Friday, May 8, 2026 08:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁଣି ମାତିଲାଣି ‘ପଣ୍ଡା’ ଟିଭି!

ଡବଲ୍ ଇଞ୍ଜିନ୍ ସରକାର ସ୍ୱପ୍ନ ପୂରଣ ଉଦ୍ୟମରେ...

by Our Correspondent
22 Apr, 2024- 10:59 AM
in Latest News, Media, News
1 min read
0
ପୁଣି ମାତିଲାଣି ‘ପଣ୍ଡା’ ଟିଭି!

ଭୁବନେଶ୍ୱର: ଚାର୍ଟର ଫାର୍ଟର କଥା କହି ନିଜକୁ ନିରପେକ୍ଷ ଦାବି କରୁଥିବା ‘ପଣ୍ଡା’ କମ୍ପାନୀର ଟିଭି ଚାନେଲ୍ ଗତ ନିର୍ବାଚନର ତିକ୍ତ ଅନୁଭୂତିକୁ ଭୁଲି ପୁଣି ମାତିଲାଣି । ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଘୋଷଣା ହେବା ପରେ ଏହି ଚାନେଲ୍ ବିଜେଡି ବିରୋଧରେ ୨୪ ଘଣ୍ଟିଆ ପ୍ରସାରଣ ଆରମ୍ଭ କରିଛି । ସଂଧ୍ୟାବେଳର ପ୍ରାଇମ୍ ଟାଇମ୍ ବୁଲେଟିନ୍ କୁ ବିଜେଡି ବିରୋଧରେ ଉତ୍ସର୍ଗ କରିଦେଇଛି । ରାଜ୍ୟର କୋଣ ଅନୁକୋଣରୁ କୁଜି ନେତାଠାରୁ ବ୍ଲକ୍ ଏବଂ ଜିଲ୍ଲା ନେତା ଯାଏଁ ବିଜେଡି ଅସନ୍ତୁଷ୍ଟଙ୍କୁ ଖୋଜି ଖୋଜି ବାଇଟ୍ ଆଣୁଛି । ବିଜେଡି ବିରୋଧରେ ଜନମତ ସୃଷ୍ଟି କରିବାକୁ ସ୍ୱତନ୍ତ୍ର ଚାର୍ଟର ବନାଯାଇଛି । ବିଜେପିର ତଥାକଥିତ ଡବଲ୍ ଇଞ୍ଜିନ୍ ସରକାର ସ୍ୱପ୍ନ ପୂରଣରେ ବୀର ସୈନିକ ଭାବେ କାମ କରିବାକୁ ପଣ୍ଡା ହାଉସ୍ ରେ ହ୍ୱିପ୍ ଜାରି ହୋଇଯାଇଛି ।

ଗତ ୨୦୧୯ ନିର୍ବାଚନ ବେଳେ ଏହି ଚାନେଲରେ ସମାନ କଥା ଦେଖିବାକୁ ମିଳିଥିଲା । ପୂରାପୂରି ବିଜେପିର ମୁଖପାତ୍ର ପାଲଟିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତୃତୀୟ ମହଲା ଅଧିକାରୀମାନଙ୍କୁ ଲଗାତର ଟାର୍ଗେଟ୍ କରି ଜନମତକୁ ବିଜେଡି ବିରୋଧୀ କରିବାକୁ ଚେଷ୍ଟା କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଖବର ଆଳରେ ଗୁଜବ ରଚାଇଲା । ନବୀନ ବାବୁ ଆଉ ରାଜ୍ୟ ସମ୍ଭାଳିବା ଅବସ୍ଥାରେ ନାହାନ୍ତି ବୋଲି ଖବର ପରେ ଖବର ଦେଇ ଚାଲିଲା । ମାହାଙ୍ଗାରେ ବୈଜୟନ୍ତଙ୍କ ବିରୋଧୀଙ୍କ ଆକ୍ରୋଶ ଘଟଣାକୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସହ ଯୋଡି ଧୂମ୍ ଧଡ଼ାସ କଲା ।

ଚାନେଲ୍ ଅନ୍ କଲାମାତ୍ରେ ବିଜେଡି ବିରୋଧୀ ରଙ୍ଗିଲା ଖବରରେ ଟିଭି ସ୍କ୍ରିନ୍ ଥରି ଯାଉଥିଲା । ବିଜେଡିରେ ଟିକେଟ୍ କୁ ନେଇ ସବୁଆଡ଼େ କନ୍ଦଳ, ପ୍ରାର୍ଥୀତ୍ୱ ବିରୋଧରେ ସବୁଆଡ଼େ ମାରପିଟ୍ ଖବର ଆସୁଥିବା ବେଳେ ବିଜେପି ସମର୍ଥନରେ ଲୋକଙ୍କ ଉତ୍ସାହ ଖବରର ବର୍ଷା ହେଉଥିଲା । କେନ୍ଦ୍ରାପଡ଼ାରେ ପଣ୍ଡା ବାବୁ ଲକ୍ଷାଧିକ ଭୋଟ ବ୍ୟବଧାନରେ ଜିତିକି ଅଛନ୍ତି ବୋଲି ଦର୍ଶକଙ୍କୁ ଧାରଣା ଦିଆଗଲା । ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାରେ କାହା ଘରେ ପଖାଳ ଖାଇଲେ, କୋଉଠି ଛୋଟ ପିଲାକୁ କୋଳେଇ ଗେହ୍ଲେଇଲେ, କାହା ସେଲୁନରେ ଚୁଟି କାଟିଲେ ସେହି ଖବର ଟିଭି ପରଦାରେ ଦେଖିବାକୁ ମିଳୁଥିଲା । ଲୋକସଭାରେ ୧୫ ରୁ ଅଧିକ ଆସନ ଏବଂ ବିଧାନସଭାରେ ୧୨୦ ରୁ ଅଧିକ ଆସନରେ ବିଜେପି ଜିତି ଓଡ଼ିଶାରେ ସରକାର ଗଢ଼ିବ ବୋଲି ଟିଭି ଡିବେଟ୍ ଜରିଆରେ ନିର୍ଦ୍ଦିଷ୍ଟ ଭଡ଼ାଟିଆ ସମୀକ୍ଷକମାନଙ୍କ ପାଟିରେ କୁହାଯାଉଥିଲା ।

ମାତ୍ର ବାସ୍ତବରେ ଫଳାଫଳ କ’ଣ ହେଲା ସମସ୍ତେ ଦେଖିଲେ । ବିଧାନସଭାରେ ବିଜେପି ୨୩ ଆସନରେ ଅଟକି ଯାଇଥିଲା ବେଳେ ଖୋଦ୍ ଚାନେଲ୍ ମାଲିକଙ୍କ ମୁହଁ ଲାଜରେ ଝାଉଁଳି ଯାଇଥିଲା । କେନ୍ଦ୍ରାପଡ଼ାରେ ଅଭିନେତା ଅନୁଭବ ମହାନ୍ତିଙ୍କଠାରୁ ବୈଜୟନ୍ତ ପଣ୍ଡା ଦେଢ଼ଲକ୍ଷ ଭୋଟରେ ପରାସ୍ତ ହୋଇଥିଲେ । ଅପମାନରେ ଆଉ କେନ୍ଦ୍ରାପଡ଼ା ତ ଗଲେନି, ଭୁବନେଶ୍ୱରରେ ବି ରହିପାରିଲେନି । ଦିଲ୍ଲୀ ପଳାଇଲେ । ପରିସ୍ଥିତି ଏମିତି ହେଲା ଯେ ରାଜ୍ୟ ରାଜନୀତିରେ ଗୁରୁତ୍ୱ ହରାଇ ଦିଲ୍ଲୀରେ ମନୋନିବେଶ କଲେ । ପରବର୍ତ୍ତୀ ସମୟରେ ଆସାମ କି ଅନ୍ୟ କେଉଁଠୁ ରାଜ୍ୟସଭା ଯିବା ପାଇଁ ପ୍ରବଳ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ ।

୫ ବର୍ଷ ପରେ ପୁଣି ରାଜ୍ୟ ରାଜନୀତିକୁ ଫେରି ସେହି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲଢ଼ିବାକୁ ଯାଉଛନ୍ତି ବୈଜୟନ୍ତ ପଣ୍ଡା । ଏଥର ଆଉ ଜଣେ ଯୁବନେତା ଅଂଶୁମାନ ମହାନ୍ତିଙ୍କୁ ସାମନା କରୁଛନ୍ତି । ଫଳାଫଳ କ’ଣ ହେବ ସମୟ କହିବ । ମାତ୍ର ତାଙ୍କ ଘରୋଇ ମାଲିକାନାର ଚାନେଲ୍ କିନ୍ତୁ ଗତଥରର ଫର୍ମାଟ୍ କୁ ଫେରି ଆସିଛି । ବୈଜୟନ୍ତଙ୍କୁ ହୀରୋ ଦେଖାଇବା ସହ ବିଜେପି ପ୍ରଚାରରେ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଛି । (ଅବଶ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଧର୍ମେନ୍ଦ୍ରଙ୍କୁ ଏହି ଚାନେଲ୍ ଗୁରୁତ୍ୱ ନ ଦେବା ପଛରେ ଭିତିରି କାରଣ ଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ଧର୍ମେନ୍ଦ୍ର କ୍ୟାମ୍ପ୍ ମଧ୍ୟ ଏହି ଚାନେଲକୁ ଗୁରୁତ୍ୱ ଦେଉନାହାନ୍ତି । ନିଜର ଥାଉ ଥାଉ ଅନ୍ୟର ଆଶ୍ରିତ ହେବା ସପକ୍ଷରେ ସେମାନେ ନାହାନ୍ତି ।)

ଉଦାହରଣସ୍ୱରୂପ, ବର୍ତ୍ତମାନ ଟିକେଟ୍ ବଣ୍ଟନକୁ ନେଇ ସବୁ ଦଳରେ ଅସନ୍ତୋଷ ଲାଗି ରହିଥିବା ବେଳେ ବିଜେପିକୁ କ୍ଷତି କଲା ଭଳି କୌଣସି ଖବର ପଣ୍ଡା ଚାନେଲ୍ ରେ ଦେଖିବାକୁ ମିଳୁନି । ଦଳ ଭିତରେ ଅପରାଜିତାଙ୍କୁ ବିରୋଧଠାରୁ ଆରମ୍ଭ କରି ରାଜ୍ୟ ବିଜେପି ଅଫିସ ଆଗରେ ପ୍ରତିଦିନ ଅସନ୍ତୁଷ୍ଟ ଓ ବିଦ୍ରୋହୀଙ୍କ ନାରାବାଜି ଚାଲିଥିବା ବେଳେ ଏହି ଚାନେଲ୍ କ୍ୟାମେରା କେବଳ ନବୀନ ନିବାସ ଓ ଶଙ୍ଖ ଭବନକୁ ଆଖେଇଛି । ଜୟଦେବରେ ଅରବିନ୍ଦ ଢ଼ାଲି ହୁଅନ୍ତୁ କି ବଡ଼ମ୍ବାରେ ସମ୍ବିତ ତ୍ରିପାଠୀଙ୍କ ବିରୋଧୀ ମେଳିକୁ ନ ଦେଖାଇ ସମୀର ଦାଶ ଓ ଅମର ଶତପଥୀଙ୍କ ସମର୍ଥକ ମେଳିକୁ ବ୍ରେକିଂ ଓ ହେଡଲାଇନ୍ କରି ଦମଦାର ପ୍ରଚାର କରୁଛି । ବିଜେପିର ୧୫ ବିଧାନସଭା ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ ହୋଇପାରୁ ନ ଥିଲା ବେଳେ ବିଜେଡିର ୧୨ ବିଧାନସଭା ଆସନରେ କାହିଁକି ପ୍ରାର୍ଥୀ ଚୂଡ଼ାନ୍ତ ହୋଇପାରୁନି ତାକୁ ନେଇ ହଟଚମଟ ଖବର ପ୍ରସାର କରାଯାଉଛି ।

ଏହି ପରିପ୍ରେକ୍ଷୀରେ ‘ପଣ୍ଡା’ ଟିଭି ଅନ୍ୟ ଚାନେଲ୍ ମାନଙ୍କଠାରୁ ଆଶ୍ୟକସ୍ଥଳେ ନିଜକୁ ଭିନ୍ନ ଦାବି କରିବା ହାସ୍ୟାସ୍ପଦ ଓ ଲଜ୍ଜାକର କଥା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ତୁ ତ ମୁତୁରୀ.. ମୁଁ ତ ମୁତୁରୀ.. ନ୍ୟାୟରେ, ଚାର୍ଟରର ଦ୍ୱାହି ନ ଦେଇ ମାଲିକଙ୍କ ସ୍ୱାର୍ଥରକ୍ଷାରେ ଭୁଲ୍ କେଉଁଠି ବୋଲି ସ୍ୱୀକାର କରିଯିବାଟା ବରଂ ଭଲ । ଛଳନାରୁ ଦୂରେଇଲେ ଚାନେଲ୍ ଲୋକଙ୍କ ଦ୍ୱାରା ଅଧିକ ଆଦୃତ ହେବା ଅସମ୍ଭବ ନୁହେଁ ।

Previous Post

୨୫ ରୁ ଖରାଛୁଟି

Next Post

୬ ରୁ ୫ ଆସନରେ ନୂଆ ମୁହଁ

Next Post
୬ ରୁ ୫ ଆସନରେ ନୂଆ ମୁହଁ

୬ ରୁ ୫ ଆସନରେ ନୂଆ ମୁହଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA