Tuesday, February 10, 2026 08:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ମୂଳରୁ ଷଡ଼ଯନ୍ତ୍ର କରୁଥିଲେ ଅରବିନ୍ଦ’

ପ୍ରମାଣ ଦେଲା ବିଜେଡି

by Our Correspondent
18 Jan, 2026- 07:00 PM
in Latest News, News, Politics
1 min read
0
‘ମୂଳରୁ ଷଡ଼ଯନ୍ତ୍ର କରୁଥିଲେ ଅରବିନ୍ଦ’

ଭୁବନେଶ୍ୱର: କେବଳ ଦଳ ସହ ବେଇମାନୀ କରିନାହାନ୍ତି, ଅରବିନ୍ଦ ମହାପାତ୍ର ପାଟକୁରାବାସୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି । ବିଜେଡି ଟିକେଟ ପାଇବା ଦିନରୁ ହିଁ ଦଳ ବିରୋଧରେ ଷଡ଼ଯନ୍ତ୍ର ରଚି ଆସୁଥିଲେ । ବାପ ପୁଅ ଦଳ ଭାବେ ପାଟକୁରାରେ ଶାସନ କରୁଥିଲେ । ସବୁ ପ୍ରମାଣ ପାଇଲା ପରେ ବିଜେଡିରୁ ତାଙ୍କୁ ନିଲମ୍ବନ କରାଗଲା । ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡିର ସାଧାରଣ ସମ୍ପାଦକ ଅମରେଶ ପତ୍ରୀ ଏବଂ ମୁଖପାତ୍ର ତୁମ୍ବନାଥ ପଣ୍ଡା ଏହା କହିଛନ୍ତି । ବିଜେଡିକୁ ଦୁର୍ବଳ କରିବା ପାଇଁ ଅରବିନ୍ଦଙ୍କ କାର୍ଯ୍ୟକଳାପର ଗୋଟି ଗୋଟି କରି ପ୍ରମାଣ ଦେଇଛନ୍ତି ।

ସେମାନେ କହିଛନ୍ତି, ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ଟିକେଟ ଦେଇଥିଲା । ୨୪ ବର୍ଷ ତଳେ ତାଙ୍କ ବାପା ବିଜୁବାବୁଙ୍କ ସହ ବିଶ୍ୱାସଘାତକତା କରିଥିଲେ ମଧ୍ୟ ନବୀନ ପଟ୍ଟନାୟକ ତାହାକୁ ଭୁଲି ଅରବିନ୍ଦଙ୍କୁ ପ୍ରାର୍ଥୀ କରିଥିଲେ । ବିଜେଡି ଟିକେଟ ପାଇ ସେ ବିଧାୟକ ହୋଇଛନ୍ତି । ମାତ୍ର ସେ ଟିକେଟ ପାଇବା ପରଠୁଁ ବିଜେଡି ବିରୋଧରେ ଷଡ଼ଯନ୍ତ୍ର ଆରମ୍ଭ କରିଥିଲେ । ବିଜେଡିର ନୀତି ଆଦର୍ଶ ଭୁଲି ତାଙ୍କ ବାପାଙ୍କ ଦ୍ୱାରା ପରିଚାଳିତ ହେଲେ । ତାଙ୍କର ପ୍ରଥମ କାର୍ଯ୍ୟ ଥିଲା ଦଳୀୟ ସାଂସଦ ପ୍ରାର୍ଥୀଙ୍କୁ ହରାଇବା ଯୋଜନା । ସେଥିରେ ସେ ସଫଳ ହୋଇଥିଲେ । ସେ ବିଧାୟକ ହେବା ପରେ ତାଙ୍କୁ ଜିତାଇ ଆଣିଥିବା ପାଟକୁରାର ୯୦ ପ୍ରତିଶତ ବିଜେଡି କର୍ମୀଙ୍କୁ ପାଖ ପୂରାଇଲେ ନାହିଁ । ତାଙ୍କ ବାପାଙ୍କ ସହ ୨୪ ବର୍ଷ ଧରି ବୁଲୁଥିବା ଲୋକମାନଙ୍କୁ ପାଖରେ ରଖିଲେ । ବିଧାୟକ ପାଣ୍ଠି ସେମାନଙ୍କ ଦ୍ୱାରା ଖର୍ଚ୍ଚ କରାଇଲେ ।

ପାଟକୁରାରେ କୌଣସି କାର୍ଯ୍ୟକ୍ରମରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋ ରଖୁ ନ ଥିଲେ କି ଶଙ୍ଖ ଚିହ୍ନ ବ୍ୟବହାର କରୁ ନ ଥିଲେ । ପାଟକୁରାରେ ସମ୍ପୂର୍ଣ୍ଣ ଭାବେ ବାପ ପୁଅ ଦଳ ଚାଲିଥିଲା । ସବୁ ଘଟଣା ଜାଣିଲା ପରେ ନବୀନ ପଟ୍ଟନାୟକ ଉଚିତ ନିଷ୍ପତ୍ତି ନେଇଛନ୍ତି ।

ବିଜେଡି ପକ୍ଷରୁ କୁହାଯାଇଛି, ଯେଉଁଭଳି ବୃକ୍ଷ ସେଇଭଳି ଫଳ । ବିଜୁବାବୁଙ୍କୁ ତାଙ୍କ ବାପା ପଛପଟୁ ଛୁରି ମାରିଥିଲେ । ଆଜି ତାଙ୍କ ପୁଅ ମଧ୍ୟ ସେଇ କାର୍ଯ୍ୟକ୍ରମରେ ଥିଲେ । ଅରବିନ୍ଦଙ୍କୁ ଟିକେଟ ଦେବା ପରଠୁ ୨୨ ମାସ ଧରି ଦଳୀୟ ଗୁଇନ୍ଦା ତାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା । ସେହି ରିପୋର୍ଟ ଆଧାରରେ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଅରବିନ୍ଦଙ୍କ କଟାକ୍ଷ

ଗତକାଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ତାଙ୍କ ଓ ବାପା ବିଜୟ ମହାପାତ୍ରଙ୍କ ବିରୋଧରେ ‘ମିଡ୍ ଡେ ଅପରେସନ୍’ ଅଭିଯୋଗ ଆଣିବା ପରେ ବିଧାୟକ ଅରବିନ୍ଦ ମହାପାତ୍ର ବିଜେଡିକୁ ପ୍ରମାଣ ମାଗିଥିଲେ । ଆଜି ବିଜେଡି ତାହାର ପ୍ରମାଣ ଦେବା ପରେ ଅରବିନ୍ଦ କଟାକ୍ଷ କରିଛନ୍ତି । ଦିଲ୍ଲୀ ଯିବା ପୂର୍ବରୁ ବିମାନବନ୍ଦରରେ ସାମ୍ବାଦିକମାନେ ଆଜିର ବିଜେଡି ସାମ୍ବାଦିକ ସମ୍ମିଳନୀ ଉପରେ ତାଙ୍କର ପ୍ରତିକ୍ରିୟା ଲୋଡ଼ିଥିଲେ । ଅରବିନ୍ଦ କହିଥିଲେ, ସେମାନେ ପ୍ରତ୍ୟେକ ଥର ନୂଆ ନୂଆ ଅଭିଯୋଗ ଆଣୁଛନ୍ତି । ଏକାଥରେ ସବୁ ଅଭିଯୋଗ କାଗଜରେ ଲେଖି ଦେଇ ଦିଅନ୍ତୁ । ଯାହା ଯାହା ଅଭିଯୋଗ ରହିଛି ସେ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କଥା ହେବାକୁ ଚେଷ୍ଟା କରିବି । ସାମ୍ବାଦିକମାନେ ଏହା ଉପରେ ଅଧିକ ପଚାରିବାରୁ ଅରବିନ୍ଦ କହିଥିଲେ, ଦିଲ୍ଲୀରୁ ଫେରିଲେ ପ୍ରେସ୍ ମିଟ୍ ରେ କଥା ହେବି ।

Previous Post

ମଣିଷର ଅହଂକାର ଏକ ମାନସିକ ଭାବନା : ଆଚାର୍ଯ୍ୟ ପ୍ରଶାନ୍ତ

Next Post

ରାଜ୍ୟ ସରକାରଙ୍କ ମୁଖପତ୍ର ‘ପ୍ରଗତି ପ୍ରବାହ’ ଉନ୍ମୋଚିତ

Next Post
ରାଜ୍ୟ ସରକାରଙ୍କ ମୁଖପତ୍ର ‘ପ୍ରଗତି ପ୍ରବାହ’ ଉନ୍ମୋଚିତ

ରାଜ୍ୟ ସରକାରଙ୍କ ମୁଖପତ୍ର 'ପ୍ରଗତି ପ୍ରବାହ' ଉନ୍ମୋଚିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19159 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA