ଭୁବନେଶ୍ୱର: କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା ଆଜି ଘୋଷଣା ହୋଇଛି । ଏଥିରେ ୩ ଲୋକସଭା ଆସନ ଏବଂ ୧୬ ବିଧାନସଭା ଆସନର ପ୍ରାର୍ଥୀଙ୍କ ନାଁ ରହିଛି । କେନ୍ଦୁଝର ଲୋକସଭା ଆସନ ସମେତ କଣ୍ଟାମାଳ, ଜୟଦେବ, କବିସୂର୍ଯ୍ୟନଗର ବିଧାନସଭା ଆସନର ପ୍ରାର୍ଥୀ ବଦଳିଛନ୍ତି । ପୂର୍ବରୁ ଘୋଷିତ କେନ୍ଦୁଝର ଲୋକସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ଜାଗାରେ ବିନୋଦ ବିହାରୀ ନାୟକ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି କଣ୍ଟାମାଳ ବିଧାନସଭା ଆସନରେ ମନୋଜ କୁମାର ଆଚାର୍ଯ୍ୟଙ୍କ ଜାଗାରେ ଶରତ ପ୍ରଧାନ, ଜୟଦେବ ଆସନରେ ଜୟନ୍ତ କୁମାର ଭୋଇଙ୍କ ଜାଗାରେ କୃଷ୍ଣ ସାଗରିଆ, କବିସୂର୍ଯ୍ୟନଗରରେ ବିପିନ ବିହାରୀ ସ୍ୱାଇଁଙ୍କ ଜାଗାରେ ସଞ୍ଜୟ କୁମାର ମଣ୍ଡଳଙ୍କୁ ପ୍ରାର୍ଥୀ କରାଯାଇଛି । କେନ୍ଦ୍ରାପଡ଼ାରୁ ଶ୍ରୀମତୀ ସିପ୍ରା ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ନିମାପଡ଼ାରୁ ସୁର ରାଉତରାୟଙ୍କ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରାଯାଇଛି । ଝାରସୁଗୁଡ଼ାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳ, ଜୟଦେବରୁ କୃଷ୍ଣ ସାଗରିଆ, ଖୋର୍ଦ୍ଧାରୁ ସୋନାଲି ସାହୁ ପାଇଛନ୍ତି ଟିକେଟ୍ ।
ଲୋକସଭା ପ୍ରାର୍ଥୀ
ସମ୍ବଲପୁର- ଦୁଲାଲ ଚନ୍ଦ୍ର ପ୍ରଧାନ
କେନ୍ଦୁଝର- ବିନୋଦ ବିହାରୀ ନାୟକ
ଆସ୍କା- ଦେବକାନ୍ତ ଶର୍ମା
ବିଧାନସଭା ପ୍ରାର୍ଥୀ
ଝାରସୁଗୁଡ଼ା- ଅମିତା ବିଶ୍ୱାଳ
ବଡ଼ସାହି- କ୍ଷୀରୋଦ ଚନ୍ଦ୍ର ପାତ୍ର
ସୁକିନ୍ଦା- ବିଭୁ ଭୂଷଣ ରାଉତ
କଣ୍ଟାମାଳ- ସୁରତ କୁମାର ପ୍ରଧାନ
କେନ୍ଦ୍ରାପଡ଼ା- ସିପ୍ରା ମଲ୍ଲିକ
ରାଜନଗର- ଅଶୋକ ପ୍ରତିହାରୀ
ମହାକାଳପଡ଼ା- ଲୋକନାଥ ମହାରଥୀ
ନିମାପଡ଼ା- ସିଦ୍ଧାର୍ଥ ରାଉତରାୟ
ପିପିଲି- ଜ୍ଞାନ ରଞ୍ଜନ ପଟ୍ଟନାୟକ
ଜୟଦେବ-କୃଷ୍ଣ ସାଗରିଆ
ଖୋର୍ଦ୍ଧା- ସୋନାଲି ସାହୁ
ଚିଲିକା- ପ୍ରଦୀପ କୁମାର ସ୍ୱାଇଁ
ଖଣ୍ଡପଡ଼ା- ମନୋଜ କୁମାର ପ୍ରଧାନ
ଦଶପଲ୍ଲା- ନକୂଳ ନାୟକ
କବିସୂର୍ଯ୍ୟନଗର- ସଞ୍ଜୟ କୁମାର ମଣ୍ଡଳ
ଗୋପାଳପୁର- ଶ୍ୟାମ ସୁନ୍ଦରଗଡ଼ ସାହୁ