ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟରେ ୯ ଟି ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ଚର୍ଚ୍ଚିତ ଭୁବନେଶ୍ୱର(ମଧ୍ୟ) ଆସନରୁ ଅନନ୍ତ ନାରାୟଣ ଜେନା(ବୁନୁ)ଙ୍କୁ ପୁଣି ଟିକେଟ୍ ମିଳିଛି । ପାରାଦ୍ୱୀପରୁ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟ(ରାଗିଣୀ)ଙ୍କୁ ଟିକେଟ୍ ମିଳିଛି । ନର୍ଲାରୁ ଭୂପିନ୍ଦର ସିଂହଙ୍କ ଟିକେଟ୍ କଟିଛି । ବାଲେଶ୍ୱର ଲୋକସଭା ଆସନରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକେଟ୍ ଦେଇଛି ବିଜେଡି ।
ଲକ୍ଷ୍ମୀପୁର- ପ୍ରଭୁ ଜାନି
ପାରାଦ୍ୱୀପ- ଶ୍ରୀମତୀ ଗୀତାଞ୍ଜଳି ରାଉତରାୟ
ସମ୍ବଲପୁର- ପ୍ରସନ୍ନ ଆଚାର୍ଯ୍ୟ
ରେଢ଼ାଖୋଲ- ରୋହିତ ପୂଜାରୀ
ତେଲକୋଇ- ମାଧବ ସର୍ଦ୍ଦାର
ତାଳଚେର- ବ୍ରଜକିଶୋର ପ୍ରଧାନ
ନର୍ଲା- ଶ୍ରୀମତୀ ମନୋରମା ମହାନ୍ତି
ବାଲିଗୁଡ଼ା- ଚକ୍ରମଣି କହଁର
ଭୁବନେଶ୍ୱର(ମଧ୍ୟ)- ଅନନ୍ତ ନାରାୟଣ ଜେନା
ବାଲେଶ୍ୱର(ଲୋକସଭା)- ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର