Tuesday, June 30, 2026 04:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହାନତା ପାଇଁ ପୁଣି ଚର୍ଚ୍ଚାରେ ଆଇଏଏସ୍ କ୍ରିଷନ୍ କୁମାର

ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ

by Our Correspondent
21 May, 2021- 07:45 PM
in Latest News, News
1 min read
0
ମହାନତା ପାଇଁ ପୁଣି ଚର୍ଚ୍ଚାରେ ଆଇଏଏସ୍ କ୍ରିଷନ୍ କୁମାର

ଭୁବନେଶ୍ୱର: ଦୁର୍ଘଟଣାରେ ଗୁରୁତର ଆହତ ହୋଇ ରାସ୍ତାରେ ଛଟପଟ ହେଉଥିବା ଜଣେ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ହସ୍ପିଟାଲ୍ ନେଇ ତାଙ୍କ ଜୀବନ ବଞ୍ଚାଇଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର ଡ.କ୍ରିଷନ୍ କୁମାର । ଦୁଇ ମାସ ତଳେ ଶ୍ରୀମନ୍ଦିରରେ ପଥର ପଡ଼ି ଗୁରୁତର ଆହତ ହୋଇଥିବା ଜଣେ ସେବାୟତଙ୍କ ଘରକୁ ଯିବା ଏବଂ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ରେ ତାଙ୍କର ଚିକିତ୍ସା ବନ୍ଦୋବସ୍ତ କରି ଚର୍ଚ୍ଚାକୁ ଆସିଥିବା ଏହି ଆଇଏଏସ୍ ଅଫିସରଙ୍କ ପୁଣି ଏଭଳି ମହନୀୟ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଗତକାଲି ପୁରୀରେ ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା ବୈଠକ ସାରି ସଂଧ୍ୟାରେ ଭୁବନେଶ୍ୱର ଫେରୁଥିଲେ । ପୁରୀ-ଭୁବନେଶ୍ୱର ରାଜପଥର ଉତ୍ତରା ଛକ ସିଫା ନିକଟରେ ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ପଡ଼ିଥିବା ଦେଖି ସେ ହଠାତ୍ ଅଟକି ଯାଇଥିଲେ । ଆହତଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ୍ ନେଇ ଆସିଥିଲେ । ତୁରନ୍ତ ଚିକିତ୍ସା ଲାଗି ସେଠାରେ ବନେ୍ଦାବସ୍ତ କରିବା ପରେ ଯାଇ ଘରକୁ ଫେରିଥିଲେ । ଠିକ୍ ସମୟରେ ଚିକିତ୍ସା ପାଇବାରୁ ସଂପୃକ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଛି । ସେ ଏବେ ଭଲ ଥିବା ଜଣାପଡ଼ିଛି ।

ଆହତ ହୋଇଥିବା ଏହି ବ୍ୟକ୍ତି ଜଣଙ୍କ ରତ୍ନାକର ପ୍ରଧାନ ବୋଲି ଜଣାପଡ଼ିଛି । ଏକ ମଟରସାଇକେଲ ଧକ୍କାରେ ସେ ରାସ୍ତାରେ ଛିଟିକି ପଡ଼ିଥିଲେ ଏବଂ ଗୁରୁତର ଆହତ ଅବସ୍ଥାରେ ଛଟପଟ ହେଉଥିଲେ । ସାହାଯ୍ୟ ପାଇଁ ଚିକ୍ରାର କରୁଥିଲେ ମଧ୍ୟ କାହାରି ଦେଖା ମିଳି ନ ଥିଲା । ଆଉ ଏହି ସମୟରେ ରତ୍ନାକରଙ୍କ ପାଇଁ ଦେବଦୂତ ହୋଇ ଉଭା ହୋଇଥିଲେ ଡ. କ୍ରିଷନ୍ କୁମାର ।

ଡ. କ୍ରିଷନ୍ କୁମାରଙ୍କ ଏହି ମହାନତା ପାଇଁ ସୋସିଆଲ୍ ମିଡ଼ିଆରେ ପ୍ରଶଂସାର ସୁଅ ଛୁଟିଛି । ତେବେ ଗଣମାଧ୍ୟମକୁ ଅତ୍ୟନ୍ତ ବିନମ୍ରତାର ପ୍ରତିକ୍ରିୟା ଦେଇଛନ୍ତି । ମୋ ଜାଗାରେ ସେଠାରେ ଅନ୍ୟ କେହି ବି ପହଞ୍ଚିଥିଲେ ସମାନ କାର୍ଯ୍ୟ କରିଥାଆନ୍ତେ ବୋଲି ସେ କହିଛନ୍ତି ।

Previous Post

ରଥ କାମ ପାଇଁ ବାୟୋ ବବଲ୍ ବ୍ୟବସ୍ଥା

Next Post

ଉତ୍ତର ଓଡ଼ିଶା-ସୁନ୍ଦରବନ ମଧ୍ୟରେ ଲ୍ୟାଣ୍ଡଫଲ୍!

Next Post
ଉତ୍ତର ଓଡ଼ିଶା-ସୁନ୍ଦରବନ ମଧ୍ୟରେ ଲ୍ୟାଣ୍ଡଫଲ୍!

ଉତ୍ତର ଓଡ଼ିଶା-ସୁନ୍ଦରବନ ମଧ୍ୟରେ ଲ୍ୟାଣ୍ଡଫଲ୍!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA