Thursday, June 1, 2023 03:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଷ ବୁଣିଲେ ନାଥୁରାମ ଭକ୍ତ !

ଜେଲ୍ ଫେରନ୍ତା ୟୁ ଟ୍ୟୁବର୍ ଙ୍କ ନାଁରେ ଏତଲା

by Our Correspondent
21 May, 2023- 04:32 PM
in Latest News, News
1 min read
0
ବିଷ ବୁଣିଲେ ନାଥୁରାମ ଭକ୍ତ !

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଦେଶଦ୍ରୋହୀ ସଜାଇ ତାଙ୍କ ବିରୋଧରେ ବିଷ ମଞ୍ଜି ବୁଣିବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଏଜେଣ୍ଡା ହୋଇଛି । ଏହି ଗୋଷ୍ଠୀ ସୋସିଆଲ୍ ମିଡିଆକୁ ଏବେ ପ୍ରଚାରର ଆୟୁଧ କରିଛନ୍ତି । ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି ଲାଗି ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କୁହାଯାଉଛି । ଗତକାଲିଠାରୁ ସୋସିଆଲ୍ ମିଡିଆରେ ଘୁରୁଥିବା ଏଭଳି ଏକ ପୋଷ୍ଟକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଲାଣି । ଆଜି ସହିଦ ନଗର ଥାନାରେ ଛାତ୍ର କଂଗ୍ରେସ ନେତାମାନେ ଏ ନେଇ ଏତଲା ଦେଇଛନ୍ତି ।

ସୋସିଆଲଟକସ୍ ନାମକ ଏକ ଫେସବୁକ୍ ପେଜ୍ ରେ ଏହି ବିବାଦୀୟ ପୋଷ୍ଟ ଦେଖିବାକୁ ମିଳିଛି । ସେଥିରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଦେଶଦ୍ରୋହୀ ଏବଂ ତାଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶପ୍ରେମୀ ଭାବେ ଉପସ୍ଥାପିତ କରିବାକୁ ଚେଷ୍ଟା କରାଯାଇଛି । ନାଥୁରାମଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ସହ ତୁଳନା କରିବାକୁ ବି ପଛାଇନାହାନ୍ତି । ଭାରତ ମାତା କି ଜୟ ଏବଂ ନାଥୁରାମ ଗଡସେ ଜିନ୍ଦାବାଦ ହାସଟାଗ୍ ରେ ହିନ୍ଦୁତ୍ୱ ଓ ଅଖଣ୍ଡ ଭାରତର ସୁରକ୍ଷା କଥା କୁହାଯାଇଛି । ଏହି ଲେଖା ସହ ନାଥୁରାମ ଗଡସେଙ୍କ ଜନ୍ମଜୟନ୍ତୀ ପାଳନ ଏବଂ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଉଥିବାର ଫଟୋ ସେୟାର୍ କରାଯାଇଛି ।

ଜାତିର ପିତାଙ୍କ ପ୍ରତି ଏଭଳି ଭୟଙ୍କର ଅପମାନ ଏବଂ ଅସମ୍ମାନକୁ ଯୁବ କଂଗ୍ରେସର କିଛି ନେତା ଗ୍ରହଣ କରିପାରିନାହାନ୍ତି । ଧାର୍ମିକ ବିଦ୍ୱେଷ ସୃଷ୍ଟି ଏବଂ ନାଥୁରାମଙ୍କୁ ଦେଶପ୍ରେମୀ ଦର୍ଶାଇଥିବା ସଂପୃକ୍ତ ଫେସବୁକ୍ ପେଜ୍ ସଂଚାଳକ ତଥା ୟୁ ଟ୍ୟୁବର୍ ପ୍ରକାଶ ନାୟକ(୨୬)ଙ୍କ ବିରୋଧରେ ସହିଦ ନଗର ଥାନାରେ ଏତଲା ଦେଇଛନ୍ତି ।

ଏତଲାକାରୀ ନଳିନୀକାନ୍ତ ନାୟକ, ବିଶ୍ୱଭୂଷଣ ମହାପାତ୍ର, ସମୀର ରାଉତ, ବାଦଲ ନାୟକ, ଅଖିଳେଶ ଯାଦବ, ଏମଡି ମନୱାର ଏବଂ ଏନ ଇସଲାମ୍ ଦର୍ଶାଇଛନ୍ତି ଯେ ଏହି ସୋସିଆଲଟକସ୍ ପେଜ୍ କେବଳ ସମାଜରେ ଘୃଣା, ବିଦ୍ୱେଷ, ବିଶୃଙ୍ଖଳା କାର୍ଯ୍ୟ ପାଇଁ ଉତ୍ତେଜିତ କଲା ଭଳି ଭିଡିଓ ଏବଂ ବାରମ୍ବାର ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ମିଥ୍ୟା ଭିଡିଓ ପ୍ରସାରଣ କରିଥାଏ । ଯାହା ଫଳରେ ଏହି ବ୍ୟକ୍ତିଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଏତଲା ଦିଆଯାଇଛି ଏବଂ ସେ ଜେଲ୍ ଯାଇଛନ୍ତି ।

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅପମାନିତ କରିବା ଏବଂ ତାଙ୍କ ହତ୍ୟାକାରୀକୁ ସଠିକ୍ ବୋଲି ଦର୍ଶାଇ ଦେଶ ତଥା ଆମ ଶାନ୍ତିପ୍ରିୟ ରାଜ୍ୟରେ ଦଙ୍ଗା ସୃଷ୍ଟି କରିବା ଏହି ବ୍ୟକ୍ତିର ମୌଳିକ ଧର୍ମ ହୋଇଛି । ସମାଜରେ ଶାନ୍ତି, ମୈତ୍ରୀ ଓ ଭାଇଚାରାକୁ ବଜାୟ ରଖିବା ପାଇଁ ଏହି ବ୍ୟକ୍ତି ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରି ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ଦୁଇ ମାସ ତଳେ ସୋସିଆଲ୍ ମିଡିଆରେ ଜଣେ ମହିଳାଙ୍କ ପ୍ରତି ଅରୁଚିକର ଟିପ୍ପଣୀ ଦେଇ ଏହି ୟୁ ଟ୍ୟୁବର୍ ଜେଲ୍ ଯାଇଥିଲେ ।

Previous Post

ପାଣ୍ଡିଆନ୍ ଙ୍କ କଳାହାଣ୍ଡି ଗସ୍ତର ଦ୍ୱିତୀୟ ଦିନ

Next Post

କାନ୍ଦିଲେ ବନ୍ଦେ ଭାରତ ଯାତ୍ରୀ

Next Post
କାନ୍ଦିଲେ ବନ୍ଦେ ଭାରତ ଯାତ୍ରୀ

କାନ୍ଦିଲେ ବନ୍ଦେ ଭାରତ ଯାତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3329 shares
    Share 1332 Tweet 832
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2183 shares
    Share 873 Tweet 546
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2076 shares
    Share 830 Tweet 519
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2043 shares
    Share 817 Tweet 511
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1930 shares
    Share 772 Tweet 483

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA