Thursday, May 7, 2026 09:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାନ୍ଦିଲେ ବନ୍ଦେ ଭାରତ ଯାତ୍ରୀ

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧାବାଟରେ ଅଟକିଲା

by Our Correspondent
21 May, 2023- 08:12 PM
in Latest News, News
1 min read
0
କାନ୍ଦିଲେ ବନ୍ଦେ ଭାରତ ଯାତ୍ରୀ

ଭୁବନେଶ୍ୱର: ବନ୍ଦେ ଭାରତ ଏକ୍ସପ୍ରେସ୍ ଓଡ଼ିଶାରେ ଗଡ଼ିବାର ଆଜି ଚତୁର୍ଥ ଦିନରେ ଅଘଟଣ ଘଟିଛି । ହାୱଡା ଯାତ୍ରା କରୁଥିବା ଏହି ଟ୍ରେନ୍ କାଳବୈଶାଖୀ ମାଡ଼ରେ ଦରମରା ହୋଇଯାଇଛି । ଯାଜପୁରର ମଞ୍ଜୁରୀ ରୋଡ୍ ଷ୍ଟେସନ୍ ନିକଟ ବୈତରଣୀ ବ୍ରିଜ୍ ଉପରେ ଅଟକି ରହିଛି ଟ୍ରେନ୍ । ଟ୍ରେନ୍ ଉପରେ ଗଛ ପଡ଼ି ତାର ଛିଣ୍ଡି ଯିବା ସହ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏସି ଅଚଳ ଏବଂ ଟ୍ରେନ୍ ଡୋର୍ ଲକ୍ ହୋଇଯିବାରୁ ଯାତ୍ରୀମାନେ ଅଣନିଶ୍ୱାସୀ ଅବସ୍ଥାରେ ଭଗବାନଙ୍କୁ ଡାକିଛନ୍ତି । ଇଞ୍ଜିନରୁ ବିଦ୍ୟୁତ ତାରକୁ ସଂଯୋଗ ଯନ୍ତ୍ରାଂଶରେ ତ୍ରୁଟିକୁ ସଜାଡ଼ିବା ପାଇଁ ଭଦ୍ରକରୁ ଟେକ୍ନିକାଲ୍ ଟିମ୍ ଆସିଥିଲେ । 

ପୁରୀରୁ ହାୱଡା ଯାତ୍ରା କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଆଜି ଅପରାହ୍ନ ପ୍ରାୟ ୪.୨୦ ମିନିଟ୍ ରେ ବୈତରଣୀ ରୋଡ୍ ଅତିକ୍ରମ କରୁଥିଲା ବେଳେ କାଳବୈଶାଖୀ ମାଡ଼ି ଆସିଥିଲା । ଜୋର ପବନ, ଘଡ଼ଘଡ଼ି ଓ ବିଜୁଳିରେ ଥରହର ହୋଇଥିଲା ଟ୍ରେନ । ଇଲେକଟ୍ରିକ୍ ତାର ସମ୍ପୂର୍ଣ୍ଣ ଜଳିଯାଇଥିଲା । ପ୍ରବଳ ପବନ ସାଙ୍ଗକୁ ଟ୍ରେନ୍ ରେ ଘନ ଘଡ଼ ବିଜୁଳି ମାଡ଼ ହେବାରୁ ଏହା ଟ୍ରାକ୍ ଉପରକୁ ଉଠି କଚାଡ଼ି ହେଉଥିବା ଜଣେ ଯାତ୍ରୀ କହିଛନ୍ତି । ସେତିକିବେଳେ ଏକ ବିରାଟ ଗଛ ଉଡ଼ିଆସି ପ୍ରବଳ ଶବ୍ଦ ସହ ଟ୍ରେନ୍ ଉପରେ ପଡ଼ିବାରୁ ତାର ସବୁ ଛିଣ୍ଡି ଗୁଡ଼େଇ ହୋଇଯାଇଥିଲା । ବିଜୁଳି ସଂଯୋଗ ବିଚ୍ଛିନ୍ନ ହେବାରୁ ଇଞ୍ଜିନ୍ ବନ୍ଦ ହୋଇ ଭିତର ଅନ୍ଧାର ହୋଇଗଲା । ଟ୍ରେନ୍ ଆଗକୁ ଗଡ଼ିପାରିଲାନି ।

ରିପୋର୍ଟ ଲେଖା ହେଲା ବେଳକୁ ଟ୍ରେନ୍ ମରାମତି କାମ ସରି ନ ଥିବା ଜଣାପଡ଼ିଛି । ଟ୍ରେନ୍ ଅଟକି ରହିଥିବା ଜାଗାଟି ସମ୍ପୂର୍ଣ୍ଣ ଅନ୍ଧାର ହୋଇଥିବା ବେଳେ ବିଜୁଳି ନ ଥିବାରୁ ବଗି ଭିତରେ ଯାତ୍ରୀମାନେ ସମ୍ପୂର୍ଣ୍ଣ ଅନ୍ଧକାରରେ ଅଛନ୍ତି । ଗରମରେ ସଢ଼ୁଛନ୍ତି । ଟଏଲେଟ୍ ରେ ପାଣି ଟୋପେ ନାହିଁ । ସେହି ଅଞ୍ଚଳରେ ମୋବାଇଲ୍ ଟାୱାର ନ ଥିବାରୁ ଫୋନ୍ ଯୋଗାଯୋଗ ମଧ୍ୟ ସମ୍ଭବ ହୋଇପାରୁନି ।

ଶେଷ ଖବର ଅନୁଯାୟୀ ଦୀର୍ଘ ସାଢ଼େ ତିନି ଘଣ୍ଟା ଅଟକି ରହିବା ପରେ ରାତି ୮ଟା ୫ ରେ ବନ୍ଦେ ଭାରତ ଟ୍ରେନ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛି ।

Previous Post

ବିଷ ବୁଣିଲେ ନାଥୁରାମ ଭକ୍ତ !

Next Post

ବିକ୍ରମ, ସୁଦାମ, ସାରଦା ନୂଆ ମନ୍ତ୍ରୀ

Next Post
ବିକ୍ରମ, ସୁଦାମ, ସାରଦା ନୂଆ ମନ୍ତ୍ରୀ

ବିକ୍ରମ, ସୁଦାମ, ସାରଦା ନୂଆ ମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA