Sunday, May 10, 2026 08:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏସଆଇ ପରୀକ୍ଷାର ମହାଦୁର୍ନୀତିକୁ ଜନମାନସରୁ ଅପସରି ଦେବାପାଇଁ ଷଡ଼ଯନ୍ତ୍ର ରଚାଯାଇଛି: କଂଗ୍ରେସ

ବଡ଼ମାଛମାନଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ ?

by Our Correspondent
18 Oct, 2025- 08:09 PM
in Latest News, News
1 min read
0
ଏସଆଇ ପରୀକ୍ଷାର ମହାଦୁର୍ନୀତିକୁ ଜନମାନସରୁ ଅପସରି ଦେବାପାଇଁ ଷଡ଼ଯନ୍ତ୍ର ରଚାଯାଇଛି: କଂଗ୍ରେସ

ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷାର ମହାଦୁର୍ନୀତିକୁ ସଂପୂର୍ଣ୍ଣରୂପେ ଜନମାନସରୁ ଅପସରି ଦେବାପାଇଁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ମାଧ୍ୟମରେ ଏକ ବଡ଼ ଷଡଯନ୍ତ୍ର ରଚିଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ଅଭିଯୋଗ କରିଛନ୍ତି ।

ପ୍ରକାଶଥାଉକି ୨୦୨୪ ମସିହାରେ ରାଜ୍ୟ ସରକାର ରାଜ୍ୟରେ ୯୩୩ ପୋଲିସ ବିଭାଗର ଏସଆଇ ପଦବୀ ସହିତ ଅନ୍ୟପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଥିଲେ । ଓଡ଼ିଶା ପୋଲିସ ରିକ୍ୟୁଟମେଂଟ ବୋର୍ଡ ମାଧ୍ୟମରେ ଏହି ପରୀକ୍ଷା କରାଯିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଲେ । ସବୁଠାର ଆଶ୍ଚର୍ଯ୍ୟର କଥା ଏହି ପରୀକ୍ଷାକୁ କରିବାପାଇଁ ଓଡ଼ିଶା ପୋଲିସ ରିକ୍ୟୁଟମେଂଟ ବୋର୍ଡ ପାଖରେ ଆବଶକୀୟ ଆସବାସ ପତ୍ର ନଥିଲା ବେଳେ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ରିକ୍ୟୁଟମେଂଟ ବୋର୍ଡକୁ ଏ ଦାୟିତ୍ୱ ଦିଆଗଲାବୋଲି ସେ ପ୍ରଶ୍ନ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ପରୀକ୍ଷାକୁ ସୁଚାରୁରୂପେ ପରିଚାଳନ କରିବାପାଇଁ ଓପିଆରବି ଭାରତ ସରକାରଙ୍କର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ଦେଇଥିଲା । ସେତେବେଳେ ଟେଣ୍ଡରର କଂଟ୍ରାକ୍ଟ ମୁତାବକ ଆଇଟିଆଇ ସଂସ୍ଥା କୌଣସି ଏକ ସଂସ୍ଥାକୁ ସବକଂଟ୍ରାକ୍ଟ ଦେଇପାରିବାର ନିୟମ ରଖିଥିଲେ । ସେହି ନିଷ୍ପତ୍ତିରେ ଆଇଟିଆଇ ସଂସ୍ଥାକୁ ସିଲିକନ ଟେକ ଲ୍ୟାବକୁ ଏହି ପରୀକ୍ଷାକୁ ସୁଚାରୁରୂପେ ପରିଚାଳନା କରିବାପାଇଁ ସବକଂଟ୍ରାକ୍ଟ ଦେଇଥିଲେ । କିନ୍‌ତୁ ମୂଳ କଂଟ୍ରାକ୍ଟ ନିୟମରେ ସବ କଂଟ୍ରାକ୍ଟ ପାଇଥିବା କମ୍ପାନୀ ବା ଫାର୍ମ ଅନ୍ୟକାହାକୁ ସବ ସବକଂଟ୍ରାକ୍ଟ ଦେଇପାରିବ ନାହିଁ ତେଣୁ ଏଠାରେ ସିଲିକନ ଟେକ ଲାବ କିଭଳି ଭାବରେ ଶଙ୍କର ପୃଷ୍ଟିଙ୍କ ସଂସ୍ଥା ଟେକ ଲାବକୁ ଦେଲା ଏବଂ ଏହି ଘଟଣା ଜାଣିଲାପରେ କାହିଁକି ଓପିଆରବି ପ୍ରତିବାଦ କରିନଥିଲା । ଏହି ସମୁଦାୟ କାରବାରରେ ନିୟମର ଖୋଲା ଉଲ୍ଲଙ୍ଘନ ହୋଇଥିଲେ ମଧ୍ୟ ଏବଂ ପୂର୍ବ ସରକାର ସମୟରେ ପଂଚସପ୍ଟ କମ୍ପାନୀ ଓ ତାଙ୍କ ମାଲିକଙ୍କ ଶଙ୍କର ପୃଷ୍ଟିଙ୍କ ବିରୁଦ୍ଧରେ ଅଭିଯୋଗ ଥିଲା ସତ୍ୱେ କାହିଁକି ଓ କେଉଁ ସ୍ୱାର୍ଥ ଯୋଗୁଁ ଏହି ଟେଣ୍ଡରକୁ କେନସଲ ନକରି ଏହି ଦୁର୍ନୀତି କରିବାପାଇଁ ଶଙ୍କର ପୃଷ୍ଟି ଓ ତାଙ୍କର ସହଯୋଗୀ ମାନଙ୍କୁ ସୁଯୋଗ ଦେଲେ । କ୍ରାଇମବ୍ରାଞ୍ଚର ତଦନ୍ତ କରୁଥିବା ଅଧିକାରୀମାନେ ଏପର୍ଯ୍ୟନ୍ତ କାହିଁକି ଓପିଆରବିର ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ତଦନ୍ତର ପରିସର ଭୁକ୍ତ କରୁନାହାନ୍ତି । ସବୁକିଛି ଜଳ ଜଳ ଦେଖାଯାଉଥିଲା ବେଳେ କ୍ରାଇମବ୍ରାଞ୍ଚକୁ ଏକଥା ଜଣାନାହିଁକି?

ତଦନ୍ତକାରୀ ଅଧିକାରୀମାନେ ନିଜେ ସ୍ୱୀକାର କରି କହିଛନ୍ତି ଯେ ୧୮୬ ଜଣ ଆଶାୟୀ ପରିକ୍ଷାର୍ଥୀ ଟ୍ରେନଯୋଗେ ବାଲେଶ୍ୱରରୁ ସିକାକୁଲମ ଯାଇଥିଲେ । ତେଣୁ ୩୦୦ ଜଣ ଆଶାୟୀ ପରୀକ୍ଷାର୍ଥୀ ରାଜ୍ୟରୁ ଯାଇ ସିକାକୁଲମରେ ପହଞ୍ôଚଲା ପରେ ମଧ୍ୟ କିଭଳି ଭାବେ ରାଜ୍ୟ ପୋଲିସ ବିଭାଗ ପାଖରେ କିମ୍ବା ରାଜ୍ୟ ସରକାରଙ୍କ ପାଖରେ କିଛି ଖୋଜ ଖବର ରହିଲାନାହିଁ କିପରି । ୭୫ କୋଟି ଟଙ୍କାର ଟଙ୍କା ନେଇ ଚାକିରି ଦେବା ଏହି ମହାଦୁର୍ନୀତିକୁ ଜାଣିସୁଣି ରାଜ୍ୟ ସରକାର ଚାପି ଦେବାପାଇଁ ଚେଷ୍ଟା ଚଳାଇଛନ୍ତି । ନୂଆପଡ଼ା ଉପନିର୍ବାଚନ ଆଳରେ କ୍ରାଇମବ୍ରାଞ୍ଚର ତଦନ୍ତକୁ ଦିଗହରା କରି ଏହି ଘଟଣାକୁ ଏକ ଭିନ୍ନ ମୋଡ଼ ଦେବାପାଇଁ ରାଜ୍ୟ ସରକାର ଏବଂ ପୋଲିସ ବିଭାଗର ଯେଉଁ ବରିଷ୍ଠ ଅଧିକାରୀମାନେ ଚକ୍ରାନ୍ତ ଚଳାଇଛନ୍ତି ତାହାକୁ ରାଜ୍ୟ କଂଗ୍ରେସ କେବେହେଲେ କରାଇଦେବ ନାହିଁ । ସବୁଠାରୁ ବଡ଼କଥା ଏହି ପରୀକ୍ଷାପାଇଁ ପ୍ରଶ୍ନପତ୍ର ତ ଓପିଆରବି ପ୍ରସ୍ତୁତ କରିବା କଥା ଓ ପ୍ରଶ୍ନପତ୍ର ଓପିଆରବି ହେପାଜାତରେ ରହିବା କଥା । କିଭଳି ଭାବରେ ପରୀକ୍ଷାର ବହୁ ପୂର୍ବରୁ ଏହି ପ୍ରଶ୍ନପତ୍ର ପଞ୍ଚସପ୍ଟ ପାଖରେ ପହଞ୍ôଚଲା । ଚାକିରି ବିକ୍ରୀ କରୁଥିବା ଦଲାଲ ଶଙ୍କର ପୃଷ୍ଟି ଓ ତାଙ୍କର ସହଯୋଗୀ ମାନଙ୍କ ପାଖରେ କିଏ ପହଞ୍ଚାଇଲା? ଓଡ଼ିଶା ପୋଲିସ ରିକ୍ୟୁଟମେଣ୍ଟ ବୋର୍ଡର ଯେଉଁ ବରିଷ୍ଠ ଅଧିକାରୀମାନେ ପଞ୍ଚସପ୍ଟ ଅଫିସକୁ ଯାଉଥିଲେ ଏବଂ ପରୀକ୍ଷା ପ୍ରସ୍ତୁତିକୁ ତଦାରଖ କରୁଥିଲେ ସେମାନେ କିଭଳି ଜାଣିପାରିଲେ ନାହିଁ ଯେ ପଞ୍ଚସପ୍ଟ ସହିତ ହୋଇଥିବା ଟେଣ୍ଡର ସଂପୂର୍ଣ୍ଣରୂପେ ଅସିଦ୍ଧବୋଲି । ଯଦି ଆଶାୟୀ ୧୧୪ ପ୍ରାର୍ଥୀମାନେ ଚାକିରି ପାଇବା ଲୋଭରେ ଅର୍ଥ ଦେଇଥିବା ଅଭିଯୋଗରେ ଜେଲ ଗଲେ ଏବଂ ତାଙ୍କର ଭବିଷ୍ୟତକୁ ସଂପୂର୍ଣ୍ଣରୂପେ ମାଟିରେ ମିଶାଇ ଦିଆଗଲା ତାହାହେଲେ ରାଜ୍ୟର ଏହି ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ କାହିଁକି ସୁରକ୍ଷା ଦିଆଯାଉଛି । ଏମାନଙ୍କୁ କାହିଁକି ଜେଲକୁ ପଠାଯାଉ ନାହିଁ । ସବୁଠାରୁ ଅତ୍ୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ବିଜେପି ଦଳର ଜନୈକ ବରିଷ୍ଠ ନେତା ଶଙ୍କର ପୃଷ୍ଟିଙ୍କ ଠାରୁ ଏକ ଫର୍ଚୁନରକାର ଗିପ୍ଟ ଆକାରରେ ନେଇଛନ୍ତି ବୋଲି ବହୁ ଆଡ଼େ ଆଲୋଚନା ହେଉଛି । ଏହି ଘଟଣାର ସତ୍ୟତା କ୍ରାଇମବ୍ରାଞ୍ଚ ଅନୁସନ୍ଧାନ କରୁ । ଏହି ୭-୮ ମାସ ଭିତରେ ରାଜ୍ୟ ବିଜେପିର କେଉଁ ବରିଷ୍ଠ ନେତୃବର୍ଗ ନୂଆ ଫର୍ଚୁନର କାର କିଣିଛନ୍ତି । ଏବଂ ସେମାନଙ୍କ କାର କାହା ନାରେ ରେଜିଷ୍ଟ୍ରେସନ ହୋଇଛି ଏହା ଜଣାପଡ଼ିଯିବ । ଏହି କାରକୁ ନଗଦ ଆକାରରେ କିଣାଯାଇଛି ନା ଋଣ ମାଧ୍ୟମରେ କିଣାଯାଇଛି ତାହାବି ଜଣାପଡ଼ିବ ।

ରାଜ୍ୟ ସରକାରଙ୍କର ଓଡ଼ିଶାର ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ ଯୁବତୀଙ୍କ ପ୍ରତି ସାମାନ୍ୟ ସମ୍ମାନ ଅଛି ତାହାଲେ ତଦନ୍ତକୁ ବାଟବଣା କରନ୍ତୁ ନାହିଁ ।

ଆଉ ଏକ ଘଟଣାର ଅବତାରଣ କରି ଶ୍ରୀ ମହାନ୍ତି କହିଛନ୍ତି ଯେ ନୂଆପଡ଼ା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୂଆପଡ଼ା ବାସୀଙ୍କୁ ଆସ୍ୱାସନା ଦେଇ କହିଛନ୍ତି ଯେ ନୂଆପଡ଼ାର ବିକାଶ ତାଙ୍କର ଦାୟିତ୍ୱ । ଠିକ ସମାନ ଭାବରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଆସି କହିଥିଲେଯେ ତାଙ୍କ ଦଳକୁ ଥରୁଟିଏ ସୁଯୋଗ ଦେଲେ ସେ ଓଡ଼ିଶାକୁ ସାରା ଭାରତରେ ଏକ ନମ୍ବର ରାଜ୍ୟ କରିବେ । କିନ୍ତୁ ୧୬ ମାସ ପରେ ଓଡ଼ିଶା ଆଜି ମହିଳା ଅତ୍ୟାଚାର, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟାରେ ଏକନମ୍ବର ମାନ୍ୟତା ପାଇଛି । ଏହା କଣ ଆମର ବିକାଶ କି? ଏହି ୧୬ ମାସ ଭିତରେ ରାଜ୍ୟରେ ଆଦିବାସୀ ଓ ଅନୁସୂଚିତ ଜାତିମାନଙ୍କ ଉପରେ ଆକ୍ରମଣ ଓ ହିଂସା ବହୁ ପରିମାଣରେ ବୃଦ୍ଧି ପାଇଛି । ଏହି ସମୟ ଭିତରେ ୩୭୨୭ ଟି ଆଦିବାସୀ ଓ ଅନୁସୂଚିତ ଜାତି ମାନଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣା ବିଭିନ୍ନ ଥାନାରେ ପଞ୍ଜିକୃତ ହୋଇଛି । ମୁଖ୍ୟମନ୍ତ୍ରୀ ଆଦିବାସୀ ବର୍ଗରୁ କିନ୍ତୁ ରାଜ୍ୟରେ ଆଦିବାସୀ ଓ ଅନୁସୂଚିତ ଜାତି ବର୍ଗର ଲୋକମାନେ ଆଜି ନିରାପଦ ନୁହଁନ୍ତି । ଏହି ୯ ମାସ ଭିତରେ ୨୪୨୮ ଟି ମାମଲା ଏହି ବର୍ଗଙ୍କ ଉପରେ ହୋଇସାରିଲାଣି । ରାଜ୍ୟ ପ୍ରଗତୀ କରିବା ପରିବର୍ତ୍ତେ ବିନାଶ ଆଡକୁ ଦ୍ରୁତ ଗତିରେ ଯାଉଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସର ଅନ୍ୟତମ ମୁଖପାତ୍ର ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଥିଲେ ଯେ ନବ ଦାସଙ୍କ ହତ୍ୟା ଘଟଣା ଠୁ ଆରମ୍ଭ କରି ମମିତା ମେହେର ଘଟଣା ପର୍ଯ୍ୟନ୍ତ ଏବେକାର ସରକାର ନ୍ୟାୟ ପାଇଁ ଚିତ୍କାର କରୁଥିଲେ କିନ୍ତୁ ସରକାର ଆସିଲାପରେ ଆଜି ପର୍ଯ୍ୟନ୍ତ ଦୋଷୀମାନଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ନିମ୍ନ ସ୍ତରକୁ ଚାଲିଯାଇଛି । ଯୁବକ ମାନଙ୍କର ଭବିଷ୍ୟତକୁ ଏ ସରକାର ଦଲାଲ ମାନଙ୍କ ପାଖରେ ବନ୍ଧା ପକାଇ ଦେଇଛନ୍ତି । ଏ ସରକାର ଏକ ଜନବିରୋଧି ସରକାର ।

Previous Post

ମହିଳାଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

Next Post

ଓଡ଼ିଶାର ନବୀକରଣ ଓ ଉଦ୍ୟୋଗୀକରଣର ନୂତନ ହବ ‘ଏଆଇସି-ସୋଆ ଫାଉଣ୍ଡେସନ’

Next Post
ଓଡ଼ିଶାର ନବୀକରଣ ଓ ଉଦ୍ୟୋଗୀକରଣର ନୂତନ ହବ ‘ଏଆଇସି-ସୋଆ ଫାଉଣ୍ଡେସନ’

ଓଡ଼ିଶାର ନବୀକରଣ ଓ ଉଦ୍ୟୋଗୀକରଣର ନୂତନ ହବ 'ଏଆଇସି-ସୋଆ ଫାଉଣ୍ଡେସନ'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA