏମସି କର୍ପୋରେଟର ଟିକେଟ ହରାଇଥିବା ଏବଂ ନିର୍ବାଚନରେ ପରାଜିତ ହୋଇଥିବା ଡର୍ଜନରୁ ଅଧିକ ପୂର୍ବତନ କର୍ପୋରେଟର ଏବଂ ବର୍ତ୍ତମାନର ଅର୍ଦ୍ଧାଧିକ କର୍ପୋରେଟରଙ୍କୁ ଅଶୋକ-ବୁନୁ ଯୋଡି ଦମନ କରିବା ପାଇଁ ବିଭିନ୍ନ କୌଶଳ ଲଗାଇଥିବା କୁହାଯାଉଛି । ଏହି କାରଣରୁ ଉଭୟ ଶିବିର ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ସଂଗଠନରେ ଏଭଳି ଅସ୍ଥିରତା ଦଳ ପାଇଁ ମହଙ୍ଗା ହୋଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନା ହେଉଛି ।

ସୂଚନାଥାଉକି, ଏକାମ୍ର ଆସନରୁ ଅଶୋକ ପଣ୍ଡା ୨୦୦୯ ମସିହାରୁ କ୍ରମାଗତ ଭାବେ ବିଜେଡି ଟିକେଟ ପାଉଛନ୍ତି ଏବଂ ଅନାୟାସରେ ଜିତି ଆସୁଛନ୍ତି । ଦୁଇ ଦୁଇ ଥର ମନ୍ତ୍ରୀ ବି ହେଲେଣି । ତେବେ ସେ କେମିତି ଟିକେଟ ପାଆନ୍ତି ଏବଂ ମନ୍ତ୍ରୀ ହୁଅନ୍ତି ତାହା କେହି ବୁଝିପାରନ୍ତି ନାହିଁ । କାରଣ ତାଙ୍କ ପାଖରେ ସ୍ୱଚ୍ଛ ଚେହେରା ନାହିଁ କି ସଂଗଠନରେ ଦବଦବା ନାହିଁ କି ଲୋକଙ୍କ ପାଖରେ ଗ୍ରହଣୀୟତା ନାହିଁ । ଅଦୃଶ୍ୟ ଶକ୍ତିଙ୍କ ଆଦର ଓ ଆଶୀର୍ବାଦରେ ସେ କିନ୍ତୁ ବଳୀୟାନ୍ । ଏଣୁ ଉଚ୍ଚ ସରକାରୀ ଚାକିରି ପରେ ତିନି ତିନି ଥର ବିଧାୟକ ଏବଂ ଦୁଇ ଦୁଇ ଥର ମନ୍ତ୍ରୀ ହେଲା ପରେ ବି ତାଙ୍କର କ୍ଷମତା ନିଶା ଯାଉନାହିଁ ।

ଆଗାମୀ ନିର୍ବାଚନରେ ତାଙ୍କ ଟିକେଟକୁ ସୁରକ୍ଷିତ ରଖିବା ପାଇଁ ସେ ଦଳୀୟ ଶତ୍ରୁ ଦମନ ଗୋଟିଚାଳନାରେ ବ୍ୟସ୍ତ ଥିବା କୁହାଯାଉଛି । ତାଙ୍କର ଏହି କାର୍ଯ୍ୟ ପାଇଁ ଗତଥର ବାବୁ ସିଂଙ୍କ ଭଳି ଜଣେ ଦକ୍ଷ ନେତାଙ୍କୁ ବିଜେଡି ହରାଇଥିଲା । ଏବେ ଦଳର ସାଂଗଠନିକ ଶକ୍ତିବୃଦ୍ଧିରେ ଅତ୍ୟନ୍ତ ଉପଯୋଗୀ ଥିବା ଏକାମ୍ର ଟିକେଟ ଆଶାୟୀ ସଂଗ୍ରାମ(ଗାଲା) ପାଇକରାୟ, ବିରଞ୍ଚି ନାରାୟଣ(ଲିଟୁ) ମହାସୁପକାର ଓ ରଣଜିତ୍(ଲିଟୁ) ମହାପାତ୍ରଙ୍କ ପତା କାଟିବାକୁ ସେ ତାଙ୍କର ଅସ୍ତ୍ର ସଜୋଉଛନ୍ତି ।

ବୁନୁ ଜେନାଙ୍କ କ୍ଷେତ୍ରରେ ମଧ୍ୟ ସମାନ କଥା । ଦୁଇ ଦୁଇ ଥର ମେୟର ଏବଂ ଥରେ ବିଧାୟକ ହେଲା ପରେ ବି ସେ ଅନ୍ୟ କାହାରି ଉତଥାନକୁ ସହିବା ଅବସ୍ଥାରେ ନାହାନ୍ତି । ଗତଥର ଡରେଇ ଧମକେଇ ଟିକେଟ୍ ନେଇଥିଲେ । ଏଥର ସେମିତି ଉପାୟରେ ଟିକେଟ ହାତେଇବାକୁ ସେ କୁଆଡ଼େ ଯୋଜନା ରଖିଛନ୍ତି । ବିଏମସିର ବରିଷ୍ଠ କର୍ପୋରେଟର ଅମରେଶ(ବାଇଁଆ) ଜେନା ତାଙ୍କ ପାଇଁ ବିପଦ ଥିବାରୁ ସେ ତାଙ୍କ ଗୋଷ୍ଠୀର ପକ୍ଷଛେଦନ ପାଇଁ ଜାଲ ବିଛାଇଛନ୍ତି ।

ବାଇଁଆ କେବଳ ଜଣେ କର୍ପୋରେଟର ନୁହଁନ୍ତି । ସେ ଦଳର ଜଣେ ଟାଣୁଆ ଯୁବନେତା । ୨୦୧୯ ସାଧାରଣ ନିର୍ବାଚନ ବେଳେ ଭୁବନେଶ୍ୱର ଜିଲ୍ଲା ସଂଗଠନର ନେତୃତ୍ୱ ନେଉଥିଲେ । ତାଙ୍କର ସାଂଗଠନିକ ଦକ୍ଷତା ପାଇଁ ଏବେ ତାଙ୍କୁ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ଅତଏବ ଦଳୀୟ ନେତୃତ୍ୱଙ୍କ ଭରସାରେ ବାଇଁଆ ଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ଅଶୋକ ପଣ୍ଡା ବୁନୁଙ୍କୁ ଖୁସି କରାଇବାକୁ ବାଇଁଆଙ୍କ ଶତ୍ରୁ ହୋଇଛନ୍ତି । ତାଙ୍କର ଚେର କାଟିବା ଉଦ୍ୟମ କରୁଛନ୍ତି । ଏହା ଦଳ ପାଇଁ ଆଦୌ ଶୁଭଙ୍କର ନୁହେଁ ।

ସେହିଭଳି ଦଳର ଅନ୍ୟତମ ଟାଣୁଆ ଯୁବନେତା ତଥା ଦକ୍ଷ ସଂଗଠକ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ପଛରେ ପଡ଼ିଛନ୍ତି ବୁନୁ । ଦଳର ସମ୍ପାଦକ ଭାବେ ‘ଓଡ଼ିଶା ମୋ ପରିବାର’ ର ଦାୟିତ୍ୱ ସମ୍ଭାଳୁଥିବା ରୁଦ୍ରଙ୍କ ଗତିପଥରେ ସେ ପ୍ରତିବନ୍ଧକ ସାଜିଥିବା କୁହାଯାଉଛି । ଦଳୀୟ କାର୍ଯ୍ୟକ୍ରମ ବାଦ ରୁଦ୍ର ନିଜର ସଂଗଠନ ‘ଜୟ ଓଡ଼ିଶା’ ମାଧ୍ୟମରେ ବିଭିନ୍ନ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟରେ ନିଜକୁ ଜଡ଼ିତ ରଖିଥିଲେ ମଧ୍ୟ ବୁନୁ ନିଜର ସମର୍ଥକମାନଙ୍କୁ ତାଙ୍କ ବିରୋଧରେ ମତେଇ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ କରୁଥିବା ଅଭିଯୋଗ ମଧ୍ୟ ଆସିଛି ।

ଅଶୋକ ପଣ୍ଡା-ବୁନୁ ଜେନାଙ୍କ ଯୋଡିଙ୍କ ଏଭଳି କାରସାଦି ବିରୋଧରେ ପ୍ରାୟ ୪୦ ଜଣ ଆଗଧାଡ଼ିର ନେତା ଚାରି ଦିନ ତଳେ ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନାଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଦୁହେଁ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦଳକୁ ଦୁର୍ବଳ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ଗତ ନିର୍ବାଚନରେ ଅଶୋକ ପଣ୍ଡା ଓ ବୁନୁ ଜେନାଙ୍କ ଷଡ଼ଯନ୍ତ୍ର ପାଇଁ ଦଳର ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ପରାଜିତ ହୋଇଥିବା କଥାକୁ ସେମାନେ ମନେ ପକାଇ ଦେଇଥିବା ଜଣାପଡ଼ିଛି ।

 

Previous Post

ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି

Next Post

‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ର ଶୁଭାରମ୍ଭ

Next Post
‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ର ଶୁଭାରମ୍ଭ

‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ର ଶୁଭାରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA