Thursday, May 21, 2026 07:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନୀତି ନିୟମର ଖୋଲା ଉଲ୍ଲଂଘନ: ବିଜେଡି

by Our Correspondent
11 Nov, 2025- 11:16 PM
in Latest News, News, Politics
1 min read
0
ନୀତି ନିୟମର ଖୋଲା ଉଲ୍ଲଂଘନ: ବିଜେଡି

ଭୁବନେଶ୍ୱର: ଆଜି ସକାଳେ ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାର କିଛି ସମୟ ପରେ ବିଜେଡି ପକ୍ଷରୁ ଅଭିଯୋଗମାନ ଆସିବାରେ ଲାଗିଥିଲା । ପ୍ରତ୍ୟେକ ଜାଗାରେ ବିଜେପି ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରି ଚାଲିଛି ବୋଲି ବିଜେଡି ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲା ।

ଅଭିଯୋଗ ଅନୁଯାୟୀ, ଭୋଟ ଗ୍ରହଣ ଚାଲିଥିବା ବେଳେ ବିଜେପି ନେତା ଓ କର୍ମୀମାନେ ସବୁ ନୀତି ନିୟମ ଓ କଟକଣାକୁ ଜଳାଞ୍ଜଳି ଦେଇଥିଲେ । ଆଦର୍ଶ ଆଚରଣ ବିଧିର ଧଜିଆ ଉଡ଼ାଇଥିଲେ । ବିଜେପି କର୍ମୀମାନେ ବୁଥ୍ ଭିତରେ ପଶି ଜୟ ଢ଼ୋଲକିଆଙ୍କୁ ଭୋଟ ଦେବା ପାଇଁ ଲୋକଙ୍କ ଉପରେ ବଳପୂର୍ବକ ଚାପ ପକାଉଥିଲେ । ମତଦାନ କେନ୍ଦ୍ର ଆଗରେ ବିଜେପି କର୍ମୀମାନେ ଭୋଟରଙ୍କୁ ଖାଦ୍ୟ ପୁଡ଼ିଆ ଦେଇ ପ୍ରଭାବିତ କରୁଥିଲେ ।

ଖରିଆର ରୋଡ୍ ଏନଏସି ଅନ୍ତର୍ଗତ ୩,୪,୫,୧୩,୧୪ ଓ ୧୫ ବୁଥ୍ ରୁ ଏଭଳି ଚିତ୍ର ସାମନାକୁ ଆଣିଥିଲା ବିଜେଡି । ବିଜେପି କର୍ମୀମାନେ ଅସ୍ଥାୟୀ ଜଳଖିଆ ବିତରଣ କେନ୍ଦ୍ର ଖୋଲିଥିଲେ ଏବଂ ଧାଡ଼ିରେ ଛିଡ଼ା ହୋଇଥିବା ଭୋଟରଙ୍କ ହାତକୁ ଗୋଟେ ଲେଖାଏଁ ପ୍ୟାକେଟ୍ ଧରାଉଥିଲେ । ନୂଆପଡ଼ାର ସବୁ ବୁଥ୍ ଆଗରେ ବିଜେପି ନେତା ଓ କର୍ମୀମାନେ ଷ୍ଟଲ ଲଗାଇ ଭୋଟ ଦେବା ପାଇଁ ଆସୁଥିବା ଲୋକଙ୍କୁ ଟିଫିନ୍ ପୁଡ଼ିଆ ଧରାଇ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଭୋଟରଙ୍କୁ ପ୍ରବର୍ତ୍ତାଉଥିବା ନୂଆପଡ଼ା ଜିଲ୍ଲା ବିଜେଡି ପକ୍ଷରୁ ଅଭିଯୋଗ ହୋଇଥିଲା । ସଭାପତି ଅବନୀ ରଞ୍ଜନ ଯୋଶୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ସ୍ମାରକପତ୍ର ଦେଇଥିଲା ବେଳେ ରାଜ୍ୟ ବିଜେଡି ପକ୍ଷରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା ।

ସେହିଭଳି ଅଧିକାଂଶ ବୁଥ୍ ରେ ବିଜେପି ଏଜେଣ୍ଟ ଏବଂ ପ୍ରିଜାଇଡିଂ ଅଫିସରମାନେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ବିଜେପି ପ୍ରାର୍ଥୀଙ୍କ ଫଟୋ ଲାଗିଥିବା ଚିରୁକୁଟି ବାଣ୍ଟୁଥିବା ବିଜେଡି ଫଟୋ ଭିଡିଓ ସହ ଅଭିଯୋଗ ଆଣିଥିଲା । ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ।

ନିର୍ବାଚନ ପ୍ରଚାର ଶେଷ ହେବା ପରଠାରୁ ବିଜେଡି ପକ୍ଷରୁ ମାଳ ମାଳ ଅଭିଯୋଗ ହୋଇ ଆସୁଥିଲା । ଉପନିର୍ବାଚନରେ ଅର୍ଥ, ବାହୁ ଓ କ୍ଷମତାବଳର ଅଭିଯୋଗ ଆଣିଥିଲା । ଅରାଜକତା ଓ ହିଂସାକାଣ୍ଡ ଘଟାଇବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଛତିଶଗଡ଼ ଗୁଣ୍ଡା, ଅପରାଧୀଙ୍କୁ ବିଜେପି ନିୟୋଜିତ କରିଥିବା ଅଭିଯୋଗ ଆଣିଥିଲା । ଶେଷରେ ଭୋଟ ଚୋରି ଅଭିଯୋଗ ବି ଆଣିଛି । ଭୋଟରଙ୍କୁ ଟଙ୍କା ଦେଇ, ଡରାଇ ବିଜେପି ଭୋଟ ହାତେଇବାକୁ ଉଦ୍ୟମ କରିଛି ବୋଲି ବିଜେଡିର ଅଭିଯୋଗ । ପ୍ରତିଟି ଅଭିଯୋଗ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିକୁ ଅଣାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା ।

ସେହିଭଳି କଂଗ୍ରେସ ପକ୍ଷରୁ ବିଜେପି ବିରୋଧରେ ଭୋଟ ଚୋରି ଅଭିଯୋଗ ଆଣିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସ୍ଥାନୀୟ ପ୍ରଶାସନ ଓ ପୁଲିସ ସହାୟତାରେ ଭୋଟ ଚୋରି କରିଥିବାର ସେ ନିର୍ଦ୍ଦିଷ୍ଟ ଅଭିଯୋଗ ଆଣିଛନ୍ତି ।

Previous Post

ପ୍ରକାଶ ପାଇଲା ସିବିଆଇ ତଦନ୍ତ ବିଜ୍ଞପ୍ତି

Next Post

ଆଦର୍ଶ ଓ ବିଚାରଧାରା ଆଧାରରେ ନିର୍ବାଚନ ଲଢିଛୁ: ମନମୋହନ

Next Post
ଆଦର୍ଶ ଓ ବିଚାରଧାରା ଆଧାରରେ ନିର୍ବାଚନ ଲଢିଛୁ: ମନମୋହନ

ଆଦର୍ଶ ଓ ବିଚାରଧାରା ଆଧାରରେ ନିର୍ବାଚନ ଲଢିଛୁ: ମନମୋହନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA