Monday, October 2, 2023 11:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିକ୍ରମ, ସୁଦାମ, ସାରଦା ନୂଆ ମନ୍ତ୍ରୀ

କାଲି ସକାଳ ୯.୫୦ ରେ ଶପଥ ଗ୍ରହଣ

by Our Correspondent
21 May, 2023- 08:46 PM
in Latest News, News
1 min read
0
ବିକ୍ରମ, ସୁଦାମ, ସାରଦା ନୂଆ ମନ୍ତ୍ରୀ

ଭୁବନେଶ୍ୱର: କଳ୍ପନାଜଳ୍ପନାର ଅବସାନ ଘଟିଛି । ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଏବଂ ସାରଦା ପ୍ରସାଦ ନାୟକ ହେବେ କ୍ୟାବିନେଟ୍ ମନ୍ତ୍ରୀ । ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଆସନ୍ତାକାଲି ସେମାନେ ସାମିଲ ହେବେ । ଲୋକସେବା ଭବନର କନଭେନସନ୍ ହଲରେ ସକାଳ ୯.୫୦ ମିନିଟ୍ ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସେମାନଙ୍କୁ ଶପଥ ପାଠ କରାଇବେ ।

ମନ୍ତ୍ରିମଣ୍ଡଳରେ ସାମିଲ ହେଉଥିବା ଏହି ତିନି ବରିଷ୍ଠ ନେତା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦରେ ଥିଲେ । ବିକ୍ରମ ଏକାଧିକ ଥର ଓଜନଦାର ମନ୍ତ୍ରୀ ଥିଲା ବେଳେ ନବୀନଙ୍କ ତୃତୀୟ ପାଳିରେ ସାରଦା ନାୟକ ନଗର ଉନ୍ନୟନ, ଯୋଗାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଥିଲେ । ପଞ୍ଚମ ପାଳି ସରକାରରେ ବିକ୍ରମ ଏବଂ ସୁଦାମ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ମାତ୍ର ଗତବର୍ଷ ଜୁନ୍ ପ୍ରଥମ ସପ୍ତାହରେ ଅନୁଷ୍ଠିତ ଅଦଳବଦଳରେ ମୁଖ୍ୟମନ୍ତ୍ରୀ ଏହି ଦୁଇଜଣଙ୍କୁ ମନ୍ତ୍ରିପଦରୁ ଅବ୍ୟାହତି ଦେଇଥିଲେ । ବିକ୍ରମଙ୍କୁ ବାଚସ୍ପତି ପଦ ଦିଆଯାଇଥିଲା ।

ସୂଚନାଥାଉକି, ଗତ ଜାନୁଆରୀ ମାସରେ ନବ ଦାସଙ୍କ ପରଲୋକ ଏବଂ ନିକଟରେ ସମୀର ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଯୋଗୁଁ ୩ ମନ୍ତ୍ରୀ ପଦ ଖାଲି ପଡ଼ିଥିଲା । ବିକ୍ରମ ଆରୁଖ ମଧ୍ୟ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ମେ’ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଥିବା ବେଳେ ଭୁବନେଶ୍ୱରରେ ଅଚାନକ ଏହି ଇସ୍ତଫା ନାଟକ ସମସ୍ତଙ୍କୁ ଚକିତ କରିଥିଲା । ମନ୍ତ୍ରିମଣ୍ଡଳ ପୁନର୍ଗଠନ ସୁନିଶ୍ଚିତ ବୋଲି ଆଭାସ ମିଳିଥିଲା ।

ସୋମବାର ସକାଳେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହେବ ବୋଲି ଗତକାଲି ସଂଧ୍ୟାରେ ସ୍ପଷ୍ଟ ହୋଇଥିଲା । ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟସୂଚୀ ମୁଖ୍ୟ ଶାସନ ସଚିବଙ୍କ ଅଫିସରୁ ଆଜି ଜାରି ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ରୁ କାହା ପାଖକୁ ଫୋନ୍ କଲ୍ ଯାଉଛି ତାହା ଜାଣିବାକୁ ସମସ୍ତେ ଉତ୍କଣ୍ଠାର ସହ ଅନାଇଁ ରହିଥିଲେ । ସଂଧ୍ୟା ପରେ ଏହି ଉତ୍କଣ୍ଠାର ଅବସାନ ଘଟିଛି ।

ଖୁବ୍ ଶୀଘ୍ର ନୂଆ ବାଚସ୍ପତିଙ୍କ ନାଁ ଘୋଷଣା ହେବ ବୋଲି ଜଣାପଡ଼ିଛି ।

 

Previous Post

କାନ୍ଦିଲେ ବନ୍ଦେ ଭାରତ ଯାତ୍ରୀ

Next Post

ନୂଆପଡ଼ାରେ ୫-ଟି ସଚିବ ପାଣ୍ଡିଆନ୍

Next Post
ନୂଆପଡ଼ାରେ ୫-ଟି ସଚିବ ପାଣ୍ଡିଆନ୍

ନୂଆପଡ଼ାରେ ୫-ଟି ସଚିବ ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3386 shares
    Share 1354 Tweet 847
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2194 shares
    Share 878 Tweet 549
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2085 shares
    Share 834 Tweet 521
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2059 shares
    Share 824 Tweet 515
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1938 shares
    Share 775 Tweet 485

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA