ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଆଜି ଏକ ଅଦଳବଦଳ ହୋଇଛି । ଏସସି/ଏସଟି ବିଭାଗରେ ଅତିରିକ୍ତ ସଚିବ ଡକ୍ଟର ପୋମା ଟୁଡୁଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ବ୍ରହ୍ମପୁରରେ ଆରଡିସି ଥିବା ସଂଗ୍ରାମ କେଶରୀ କେଶରୀ ମହାପାତ୍ରଙ୍କୁ ସମ୍ବଲପୁର ଆରଡିସି କରାଯାଇଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶୁଭମ୍ ସାକ୍ସସେନାଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଡ. ଗଭାଲି ପରାଗ ହର୍ଷଦଙ୍କୁ ଏନଏଚଏମର ଏମଡି, ପଶୁପାଳନ ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେଙ୍କୁ ବ୍ରହ୍ମପୁର ଆରଡିସି, ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଉଦ୍ୟାନକୃଷି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ, ଗୃହ ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ପ୍ରଣତି ଛୋଟରାୟଙ୍କୁ ଓମଫେଡର ଏମଡି ଏବଂ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ସୁବ୍ର କୁମାର ପଣ୍ଡାଙ୍କୁ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନର ଏମଡି ଭାବେ ଅତିରିକ୍ତ ନିଯୁକ୍ତି ମିଳିଛି ।