Wednesday, October 28, 2026 02:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୋଟିଆ ପ୍ରସଙ୍ଗରେ ବର୍ଷିଲା ବିଜେଡି

by Our Correspondent
27 Oct, 2026- 11:35 PM
in Latest News, News
1 min read
0
କୋଟିଆ ପ୍ରସଙ୍ଗରେ ବର୍ଷିଲା ବିଜେଡି

 

ଭୁବନେଶ୍ୱର: ଟ୍ରିପଲ୍ ଇଞ୍ଜିନ ସରକାର ଥାଇ କୋଟିଆ ସମସ୍ୟାର ସମାଧାନ ନ ହେବା ଓଡ଼ିଶା ପାଇଁ ବଡ଼ ଅପମାନ । କିଛି ଦିନ ପରେ କୋଟିଆରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଚୁପ୍ ରହିବା ରାଜ୍ୟବାସୀଙ୍କୁ ବ୍ୟଥିତ କରୁଛି । ଏଥିରୁ ସ୍ପଷ୍ଟ ଯେ, ଓଡ଼ିଶା ସରକାର ଆନ୍ଧ୍ର ଆଗରେ ଆତ୍ମସମର୍ପଣ କରିଛନ୍ତି । କୋଟିଆ ପ୍ରସଙ୍ଗରେ ଡବଲ ଇଞ୍ଜିନ ସରକାରଙ୍କ ଅସହାୟତାକୁ ନେଇ କଡ଼ା ଭାଷାରେ ନିନ୍ଦା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବିଧାୟକ ତଥା ଉପସଭାପତି ଡ଼ ଅରୁଣ କୁମାର ସାହୁ ଓ ବରିଷ୍ଠ ସାଧାରଣ ସମ୍ପାଦକ ତଥା ଜାତୀୟ ମୁଖପାତ୍ର ପ୍ରଦୀପ ମାଝୀ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ।

ଡ଼ ସାହୁ କହିଥିଲେ, ଟ୍ରିପଲ୍ ଇଞ୍ଜିନ ସରକାର ଥାଇ ମଧ୍ୟ କୋଟିଆ ସୀମା ବିବାଦର ସ୍ଥାୟୀ ସମାଧାନ ହେଉନାହିଁ । ଗତ ଅଢେଇ ବର୍ଷ ମଧ୍ୟରେ କୋଟିଆ ସୀମା ବିବାଦ ସମାଧାନ ହେବା ବଦଳରେ ଆହୁରି ଜଟିଳ ହେଉଛି । କୋଟିଆରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ଆନ୍ଧ୍ର ସରକାର ଅକ୍ଟୋବର ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ନିର୍ବାଚନ ରୋକିବାକୁ କୌଣସି ପଦକ୍ଷେପ ନେଇନାହାନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ କୋଟିଆର ସୁରକ୍ଷା ନେଇ ଗତ ଅକ୍ଟୋବର ୧୯ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଥିଲେ । ଅକ୍ଟୋବର ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଅଦାଲତ ଅବମାନନା ମାମଲା ସ୍ଥିତି ଯାଞ୍ଚ ନେଇ ଏଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅକ୍ଟୋବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅଦାଲତ ଅବମାନନା ନେଇ ପୁଣି ଏକ ମାମଲା ସୁପ୍ରିମକୋର୍ଟରେ ଦାୟର ହୋଇଥିଲା । ୮ ଦିନ ପରେ ଆଜି ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ।

କୋଟିଆ ପ୍ରସଙ୍ଗରେ ସରକାର କେବଳ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ଚୁପ ହୋଇ ରହିଗଲେ । କୋଟିଆ ବର୍ତ୍ତମାନ ସାରା ଓଡିଶାର ପ୍ରସଙ୍ଗ । ଓଡ଼ିଶାରେ, ଆନ୍ଧ୍ରରେ ଓ କେନ୍ଦ୍ରରେ ବିଜେପି ସରକାର ଥିବା ସତ୍ତ୍ୱେ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ଚୁପ ରହିବା ନିନ୍ଦନୀୟ । ବିରୋଧୀ ଦଳରେ ଥିବାବେଳେ କୋଟିଆ ପ୍ରସଙ୍ଗରେ ଅନେକ ବୟାନ ବାଜି କରୁଥିବା ବିଜେପି, ସରକାରକୁ ଆସିବା ପରେ ଚୁପ କାହିଁକି ? ବିଜେପି କ୍ଷମତାକୁ ଆସିବାର ଅଢେଇ ବର୍ଷ ମଧ୍ୟରେ କୋଟିଆ ପ୍ରସଙ୍ଗର ସମାଧାନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଥିଲା, କିନ୍ତୁ ତାହା ବିଜେପି ସରକାର କରିଲେ ନାହିଁ । ଓଡିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାର କୋଟିଆ ପ୍ରସଙ୍ଗରେ ତିଳେ ମାତ୍ର ଆନ୍ତରିକତା ଦେଖାଉ ନାହାଁନ୍ତି । କୋଟିଆ ପ୍ରସଙ୍ଗରେ ବିଜେପି ସରକାର ଦୃଢ଼ ପଦକ୍ଷେପ ନେଇ ଓଡ଼ିଆ ଅସ୍ମିତାର ପରିଚୟ ଦିଅନ୍ତୁ । କୋଟିଆ ପ୍ରସଙ୍ଗରେ ବିଜେପି ପାଇଁ ମାଟି ଠାରୁ ପାର୍ଟି ବଡ଼ ହୋଇଛି । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନ ଯୋଗୁଁ କେନ୍ଦ୍ରରେ ବିଜେପି ସରକାର ତିଷ୍ଠି ରହିଛି । କୋଟିଆ ବିବାଦରେ ଆନ୍ଧ୍ରପ୍ରଦେଶକୁ କେନ୍ଦ୍ର ସରକାର ସହଯୋଗ କରୁଛନ୍ତି, କାରଣ ଆନ୍ଧ୍ର ଯଦି ସମର୍ଥନ ପ୍ରତ୍ୟାହାର କରିନେବ ତାହେଲେ କେନ୍ଦ୍ରରେ ବିଜେପି ସରକାର ଭାଙ୍ଗି ଯିବାର ସମ୍ଭାବନା ରହିଛି । ଓଡିଆ ଅସ୍ମିତାର ପରିଚୟ ଦେଇ କୋଟିଆ ସୀମା ବିବାଦ ପ୍ରସଙ୍ଗରେ ଆନ୍ଧ୍ର ସରକାରଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ।

ପ୍ରଦୀପ ମାଝୀ କହିଥିଲେ ଯେ କୋଟିଆକୁ ବିଜେଡ଼ି ବାରମ୍ବାର ଗସ୍ତ କରି ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିଛି । ଅନେକ ଅବ୍ୟବସ୍ଥା ଥିବାବେଳେ ରାଜ୍ୟ ସରକାର ଚୁପ ହୋଇ ବସିଛନ୍ତି । ଆନ୍ଧ୍ର ସରକାରଙ୍କ ପକ୍ଷରୁ ସେଠାରେ ପଞ୍ଚାୟତ ନିର୍ବାଚନ କରାଯାଉଥିବା ବେଳେ ତାହା ଆଉ ୬ ଦିନ ବାକି ରହିଛି । ନିର୍ବାଚନ ପାଇଁ ଆନ୍ଧ୍ର ସରକାର ସମସ୍ତ ପ୍ରକାର ପ୍ରାକ୍ ପ୍ରସ୍ତୁତି କରିସାରିଛନ୍ତି । ନିର୍ବାଚନକୁ ରୋକିବା ପାଇଁ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ବିଜେପି ସାଂସଦ ଓ ବିଧାୟକ ମାନେ କେବଳ ମିଛ ବୟାନ ବାଜିରେ ସୀମିତ ହୋଇ ରହିଯାଇଛନ୍ତି ।

କୋଟିଆ ଗ୍ରାମପଞ୍ଚାୟତର ସର୍ବକାଳୀନ ଉନ୍ନତି ପାଇଁ ନବୀନ ପଟ୍ଟନାୟକ ପ୍ରତିବଦ୍ଧ ଥିଲେ । କୋଟିଆ ପ୍ରସଙ୍ଗର ସମାଧାନ ପାଇଁ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ. ଜଗମୋହନ ରେଡ୍ଡୀ ନଭେମ୍ୱର ୨୦୨୧ରେ ଓଡ଼ିଶା ଗସ୍ତରେ ଆସି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । ଏଥିସହିତ ନେରେଡି ବ୍ୟାରେଜ, ପୋଲାଭରମ ଆଦି ସମସ୍ୟାର ସମାଧାନ ପାଇଁ ମଧ୍ୟ ଆଲୋଚନା କରିଥିଲେ । କୋଟିଆ ସମସ୍ୟାର ସମାଧାନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବାରମ୍ବାର ଆଲୋଚନା କରିଥିବା ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କେତେଥର ଆଲୋଚନା କରିଛନ୍ତି ?

ବିଜେଡି ଶାସନ କାଳରେ କୋଟିଆ ସମସ୍ୟାର ସମାଧାନ ପାଇଁ ସର୍ବଦା କାର୍ଯ୍ୟ କରାଯାଉଥିଲା । କୋଟିଆରେ ୯୫ ପ୍ରତିଶତ ଆଦିବାସୀ ଲୋକେ ବସବାସ କରୁଛନ୍ତି । ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ନୁହେଁ । ସେଠାରେ ମଧ୍ୟ ଲୋକେ ଗତ ୪ ମାସ ହେଲା ଭତ୍ତା ପାଇନାହାଁନ୍ତି, ଯାହାକି ଅତ୍ୟନ୍ତ ଦୁଃଖଦାୟକ । କୋଟିଆରେ ଆନ୍ଧ୍ର ସରକାର ୪ଟି ଗ୍ରାମପଞ୍ଚାୟତ ଗଠନ କରିଛନ୍ତି । ଗୋଟିଏ ପଞ୍ଚାୟତ ମତଦାନ ପାଇଁ ନେରିଡି ଭାଲସାରେ ଓ ଅନ୍ୟ ୩ଟିର ମତଦାନ ପାଇଁ ଓଡ଼ିଶା ବାହାରେ ବୁଥ କରାଯାଇଛି । ଆନ୍ଧ୍ର ସରକାର ମତଦାନ ପାଇଁ ବୁଥ କରିଥିବା ବେଳେ ଏନେଇ ଓଡ଼ିଶା ସରକାର କ’ଣ ପଦକ୍ଷେପ ନେଇଛନ୍ତି ?

ନେରିଡି ଭାଲସାରେ ଆନ୍ଧ୍ର ସରକାର ବୁଥ କରିଥିବା ବେଳେ ତାହାକୁ ରୋକି ପାରିଲେ ନାହିଁ ରାଜ୍ୟ ସରକାର । ଉକ୍ତ ସ୍ଥାନକୁ ମଧ୍ୟ ଅନୁଧ୍ୟାନ କରିବା ପାଇଁ ଗଲେ ନାହିଁ ସରକାର । କୋଟିଆ ପ୍ରସଙ୍ଗରେ ବିଜେପି ସରକାର ସ୍ଥାଣୁ ପାଲଟିଥିବା ବେଳେ ବିଜେଡି କୋଟିଆକୁ ନେଇ ଲଢେଇ କରିବ । ବିଜେଡିର ସମସ୍ତ ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ଅଧ୍ୟକ୍ଷ ଏବଂ ସମସ୍ତ କର୍ମକର୍ତ୍ତା କୋଟିଆକୁ ଯାଇ ନେରିଡି ଭାଲସାରେ ଲଗାତାର ଆନ୍ଦୋଳନ କରିବେ । ଆନ୍ଧ୍ର ସରକାରଙ୍କୁ ସେଠାରେ ବୁଥ କରାଇବାକୁ ଦେବ ନାହିଁ ବିଜେଡି । ବିଜେପି ସରକାର ଦଳୀୟ ସ୍ୱାର୍ଥ ପାଇଁ ଚୁପ ରହିପାରେ, କିନ୍ତୁ ବିଜେଡି ଓଡ଼ିଶା ମାଟି ପାଇଁ ଚୁପ୍ ରହିବ ନାହିଁ । ଓଡ଼ିଶାର ହକ୍ ପାଇଁ ବିଜେଡି ଜୋରଦାର ଆନ୍ଦୋଳନ କରିବ ।

କୋଟିଆକୁ ଏକ ଉନ୍ନତ ଗ୍ରାମପଞ୍ଚାୟତ ଭାବେ ନବୀନ ପଟ୍ଟନାୟକ ଗଢ଼ି ତୋଲିଥିଲେ । ସ୍ୱତନ୍ତ୍ର ଭାବେ ଅନୁଦାନ ଦେଇ ତାହାର ରୂପରେଖ ପରିବର୍ତ୍ତନ କରାଇଥିଲେ । କୋଟିଆକୁ ଆନ୍ଧ୍ର ହାତକୁ ଟେକି ଦେବାକୁ ବିଜେପି ସରକାରଙ୍କ ଚକ୍ରାନ୍ତକୁ କେବେ ସଫଳ ହେବାକୁ ଦେବ ନାହିଁ ବିଜେଡି ।

Previous Post

ଆଇଏଏସ୍ ସ୍ତରରେ ଅଦଳବଦଳ

Next Post

ସରକାରଙ୍କ ଉପରେ ବର୍ଷିଲେ ସୁଜାତା

Next Post
ସରକାରଙ୍କ ଉପରେ ବର୍ଷିଲେ ସୁଜାତା

ସରକାରଙ୍କ ଉପରେ ବର୍ଷିଲେ ସୁଜାତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA