Wednesday, May 20, 2026 04:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହିଳାଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

୧୬ ମାସରେ ୩୭,୦୦୦ରୁ ଉଦ୍ଧ୍ୱର୍ ମହିଳା ନିର୍ଯାତନା ମାମଲା

by Our Correspondent
18 Oct, 2025- 07:48 PM
in Latest News, News
1 min read
0
ମହିଳାଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅଶୋକ ନଗର ଅଞ୍ଚଳରେ ଗୋଟିଏ ୧୭ ବର୍ଷୀୟ ଝିଅର ଗଣଦୁଷ୍କର୍ମ ଘଟଣା ଗତକାଲି ଲୋକଲୋଚନକୁ ଆସିବା ପରେ ଆଜି ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗ ଉପରେ ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି ।

ଶଙ୍ଖ ଭବନ ଠାରେ ଶନିବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ମହିଳା ଜନତା ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀମତୀ ସୁମିତ୍ରା ଜେନା ଏବଂ ସାଧାରଣ ସମ୍ପାଦକ ଶ୍ରୀମତୀ ରଞ୍ଜିତା ସାହୁ, ଗତ ୧୬ ମାସର ବିଜେପି ଶାସନରେ, ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରଥିଲେ ।

ଶ୍ରୀମତୀ ସୁଲତା ଦେଓ କହିଥିଲେ, ରାଜଧାନୀ ଭୁବନେଶ୍ୱରର ଛାତି ଉପରେ, ଅଶୋକ ନଗର ଅଞ୍ଚଳରେ, ଗୋଟିଏ ୧୭ ବର୍ଷର ଝିଅକୁ ଗଣଦୁଷ୍କର୍ମ କରି ମୁର୍ମୁଷୁ ଅବସ୍ଥାରେ ଫିଙ୍ଗି ଦିଆଯାଉଛି, କିନ୍ତୁ ପୋଲିସ ପ୍ରଶାସନ ଜାଣି ପାରୁନି । ରାଜଧାନୀର ଛାତି ଉପରେ ଯଦି ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସରକାର ସକ୍ଷମ ନୁହଁନ୍ତି, ତାହେଲେ ଅନ୍ୟ ଜାଗାରେ କିଭଳି ସୁରକ୍ଷା ପ୍ରଦାନ କରି ପାରିବେ । ରାଜ୍ୟରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ଘଟଣା ପ୍ରତିଦିନ ଖବର କାଗଜରେ ଶିରୋନାମା ପାଲଟୁଛି । ରାଜ୍ୟରେ ଗତ ୧୬ ମାସରେ ୩୭,୭୫୦ରୁ ଉଦ୍ଧ୍ୱର୍ ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି । ଯାହା ଭିତରେ, ଦୁଷ୍କର୍ମ, ଗଣଦୁଷ୍କର୍ମ, ଅସଦାଚରଣ, ହତ୍ୟା ଇତ୍ୟାଦି ଘଟଣା ରହିଛି । ବିରୋଧୀ ଦଳମାନଙ୍କ ତରଫରୁ ଏଥିନେଇ ବିଧାନସଭାରେ ଓ ବାହାରେ ସ୍ୱର ଉତ୍ତୋଳନ କରାଯାଇ ଆସୁଥିଲେ ମଧ୍ୟ ସ୍ଥିତିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି ।

ଶ୍ରୀମତୀ ସୁମିତ୍ରା ଜେନା କହିଥିଲେ, ଅଶୋକ ନଗର ଗଣଦୁଷ୍କର୍ମ ଘଟଣାରେ ପୋଲିସ ସ୍ପଷ୍ଟୀକରଣ ଦେଇ ଏହା ଏକ ସେକ୍ସ ରାକେଟ ମାମଲା କୁହାଯାଇଛି । କିନ୍ତୁ, ଯଦି ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳରେି ସେକ୍ସ ରାକେଟ ଚାଲୁଛି, ତାହେଲେ ପୋଲିସ ଏଠାରେ କରୁଛି କଣ? ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି, କିନ୍ତୁ ସରକାର ଏଥିପ୍ରତି ନିଘା ନାହିଁ ।

ଶ୍ରୀମତୀ ରଞ୍ଜିତା ସାହୁ କହିଥିଲେ, ପଶ୍ଚିମବଙ୍ଗରେ ଓଡ଼ିଆ ଝିଅର ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାର ତତ୍ପରତା ଦେଖାଇଥିଲେ । ମୁଖ୍ୟମନ୍ତ୍ରୀ ପୀଡିତା ସହିତ କଥା ହୋଇ ତାଙ୍କ ବାର୍ତ୍ତାଳାପର ଭିଡିଓ ଗଣମାଧ୍ୟମରେ ଛାଡିଲେ । ରାଜ୍ୟ ମହିଳା କମିସନ ସେଠାକୁ ଯାଇ ପୀଡ଼ିତାଙ୍କ ପରିବାରକୁ ଭେଟିଲେ । କିନ୍ତୁ, ରାଜ୍ୟରେ ପ୍ରତିଦିନ କେହି ନା କେହି ମହିଳା ଦୁଷ୍କର୍ମର ଶୀକାର ହେଉଛନ୍ତି । ନା ମୁଖ୍ୟମନ୍ତ୍ରୀ ସେମାନଙ୍କ ସହିତ କଥା ହେଉଛନ୍ତି ନା ରାଜ୍ୟ ମହିଳା କମିସନ ସେମାନଙ୍କ ନିକଟକୁ ଯାଉଛନ୍ତି । ଦୁଃଖ ଓ ପରିତାପର ବିଷୟ, ଦୁଷ୍କର୍ମ, ଗଣଦୁଷ୍କର୍ମ ଘଟଣାରେ, ସରକାର ରାଜନୀତି କରିବାକୁ ପଛାଉ ନାହାନ୍ତି । ପଶ୍ଚିମବଙ୍ଗରେ ଦୁଷ୍କର୍ମ ମାମଲାରେ ରାଜ୍ୟ ସରକାର ତତ୍ପରତା ଦେଖାଉଥିବା ବେଳେ, ରାଜ୍ୟରେ ହେଉଥିବା ମାମଲା ଗୁଡିକରେ, ସରକାର ନିରବତା ଅବଲମ୍ୱନ କରୁଛନ୍ତି । ଏହା ରାଜ୍ୟ ସରକାରଙ୍କ ହୀନ ରାଜନୀତି ବୋଲି ଶ୍ରୀମତୀ ସାହୁ କହିଥିଲେ ।

Previous Post

ସାଇବର ସୁରକ୍ଷା ପାଇଁ ୧୧୨୭ଟି ନୂତନ ପୋଲିସ ପଦବୀ, ୧୭୦ ଟେକ୍ନିକାଲ ଏକ୍ସପର୍ଟଙ୍କୁ ଖୁବଶୀଘ୍ର ନିଯୁକ୍ତି

Next Post

ଏସଆଇ ପରୀକ୍ଷାର ମହାଦୁର୍ନୀତିକୁ ଜନମାନସରୁ ଅପସରି ଦେବାପାଇଁ ଷଡ଼ଯନ୍ତ୍ର ରଚାଯାଇଛି: କଂଗ୍ରେସ

Next Post
ଏସଆଇ ପରୀକ୍ଷାର ମହାଦୁର୍ନୀତିକୁ ଜନମାନସରୁ ଅପସରି ଦେବାପାଇଁ ଷଡ଼ଯନ୍ତ୍ର ରଚାଯାଇଛି: କଂଗ୍ରେସ

ଏସଆଇ ପରୀକ୍ଷାର ମହାଦୁର୍ନୀତିକୁ ଜନମାନସରୁ ଅପସରି ଦେବାପାଇଁ ଷଡ଼ଯନ୍ତ୍ର ରଚାଯାଇଛି: କଂଗ୍ରେସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA