Monday, September 21, 2026 03:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ସମ୍ବଲପୁରରେ ବିଶୃଙ୍ଖଳା ସୃଷ୍ଟି ପାଇଁ ବିଜେପିର ପୁଣି ଉଦ୍ୟମ’

ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରେସମିଟ୍

by Our Correspondent
01 May, 2023- 06:59 PM
in Latest News, News, Politics
1 min read
0
‘ସମ୍ବଲପୁରରେ ବିଶୃଙ୍ଖଳା ସୃଷ୍ଟି ପାଇଁ ବିଜେପିର ପୁଣି ଉଦ୍ୟମ’

ଭୁବନେଶ୍ୱର: ସମ୍ବଲପୁରବାସୀଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ଆନ୍ତରିକ ପ୍ରୟାସ ସାଙ୍ଗକୁ ପୁଲିସ ଓ ପ୍ରଶାସନର କଠୋର କାର୍ଯ୍ୟାନୁଷ୍ଠାନ ଫଳରେ ସମ୍ବଲପୁରରେ ଶାନ୍ତି ଓ ସ୍ୱାଭାବିକ ସ୍ଥିତି ଫେରି ଆସିଛି। ଏହାଛଡ଼ା ଗଣ୍ଡଗୋଳକାରୀମାନଙ୍କୁ ମଧ୍ୟ ଗିରଫ କରି ଜେଲକୁ ପଠାଯାଇଛି। ମାତ୍ର ଓଡ଼ିଶା ବିଜେପି ନେତାମାନେ ସମ୍ବଲପୁର ଘଟଣାରେ ଜାଣିଶୁଣି ବିବାଦୀୟ, ଘୃଣା ଉଦ୍ରେକକାରୀ ଏବଂ ଉସୁକାଇଲା ଭଳି ମନ୍ତବ୍ୟ ଦେଇ ଏଠାରେ ପୁଣିଥରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ରାଜନୈତିକ ଅଭିସନ୍ଧି ରଖି ବିଜେପି କରୁଥିବା ଏହି ହୀନ ଉଦ୍ୟମକୁ ଶାନ୍ତିପ୍ରିୟ ସମ୍ବଲପୁରବାସୀ ପ୍ରତ୍ୟାଖ୍ୟାନ କରିବେ ବୋଲି ବିଜେଡି ଦୃଢ଼ୋକ୍ତି ପ୍ରକାଶ କରିଛି।

ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ ଯେ କିଛିଦିନ ତଳେ ସମ୍ବଲପୁରରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ତେବେ ସମ୍ବଲପୁରବାସୀଙ୍କ ମହାନୀୟତା ଏବଂ ପ୍ରଶାସନ ସହ ଅଭୂତପୂର୍ବ ସହଯୋଗ ଫଳରେ ଏବେ ଏଠାରେ ସଂପୂର୍ଣ୍ଣ ଭାବେ ଶାନ୍ତି ଫେରି ଆସିଛି ଏବଂ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ଫଳରେ ପୂର୍ବଭଳି ଏକ ଭାତୃତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି। କିନ୍ତୁ ଦୁର୍ଭାଗ୍ୟଜନକ ବିଷୟ ହେଲା, ଧର୍ମ-ମତ-ସମ୍ପ୍ରଦାୟ ନିର୍ବିଶେଷରେ ସମ୍ବଲପୁରବାସୀ ଯେତେବେଳେ ଅତୀତର ମହାନ ପରାମ୍ପରା, ଐତିହ୍ୟ, ଏକତା ଓ ଭାଇଚାରା ବଜାୟ ରହୁ ବୋଲି ଚାହାନ୍ତି, ରାଜନୈତିକ ଉଦ୍ଦେଶ୍ୟ ରଖି ସମାଜର ବୃହତ୍ତର ସ୍ୱାର୍ଥକୁ ବଳି ଦେଇ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ବିଜେପିର କିଛି ନେତା ପ୍ରୟାସ ଜାରି ରଖିଛନ୍ତି। ସମ୍ବଲପୁରରେ ଯେହେତୁ ଏମାନଙ୍କର କୌଣସି ରାଜନୈତିକ ଭିତ୍ତିଭୂମି ନାହିଁ, ଆଗାମୀ ଲୋକସଭା ନିର୍ବାଚନକୁ ଆଖିରେ ରଖି ବିଜେପିର ଏହି ନେତାମାନେ ନିଜର ଦୁର୍ବଳ ବା ଶୂନ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିବା ଭଳି ବୟାନ ଦେଉଛନ୍ତି। ଏହା ଶାନ୍ତିପ୍ରିୟ ସମ୍ବଲପୁରବାସୀ ଏବଂ ସାମଗ୍ରିକ ଭାବେ ସମସ୍ତ ଓଡ଼ିଶାବାସୀଙ୍କୁ ଦାରୁଣ ଆଘାତ ଦେଉଛି।

ଶ୍ରୀ ଆଚାର୍ଯ୍ୟ ଆହୁରି କହିଲେ ଯେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ସମ୍ବଲପୁରକୁ ବିଜେପିର ଏକ ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ୍ ପଠାଉଥିବା ଶୁଣି ଆମକୁ ଆଶ୍ଚର୍ୟ୍ୟ ଲାଗୁଛି। କାରଣ ଦେଶରେ ଥିବା ବିଜେପି ଶାସିତ ରାଜ୍ୟମାନଙ୍କରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ସବୁଠାରୁ ଅଧିକ ହୁଏ। ଏନ୍‌ସି୍ଆର୍‌ବି ତଥ୍ୟ କହୁଛି ୨୦୧୯ରେ‌ ଘଟିଥିବା ୨୫ଟି ସାମ୍ପ୍ରଦାୟିକ ଗଣ୍ଡଗୋଳ ମଧ୍ୟରୁ ବିଜେପିଶାସିତ ଉତ୍ତରପ୍ରଦେଶରେ ସର୍ବାଧିକ ୯ଟି, ମହାରାଷ୍ଟ୍ରରେ ୪ଟି ଏବଂ ମଧ୍ୟପ୍ର‌ଦେଶର ୨ଟି ହୋଇଥିଲା। ୨୦୨୧ରେ ସର୍ବାଧିକ ସାମ୍ପ୍ରଦାୟିକ ହିଂସା ହରିଆନାରେ ହୋଇଥିବା ବେଳେ ୨୦୨୨‌ ଏପ୍ରିଲ ସୁଦ୍ଧା ଗୁଜୁରାଟ ଓ ମଧ୍ୟପ୍ରଦେଶ ସବୁଠୁ ଆଗରେ ରହିଥିଲେ। କିନ୍ତୁ ଏହିସବୁ ବିଜେପିଶାସିତ ରାଜ୍ୟକୁ ବିଜେପି କେବେ ତ କୌଣସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଇ ନଥିଲା।

ଉତ୍ତରପ୍ରଦେଶର ଲଖିମ୍‌ପୁର ଖେରି ଓ ହାଥରସ ର ଉଦାହରଣ ଦେଇ ଶ୍ରୀ ଆଚାର୍ଯ୍ୟ କହିଲେ ଯେ ଏ ଦୁଇଟି ବଡ଼ ଅଘଟଣ ପରେ ‌ସେସବୁ ସ୍ଥାନରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ବି‌ଜେପି ଟିମ୍ ପଠାଇବା ଦୂରେ ଥାଉ, ଉତ୍ତରପ୍ରଦେଶ ସରକାର ସେଠାକୁ ଅନ୍ୟ ରାଜନୈତିକ ଦଳର ନେତା ଏପରିକି ସାମ୍ବାଦିକଙ୍କ ଯିବାକୁ ବି ବାରଣ କରିଥିଲେ। ତାହେଲେ ସମ୍ବଲପୁରରେ ଅଳ୍ପ ଅବଧି ପାଇଁ ଘଟିଥିବା ଏକ ଅପ୍ରୀତିକର ପରିସ୍ଥିତିକୁ ନେଇ ବିଜେପି ଏତେ ତତ୍ପର କାହିଁକି? ଇତିମଧ୍ୟରେ ଶାନ୍ତି ଫେରି ଆସି ସାରିଥିଲେ ମଧ୍ୟ ବିଜେପି କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ଏଠାରେ ଶାନ୍ତି ବ୍ୟାହତ କରିବାକୁ ଚାହୁଁଛି ବୋଲି ଅଭିଯୋଗ କରିଥିଲେ।

୨୦୨୪ରେ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ବ୍ୟକ୍ତିଗତ ରାଜନୈତିକ ଉଚ୍ଚାକାଂକ୍ଷା ରଖିଥିବା ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତାଙ୍କ ପ୍ର‌ରୋଚନାରେ ସମ୍ବଲପୁରରେ ଏଭଳି ଉଦ୍ୟମ କରିଥିବା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଅଭିଯୋଗ କରିଥିଲେ ।

ସୂଚନାଯୋଗ୍ୟ, ସମ୍ବଲପୁର ହିଂସା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଥମରୁ ଦାୟୀ କରିଆସୁଛି ବିଜେପି ।

 

 

 

Previous Post

ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ର ଆଉ ନାହାନ୍ତି

Next Post

ଉନ୍ନୀତ ହେଲେ ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର

Next Post
ଉନ୍ନୀତ ହେଲେ ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର

ଉନ୍ନୀତ ହେଲେ ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA