ଭୁବନେଶ୍ୱର: ଆଜି ବିଜେଡିର ଷଷ୍ଠ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥର ବି ୯ ଜଣଙ୍କ ନାଁ ଘୋଷଣା ହୋଇଛି । ପାଞ୍ଚ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅମର ଶତପଥୀ, ଶଶୀଭୂଷଣ ବେହେରା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କର ଟିକେଟ୍ କଟିଛି । ଅମର ଶତପଥୀଙ୍କ ଜାଗାରେ ବଡ଼ଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରାର୍ଥୀ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ ଶଶୀ ବେହେରାଙ୍କ ଜାଗାରେ ଗଣେଶ୍ୱର ବେହେରା, ସିମୁଳିଆରେ ଜ୍ୟୋତି ପାଣିଗ୍ରାହୀଙ୍କ ଜାଗାରେ ସୁଭାଷିନୀ ସାହୁ, ଆନନ୍ଦପୁରରେ ଭାଗିରଥୀ ସେଠୀଙ୍କ ଜାଗାରେ ଅଭିମନ୍ୟୁ ସେଠୀ ଏବଂ ଚମ୍ପୁଆରେ ମିନାକ୍ଷୀ ମହାନ୍ତଙ୍କ ଜାଗାରେ ସନାତନ ମହାକୁଡ଼ଙ୍କୁ ଟିକେଟ୍ ମିଳିଛି ।
କିଏ କେଉଁ ଆସନରୁ ପ୍ରାର୍ଥୀ
ଚିଲିକା- ରଘୁନାଥ ସାହୁ
ଆନନ୍ଦପୁର- ଅଭିମନ୍ୟୁ ସେଠୀ
ସାରସକଣା- ଦେବାଶିଷ ମାରାଣ୍ଡି
କରଞ୍ଜିଆ- ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍
ରେମୁଣା- ଶ୍ରୀମତୀ ବିଦ୍ୟାସ୍ମିତା ମହାଳିକ
ସିମୁଳିଆ- ଶ୍ରୀମତୀ ସୁଭାଷିନୀ ସାହୁ
ବଡ଼ଚଣା- ଶ୍ରୀମତୀ ବର୍ଷା ପ୍ରିୟଦର୍ଶିନୀ
କେନ୍ଦ୍ରାପଡ଼ା- ଗଣେଶ୍ୱର ବେହେରା
ଚମ୍ପୁଆ- ସନାତନ ମହାକୁଡ଼