Thursday, June 1, 2023 03:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସେପ୍ଟେମ୍ବର ୨୯ରେ ବଳ କଷାକଷି!

ବିଜେଡି ବନାମ ବିଜେପି

by Our Correspondent
27 Sep, 2022- 08:49 PM
in Latest News, News, Politics
1 min read
0
ସେପ୍ଟେମ୍ବର ୨୯ରେ ବଳ କଷାକଷି!

ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ଦିନ ଭୁବନେଶ୍ୱରରେ ବିଜେଡି ଏବଂ ବିଜେପି ପକ୍ଷରୁ ବିଶାଳ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ଜନସମ୍ପର୍କ ପଦଯାତ୍ରା’ ଆରମ୍ଭ କରୁଥିବା ବିଜେଡି ପ୍ରଥମ ଥର ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଶିବିରର ଆୟୋଜନ କରିଥିବା ବେଳେ ଓଡ଼ିଶା ଆସୁଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କ ପାଇଁ ଦଳ ପକ୍ଷରୁ ବିରାଟ ଆୟୋଜନ ହୋଇଛି । ବିଜେଡି କାର୍ଯ୍ୟକ୍ରମ ବରମୁଣ୍ଡା ଖେଳପଡ଼ିଆରେ ଏବଂ ବିଜେପି କାର୍ଯ୍ୟକ୍ରମ ଜନତା ମଇଦାନରେ ଅନୁଷ୍ଠିତ ହେବ ।

ଏବର୍ଷ ବିଜେଡିର ମାସିକିଆ ଜନସମ୍ପର୍କ ପଦଯାତ୍ରା ବିଶାଳ ଓ ଭିନ୍ନ ଢ଼ଙ୍ଗରେ କରିବାକୁ ଯୋଜନା କରାଯାଇଛି । ପଦଯାତ୍ରା ଢ଼ାଞ୍ଚାରେ ପରିବର୍ତ୍ତନ ହେବ । ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଗାଁରୁ ସହର ଯାଏ ଲୋକଙ୍କ ସହ ବ୍ୟାପକ ଭାବରେ ଯୋଡିହେବେ ଦଳୀୟ ନେତା ଓ କର୍ମୀ । ଘରେ ଘରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଜଣାଇବେ । ରକ୍ତଦାନ ଶିବିର, ବୃକ୍ଷରୋପଣ ଭଳି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । ଆଉ ମାସେ ପରେ ଏହି କାର୍ଯ୍ୟକ୍ରମର ରେଜଲ୍ଟ ଦେଖିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିପାଇଁ କାହାରିକୁ ଫୁରସତ୍ ନ ଦେବାକୁ ଦଳୀୟ ରଣନୀତି ପ୍ରସ୍ତୁତ ହୋଇଛି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହାର ତତ୍ତ୍ୱାବଧାନ କରୁଛନ୍ତି ।

କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଥମ ଥର ପାଇଁ ବିଜେଡି ପକ୍ଷରୁ ୨୯ ଓ ୩୦ ତାରିଖରେ କର୍ମଶାଳାର ଆୟୋଜନ କରାଯାଇଛି । ବିଧାୟକ, ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ରାଜ୍ୟସ୍ତରୀୟ ଯୁବ, ଛାତ୍ର ଓ ମହିଳା କମିଟି କର୍ମକର୍ତ୍ତାମାନେ ଏଥିରେ ଯୋଗଦେବେ ।

୨୯ ରେ ଜିଲ୍ଲା, ଜୋନ୍, ବ୍ଲକ୍, ପୌରାଞ୍ଚଳର ଯୁବ, ଛାତ୍ର ଓ ମହିଳା ସଭାପତିଙ୍କ ସମେତ କଟକ ଓ ଭୁବନେଶ୍ୱରର ଛାତ୍ର ବିଜେଡି କ୍ୟାମ୍ପସ କମିଟି ସଦସ୍ୟ ଉପସ୍ଥିତ ରହିବେ । ୩୦ ରେ ଜିଲ୍ଲା ପରିଷଦ ସଭାପତି, ଉପସଭାପତି, ସଭ୍ୟ, ବ୍ଲକ ସଭାପତି, ବ୍ଲକ ଉପସଭାପତି, ପୌରାଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉପସ୍ଥିତ ରହିବେ ।

ଏଥିପାଇଁ ବରମୁଣ୍ଡା ଖେଳପଡ଼ିଆଠାରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ସମସ୍ତ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଡ. ଅରୁଣ ସାହୁ, ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ ଏବଂ ଦେବୀ ରଞ୍ଜନ ତ୍ରିପାଠୀ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

ସେପଟେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କ ଭୁବନେଶ୍ୱର କାର୍ଯ୍ୟକ୍ରମ ସେହି ୨୯ ତାରିଖରେ ରହିଛି । ସେଥିପାଇଁ ଜନତା ମୈଦାନରେ ପ୍ରସ୍ତୁତି ବହୁ ପୂର୍ବରୁ ଆରମ୍ଭ ହୋଇଛି । ସେଦିନ ସକାଳ ୧୦ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଶ୍ରୀ ନଡ୍ଡା । ତାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳୟକୁ ଅଣାଯିବ । ଏହାପରେ ଜନତା ମୈଦାନରେ ପଞ୍ଚାୟତସ୍ତରୀୟ ସମାବେଶରେ ସେ ଯୋଗଦେବେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି ।

ମୋଟାମୋଟି ଦେଖିଲେ, ଉଭୟ ଦଳ ସେମାନଙ୍କ କାର୍ଯ୍ୟକ୍ରମକୁ ସଫଳ କରି ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା ରଖିଛନ୍ତି । ସେଥିପାଇଁ ସବୁ ବଳ ଲାଗିଛି ।

Previous Post

ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

Next Post

ବେଙ୍ଗାଲୁରୁରେ ନବୀନ

Next Post
ବେଙ୍ଗାଲୁରୁରେ ନବୀନ

ବେଙ୍ଗାଲୁରୁରେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3329 shares
    Share 1332 Tweet 832
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2183 shares
    Share 873 Tweet 546
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2076 shares
    Share 830 Tweet 519
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2043 shares
    Share 817 Tweet 511
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1930 shares
    Share 772 Tweet 483

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA