Saturday, May 9, 2026 03:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଦର୍ଶ ଓ ବିଚାରଧାରା ଆଧାରରେ ନିର୍ବାଚନ ଲଢିଛୁ: ମନମୋହନ

by Our Correspondent
11 Nov, 2025- 11:21 PM
in Latest News, News, Politics
1 min read
0
ଆଦର୍ଶ ଓ ବିଚାରଧାରା ଆଧାରରେ ନିର୍ବାଚନ ଲଢିଛୁ: ମନମୋହନ

ନୂଆପଡା / ଭୁବନେଶ୍ୱର: ଗତ ସାଧାରଣ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ କାରଣରୁ ଏକ ଅଭାବନୀୟ ପରିସ୍ଥିତିରେ ନୂଆପଡା ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଆଜି ଶାନ୍ତିପୂର୍ଣ୍ଣ ଭାବେ ଭୋଟଦାନ ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୁଚନା ଅନୁଯାୟୀ ସଂଧ୍ୟା ୫ଟା ସୁଦ୍ଧା ରେକର୍ଡ ସଂଖ୍ୟାରେ ୭୫.୩୭ ପ୍ରତିଶତ ଭୋଟଦାନ ହୋଇଛି । ଏହି ହାର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆଜି ନିର୍ବାଚନ ଯେଉଁ ଭାବେ ଶାନ୍ତିଶୃଙ୍ଖଳା ଓ ନିରପେକ୍ଷ ଭାବେ ସଂପାଦନା ହୋଇଛି ଏବଂ ଏଥିପାଇଁ ନୂଆପଡାବାସୀ ଯେଉଁ ସହଯୋଗ କରିଛନ୍ତି, ସେଥିପାଇଁ ସେମାନେ ଅଶେଷ ଅଶେଷ ଧନ୍ୟବାଦର ପାତ୍ର । ସଚେତନ ନାଗରିକ ଭାବେ ଗଣତନ୍ତ୍ରର ମହାନ ପର୍ବରେ ନିଜକୁ ସାମିଲ କରି ରେକର୍ଡ ପରିମାଣର ମତଦାନ କରିଥିବାରୁ ଅନେକ ଅନେକ ଶୁଭେଚ୍ଛା । ଏଥି ସହ ଶାନ୍ତିଶୃଙ୍ଖଳା ସହ ନିରପେକ୍ଷ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସମସ୍ତ ପୋଲିଂ ଅଫିସର, ପ୍ରିଜାଇଡିଂ ଅଫିସର, ନିର୍ବାଚନ ଅଧିକାରୀ, ସୁରକ୍ଷା ଦାୟୀତ୍ୱରେ ଥିବା ସମସ୍ତ ପୋଲିସକର୍ମୀ ଓ ଅଧିକାରୀ ଏବଂ ଗଣମାଧ୍ୟମକୁୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ରେକର୍ଡ ସଂଖ୍ୟାରେ ମତଦାନ ଏବଂ ବୁଥ ବାହୁଡା ମତରୁ ବିଜେପିର ବିପୁଳ ବିଜୟକୁ ସ୍ପଷ୍ଟ କରିଛି । ବିଜେପି ଆଦର୍ଶ ଓ ବିଚାରଧାରା ଆଧାରରେ ଏହି ନିର୍ବାଚନକୁ ଆମେ ଲଢିଛୁ ବୋଲି କହିବା ସହିତ ଏଥିପାଇଁ ଯୋଗଦାନ କରିଥିବା ହଜାର ହଜାର କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ରାଜ୍ୟ ସଭାପତି ଶ୍ରୀ ସାମଲ ଧନ୍ୟବାଦ ଜଣାଇଛନ୍ତି ।

ନିଜ ନିଶ୍ଚିତ ପରାଜୟକୁ ଦେଖି ବିରୋଧୀ ଦଳଗୁଡିକ ଭୟଭୀତ ହେବା ସହିତ ଭୋଟ ଚୋରୀର ମିଥ୍ୟା ଅଭିଯୋଗ କରୁଛନ୍ତି । ପରାଜୟର ସମୀକ୍ଷା ନକରି ମିଛଠାରେ ଅଭିଯୋଗ କରୁଛନ୍ତି । ବିଜେପି ଗତ ୮ ଟା ଉପନିର୍ବାଚନରୁ ୭ଟିରେ ପରାଜୟ କରିଥିଲା । ପରାଜୟ କାରଣର ସମୀକ୍ଷା କରିଥିଲା, ବିଧି ବ୍ୟବସ୍ଥା ଉପରେ ଦୋଷ ଲଦୁନଥିଲା । ଭୁଲ ତୃଟିକୁ ସୁଧାରି ଶେଷରେ ବିଜୟୀ ହେଲା । ପ୍ରଥମ ଥର ପାଇଁ ଓଡିଶାରେ ବିଜେପି ସରକାର ଗଢିଲା । ଅନ୍ୟପଟେ ଉଭୟ ବିଜେଡି ଓ କଂଗ୍ରେସ ଦଳ ଅନେକ ବର୍ଷ ଧରି ଶାସନରେ ରହିବା କାରଣରୁ କ୍ଷମତାର ହ୍ୟାଙ୍ଗ ଓଭର ଛାଡିପାରୁନାହାନ୍ତି । ପରାଜୟକୁ ସହ୍ୟ କରିପାରୁନାହାନ୍ତି । ଅଯଥାରେ ତଥ୍ୟବିହୀନ ଅଭିଯୋଗ କରି ବିଭ୍ରାନ୍ତ କରିବାର ଅପପ୍ରୟାସ ଜାରୀ ରଖିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।

ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ବସନ୍ତ ପଣ୍ଡା, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ବରିଷ୍ଠ ନେତା ପ୍ରସନ୍ନ ପାଢୀ, ରାଜ୍ୟ ସାଧାରଣ ସଂପାଦକ ବିରଂଚି ନାରାୟଣ ତ୍ରିପାଠୀ, ଜିଲ୍ଲା ସଭାପତି କମଳେଶ ଦିକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

ନୀତି ନିୟମର ଖୋଲା ଉଲ୍ଲଂଘନ: ବିଜେଡି

Next Post

ରେକର୍ଡ: ନୂଆପଡ଼ାରେ ୮୩.୪୫% ମତଦାନ

Next Post
ରେକର୍ଡ: ନୂଆପଡ଼ାରେ ୮୩.୪୫% ମତଦାନ

ରେକର୍ଡ: ନୂଆପଡ଼ାରେ ୮୩.୪୫% ମତଦାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA