ଭୁବନେଶ୍ୱର: ସପ୍ତମ ପର୍ଯ୍ୟାୟରେ ଆଉ ୬ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାକଟପୁରକୁ ଛାଡ଼ିଦେଲେ ଅବଶିଷ୍ଟ ୫ ଆସନରେ ନୂଆ ମୁହଁଙ୍କୁ ଟିକେଟ୍ ମିଳିଛି । କାକଟପୁରରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ପୁନର୍ବାର ଟିକେଟ୍ ପାଇଥିବା ବେଳେ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ପ୍ରଥମ ଥର ପାଇଁ ହିନ୍ଦୋଳ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ । ଏଠାରୁ ବିଧାୟିକା ସୀମାରାଣୀ ନାୟକଙ୍କ ଟିକେଟ୍ କଟିଛି । ବାଙ୍ଗିରିପୋଷିରେ ବିଧାୟକ ସୁଦାମ ମାର୍ଣ୍ଡିଙ୍କ ପତ୍ନୀ ରଞ୍ଜିତା ମାର୍ଣ୍ଡିଙ୍କୁ ଟିକେଟ୍ ମିଳିଛି । ଶ୍ରୀ ମାର୍ଣ୍ଡି ଏଥର ମୟୁରଭଞ୍ଜରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ରଘୁନାଥପାଲ୍ଲୀରେ ବିଧାୟକ ସୁବ୍ରତ ତରାଇଙ୍କ ଜାଗାରେ ଅର୍ଚ୍ଚନାରେଖା ବେହେରାଙ୍କୁ ଟିକେଟ୍ ମିଳିଛି । ବାଲିକୁଦା ଏରସମାରେ ବିଧାୟକ ରଘୁନନ୍ଦନ ଦାସଙ୍କ ଜାଗାରେ ସାରଦା ଜେନାଙ୍କୁ ଟିକେଟ୍ ମିଳିଥିବା ବେଳେ ବରୀରେ ବିଧାୟିକା ସୁନନ୍ଦା ଦାସଙ୍କ ଜାଗାରେ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଟିକେଟ୍ ମିଳିଛି । ଆଉ ୬ ଟି ନିର୍ବାଚନମଣ୍ଡଳୀ, ଯଥା- ଖୋର୍ଦ୍ଧା, ବେଗୁନିଆ, ଖଣ୍ଡପଡ଼ା, ଭୋଗରାଇ, ନୀଳଗିରି ଏବଂ କୋରେଇ ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା ବାକି ରହିଲା ।
କିଏ କେଉଁ ଆସନରୁ ପ୍ରାର୍ଥୀ
ହିନ୍ଦୋଳ- ମହେଶ ସାହୁ
ରଘୁନାଥପାଲ୍ଲୀ- ଅର୍ଚ୍ଚନାରେଖା ବେହେରା
ବାଲିକୁଦା ଏରସମା- ସାରଦା ପ୍ରସନ୍ନ ଜେନା
କାକଟପୁର- ତୁଷାରକାନ୍ତି ବେହେରା
ବାଙ୍ଗିରିପୋଷି- ରଞ୍ଜିତା ମାରାଣ୍ଡି
ବରୀ- ବିଶ୍ୱରଞ୍ଜନ ମଲ୍ଲିକ