Tuesday, June 30, 2026 04:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଉତ୍ତର ଓଡ଼ିଶା-ସୁନ୍ଦରବନ ମଧ୍ୟରେ ଲ୍ୟାଣ୍ଡଫଲ୍!

ବାତ୍ୟା ହେଲେ ଆମେ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସଆରସି

by Our Correspondent
21 May, 2021- 08:34 PM
in Latest News, News
1 min read
0
ଉତ୍ତର ଓଡ଼ିଶା-ସୁନ୍ଦରବନ ମଧ୍ୟରେ ଲ୍ୟାଣ୍ଡଫଲ୍!

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଘନୀଭୂତ ହୋଇ ଆସନ୍ତାକାଲି ଲଘୁଚାପରେ ପରିଣତ ହେବ । ୨୩ ତାରିଖରେ ଅବପାତର ରୂପ ନେଇ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ । କ୍ରମଶଃ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ବାତ୍ୟା ଉତ୍ତର ଓଡ଼ିଶା-ସୁନ୍ଦରବନ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ତେବେ ଏହାର ଗତି, ବେଗ ଓ ତୀବ୍ରତା ନେଇ ସୂଚନା ଆସି ନ ଥିବା କହିଛନ୍ତି ।

ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ରର ସୂଚନା କହୁଛି, ଏହି ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ମେ’ ୨୫ ତାରିଖ ସୁଦ୍ଧା ଘୂର୍ଣ୍ଣିଝଡ଼ରେ ପରିଣତ ହେବ । ଏହା ମୁଖ୍ୟତଃ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ମୁହାଁ ହୋଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଆଡକୁ ଗତି କରିବ । ଏହି ଘୂର୍ଣ୍ଣିଝଡ଼ ଭଦ୍ରକ କିମ୍ବା ବାଲେଶ୍ୱର ଜିଲ୍ଲା ଅଥବା ପଶ୍ଚିମବଙ୍ଗର ଦିଘା ଉପକୂଳ ଦେଇ ଗତି କରିପାରେ ବୋଲି କହିଛନ୍ତି କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ।

ସମ୍ଭାବ୍ୟ ବାତ୍ୟା ‘ୟାସ୍’ ର ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସମୀକ୍ଷା ବୈଠକ କରିଥିଲେ । କୋଭିଡ୍ କଟକଣା ମାନି ସୁରକ୍ଷା ବ୍ୟବସ୍ଥା ଉପରେ ଜୋର୍ ଦିଆଯାଇଥିଲା । ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା କହିଛନ୍ତି, ବାତ୍ୟା ହେଲେ ଆମେ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ସମୁଦ୍ରରୁ ଅଧିକାଂଶ ମତ୍ସ୍ୟଜୀବୀ ଚାଲି ଆସିଲେଣି । କାଳି ସକାଳ ସୁଦ୍ଧା ସମସ୍ତେ ଫେରି ଆସିବେ । କୋଷ୍ଟଗାର୍ଡର ଦୁଇଟି ବିମାନ ଓ ଦୁଇଟି ଜାହାଜ ସମୁଦ୍ରରେ ପଇଁତରା ମାରୁଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ନୌସେନାକୁ ସଜାଗ ରଖାଯାଇଛି । ଏଥିସହ ୧୭ଟି ଏନଡିଆରଏଫ, ୨୦ ବାଟାଲିଅନ ଓଡ୍ରାଫ୍ ଟିମ୍ ପ୍ରସ୍ତୁତ ରହିଛନ୍ତି । ଶହେରୁ ଅଧିକ ଅଗ୍ନିଶମ ଟିମ୍ ବି ପ୍ରସ୍ତୁତ ଅଛନ୍ତି । ସମ୍ଭାବ୍ୟ କ୍ଷତିଗ୍ରସ୍ତ ଜିଲ୍ଲାରେ ବାତ୍ୟା ଆଶ୍ରୟସ୍ଥଳୀ ଅଧିକରୁ ଅଧିକ କରିବାକୁ ପ୍ରସ୍ତୁତି ଚାଲିଛି ।

Previous Post

ମହାନତା ପାଇଁ ପୁଣି ଚର୍ଚ୍ଚାରେ ଆଇଏଏସ୍ କ୍ରିଷନ୍ କୁମାର

Next Post

ସିଭିୟର୍ ସାଇକ୍ଲୋନ୍ ରୂପ ନେବ ‘ୟାସ୍’

Next Post
ସିଭିୟର୍ ସାଇକ୍ଲୋନ୍ ରୂପ ନେବ ‘ୟାସ୍’

ସିଭିୟର୍ ସାଇକ୍ଲୋନ୍ ରୂପ ନେବ 'ୟାସ୍'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA