Tuesday, August 25, 2026 09:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାଂଗଠନିକ କସରତରେ ବିଜେଡି ଆଗରେ

ନିର୍ବାଚନ ପ୍ରସ୍ତୁତିରେ ଆଗପଛ

by Our Correspondent
21 Mar, 2024- 08:20 PM
in Latest News, News, Politics
1 min read
0
ସାଂଗଠନିକ କସରତରେ ବିଜେଡି ଆଗରେ

ଭୁବନେଶ୍ୱର: ନବୀନ ନିବାସରେ ୧୮ ତାରିଖରୁ ନିର୍ବାଚନମଣ୍ଡଳୀୱାରୀ ସାଂଗଠନିକ ସମୀକ୍ଷା ବୈଠକ ଆରମ୍ଭ କରିଛି ବିଜେଡି । ପ୍ରଥମ ଦିନ ସକାଳେ ଶ୍ରୀକ୍ଷେତ୍ର ପୁରୀ ଲୋକସଭା କ୍ଷେତ୍ର ଏବଂ ଅପରାହ୍ନରେ ଶ୍ରୀ ବଳଦେବଜୀଉଙ୍କର କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ସମୀକ୍ଷା ବୈଠକ କରିଥିଲେ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟିଯାକ ଲୋକସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ବିଧାନସଭା କ୍ଷେତ୍ରର ସମ୍ଭାବ୍ୟ ପ୍ରାର୍ଥୀ ଓ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ରଣନୀତି ପ୍ରସ୍ତୁତ ହୋଇଥିଲା ।

୨୦ ତାରିଖରେ କୋରାପୁଟ ଏବଂ ନବରଙ୍ଗପୁରର ପାଳି ପଡ଼ିଥିଲା ବେଳେ ଆଜି ୨୧ ତାରିଖରେ ବ୍ରହ୍ମପୁର, ଆସ୍କା, କନ୍ଧମାଳ ଏବଂ ଭୁବନେଶ୍ୱର କ୍ଷେତ୍ରକୁ ନେଇ ରଣନୀତି ପ୍ରସ୍ତୁତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଏବଂ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ ପ୍ରତି ବୈଠକରେ ଉପସ୍ଥିତ ରହୁଛନ୍ତି ।

ମୁଖ୍ୟତଃ ତିନୋଟି ପ୍ରସଙ୍ଗ ଉପରେ ଫୋକସ୍ କରାଯାଉଛି । ପ୍ରଥମ ହେଉଛି ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀତ୍ୱ । ଯେଉଁଠି କନ୍ଦଳ ଅଛି ତାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଉଛି । ଦ୍ୱିତୀୟରେ ସାଂଗଠନିକସ୍ତରରେ ରହିଯାଇଥିବା ଛୋଟମୋଟ ବିଭେଦ ଏବଂ ପରିଚାଳନାଗତ ବିଭ୍ରାଟର ସମାଧାନ କରାଯାଉଛି । ତୃତୀୟରେ ବିଜେଡି ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ଟାକ୍ସ । ଏଥିପାଇଁ ଅଞ୍ଚଳରେ ରହି ଏହି ଦୁଇମାସ ଦିନରାତି ଅକ୍ଲାନ୍ତ ପରିଶ୍ରମ କରିବାକୁ ନିଦେ୍ର୍ଦଶ ଦିଆଯାଉଛି ।

ଏହିକ୍ରମକୁ ଦେଖିଲେ ବିଜେଡି ସୁପ୍ରିମୋ କୌଣସି ନେତାଙ୍କୁ ଫୁରସତ୍ ଦେବାର ନାହିଁ । ସମସ୍ତଙ୍କ ଉପରେ ଉତ୍ତର ଦାୟିତ୍ୱ ଛାଡ଼ି କଡ଼ାଗଣ୍ଡା ହିସାବ ଖାତା ଧରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରିବାରେ ଶ୍ରୀ ପାଣ୍ଡିଆନ୍ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସବୁ ନିର୍ବାଚନମଣ୍ଡଳୀର ଟିକନିକ ହିସାବ ଏବଂ ଗୁଇନ୍ଦା ରିପୋର୍ଟ ଧରି ସେ ନବୀନ ନିବାସରେ ବସିଛନ୍ତି । ତାଙ୍କ ଜାଲରୁ କିଏ ଖସିବାର ସୁଯୋଗ ସେ ରଖିନାହାନ୍ତି । ଦଳ ଶୃଙ୍ଖଳିତ ଭାବେ ନିର୍ବାଚନ ଲଢ଼ି ଲକ୍ଷ୍ୟ ହାସଲ କରିବ ଏହା ହିଁ ଏକମାତ୍ର ନିର୍ଦ୍ଦେଶ । ଏଥିପାଇଁ ତୃଣମୂଳସ୍ତରରେ ଲୋକଙ୍କ ସହ ଯୋଡ଼ି ହୋଇ ସାଂଗଠନିକ କାର୍ଯ୍ୟକ୍ରମର ଧାରା ବ୍ୟାପକ କରିବାକୁ କୁହାଯାଇଛି ।

ଅନ୍ୟପକ୍ଷରେ ବିଜେପିର ନିର୍ବାଚନ ରଣନୀତି ଏବଂ ଟିକେଟ୍ କସରତ୍ ଦିଲ୍ଲୀରେ କେନ୍ଦ୍ରୀଭୂତ ରହିଯାଇଛି । ସମ୍ଭାବ୍ୟ ମେଣ୍ଟ ଆଲୋଚନା ଏବଂ ଏକାକୀ ଲଢ଼ିବାର ଅଙ୍କ ଛିଣ୍ଡାଇବା ପାଇଁ ହାଇକମାଣ୍ଡଙ୍କ ଡାକରାରେ ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରେ ଡେରା ପକାଇଛନ୍ତି । ମଝିରେ ମଝିରେ ଭୁବନେଶ୍ୱର ଆସି ପୁଣି ପଳଉଛନ୍ତି । ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ଏବଂ ସହପ୍ରଭାରୀ ଲତା ଉସେଣ୍ଡି ମଧ୍ୟ ଦିଲ୍ଲୀ-ଭୁବନେଶ୍ୱର ଏପଟ ସେପଟ ହେଉଛନ୍ତି । ସମସ୍ତଙ୍କ ନଜର ରହିଛି ଦିଲ୍ଲୀ ଉପରେ । ସୁତରାଂ ଭୁବନେଶ୍ୱରରେ ଦଳୀୟ ନେତା ଓ କର୍ମୀଙ୍କର କୋଳାହଳ ନାହିଁ କି ନିର୍ବାଚନ ମାହୋଲ ନାହିଁ ।

ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଆସିପାରେ । ସେହିଭଳି ମେଣ୍ଟ ଆଶା କ୍ଷୀଣ ହୋଇଥିବାରୁ ୧୦୦ ବିଧାନସଭା ଆସନ ପ୍ରାର୍ଥୀ ତାଲିକା ଉପରେ ମୋହର ଲଗାଇ ମନମୋହନ ଓଡ଼ିଶା ଫେରିପାରନ୍ତି ।

ଏହାବାଦ୍ ରାଜ୍ୟ ବିଜେପିରେ ଆଖିଦୃଶିଆ ସାଂଗଠନିକ କସରତ୍ ନାହିଁ । ତୃଣମୂଳସ୍ତରରେ ସାଂଗଠନିକ ପ୍ରସ୍ତୁତି ଯେଭଳି ହେବା କଥା ନାହିଁ । ରାଜ୍ୟ ନେତାମାନେ ପ୍ରେସମିଟ୍ ରେ ନିଜ କାର୍ଯ୍ୟକ୍ରମକୁ ପୂର୍ବ ଭଳି ସୀମିତ ରଖିଦେଇଛନ୍ତି । ମୋଦୀ ହାୱାରେ ସେମାନେ ନିଜକୁ ଏବେଠାରୁ ଭସେଇ ଦେଇଛନ୍ତି । ବିନା ପରିଶ୍ରମରେ ମୋଦୀ ହାୱାରେ ନିର୍ବାଚନ ବୈତରଣୀ ପାର୍ ହେବାକୁ ଅଧିକାଂଶ ନେତା ବ୍ୟାକୁଳ ହୋଇଛନ୍ତି । ଆଗକୁ ଏହି ସ୍ୱପ୍ନ ପୂରଣ ହେଉଛି ନା ନାହିଁ ଦେଖିବାକୁ ପଡ଼ିବ ।

Previous Post

ବିଜେଡିରେ ମିଶିଲେ ଅଧିରାଜ ପାଣିଗ୍ରାହୀ

Next Post

ପୁଲିସକୁ ବାଡ଼େଇ ଅଡୁଆରେ ଭର୍ତ୍ତୁହରି

Next Post
ପୁଲିସକୁ ବାଡ଼େଇ ଅଡୁଆରେ ଭର୍ତ୍ତୁହରି

ପୁଲିସକୁ ବାଡ଼େଇ ଅଡୁଆରେ ଭର୍ତ୍ତୁହରି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA