ଭୁବନେଶ୍ୱର: ଜି.ଉଦୟଗିରିର ବିଧାୟକ ସାଲୁଗା ପ୍ରଧାନ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ବିଜେଡି ପକ୍ଷରୁ ଗତକାଲି ସେ ମନୋନୟନପତ୍ର ଦାଖଲ କରିଥିବା ବେଳେ ଅନ୍ୟ ଦଳ ପ୍ରାର୍ଥୀ ଦେଇ ନ ଥିଲେ । ଫଳରେ ଆଜି ଆନୁଷ୍ଠାନିକ ଭାବେ ସାଲୁଗାଙ୍କୁ ନିର୍ବାଚିତ ଘୋଷଣା କରାଯାଇଛି ।
୬୪ ବର୍ଷୀୟ ସାଲୁଗା ପ୍ରଧାନ ଜି. ଉଦୟଗିରି ବିଧାନସଭା ଆସନରୁ ଦ୍ୱତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।
ସୂଚନାଯୋଗ୍ୟ, ବିଧାନସଭାର ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂହ ଗତ ୮ ତାରିଖ ଦିନ ଇସ୍ତଫା ଦେଇଥିଲେ । ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ରହିବାକୁ ସେ ଏହି ସାମ୍ବିଧାନିକ ପଦରୁ ଇସ୍ତଫା ଦେଇଥିଲେ । ସେହିଦନଠାରୁ ଉପବାଚସ୍ପତି ପଦ ଖାଲି ପଡ଼ିଥିଲା ।