Tuesday, June 30, 2026 02:38 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରଥ କାମ ପାଇଁ ବାୟୋ ବବଲ୍ ବ୍ୟବସ୍ଥା

ଅଭେଦ୍ୟ ସୁରକ୍ଷା ବଳୟରେ କାମ କରିବେ ସେବାୟତ

by Our Correspondent
20 May, 2021- 08:34 PM
in Latest News, News
1 min read
0
ରଥ କାମ ପାଇଁ ବାୟୋ ବବଲ୍ ବ୍ୟବସ୍ଥା

ପୁରୀ: ରଥଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । କୋଭିଡ୍ କଟକଣା ମଧ୍ୟରେ ଏବର୍ଷ ମଧ୍ୟ ରଥଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ସୁଚାରୁରୂପେ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟା ଭିଡ଼ିଛି । ତେବେ ଏଥର ରଥ ନିର୍ମାଣରେ ନିୟୋଜିତ ସେବାୟତମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଅଭିନବ ପଦକ୍ଷେପ ଭାବେ ବାୟୋ ବବଲ୍ ବ୍ୟବସ୍ଥା କରାଯାଉଛି । କରୋନାରୁ ରକ୍ଷା ପାଇବା ପାଇଁ ଏହା ହେଉଛି ଜୈବ ସୁରକ୍ଷାର ଅଭେଦ୍ୟ ବଳୟ । ଯେଉଁଠିକି ସଂକ୍ରମଣ ଭେଦ କରିପାରିବ ନାହିଁ ।

ଆଜି ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ରଥଖଳାରେ କାମ କରୁଥିବା ସବୁ ସେବାୟତଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ସମସ୍ତଙ୍କୁ ଏନ୍-୯୫ ମାସ୍କ ଯୋଗାଣ ପାଇଁ ନିଷ୍ପତ୍ତି ହୋଇଛି । ସେମାନଙ୍କ ଟେଷ୍ଟିଂ ଓ ଟିକାକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପ୍ରତିଦିନ ରଥକାମର ସମୀକ୍ଷା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି । ମୋଟାମୋଟି ଭାବେ କୋଭିଡ୍ କଟକଣା ଭିତରେ ସୁରକ୍ଷିତ ଓ ଶୃଙ୍ଖଳାର ସହ ରଥ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିବାକୁ ସବୁପ୍ରକାର ଉଦ୍ୟମ ହେଉଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ରଥଖଳା ଭିତରକୁ ରଥକାମରେ ସଂପୃକ୍ତ ସେବାୟତଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ପ୍ରବେଶ କଟକଣା ଲାଗିଛି । ସନ୍ଦିଗ୍ଧ ସେବାୟତଙ୍କ ଟେଷ୍ଟ କରାଯାଇ ପ୍ରଥମେ ସେମାନଙ୍କୁ ଗୁଣ୍ଡିଚା ଭକ୍ତ ନିବାସରେ ରଖାଯାଉଛି । ନେଗେଟିଭ୍ ଥିଲେ ପୁଣି ନିଳାଦ୍ରୀ ଭକ୍ତ ନିବାସରେ ରଖାଯାଉଛି । ପଜିଟିଭ୍ ଚିହ୍ନଟ ହେଉଥିବା ସେବାୟତଙ୍କୁ ନୀଳାଚଳ ଭକ୍ତ ନିବାସରେ ରଖାଯାଇ ଚିକିତ୍ସା କରାଯାଉଛି ।

ସୂଚନାଯୋଗ୍ୟ, କଡ଼ା କଟକଣା ସତ୍ତ୍ୱେ ଇତିମଧ୍ୟରେ ରଥଖଳାରେ ନିୟୋଜିତ ୮୮ ସେବାୟତଙ୍କ ମଧ୍ୟରୁ ୮ ଜଣଙ୍କଠାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରେ ଥାଇ କାମ କରୁଥିବା ୩ ମହାରଣା ଓ ୫ ଜଣ ସେବାୟତଙ୍କୁ କରୋନା ହୋଇଛି ।

Previous Post

ରଘୁନାଥ ମହାପାତ୍ରଙ୍କ ବଡ଼ପୁଅ ବି ଚାଲିଗଲେ

Next Post

ମହାନତା ପାଇଁ ପୁଣି ଚର୍ଚ୍ଚାରେ ଆଇଏଏସ୍ କ୍ରିଷନ୍ କୁମାର

Next Post
ମହାନତା ପାଇଁ ପୁଣି ଚର୍ଚ୍ଚାରେ ଆଇଏଏସ୍ କ୍ରିଷନ୍ କୁମାର

ମହାନତା ପାଇଁ ପୁଣି ଚର୍ଚ୍ଚାରେ ଆଇଏଏସ୍ କ୍ରିଷନ୍ କୁମାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA