Sunday, June 15, 2025 01:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୁଲତାଙ୍କ ପାଇଁ ବାହାରିଲା ବିଜେଡି

'ମହିଳା ସାଂସଦଙ୍କ ଉପରେ ଅରୁଚିକର ଖବର ପରିବେଷଣରୁ ବିରତ ରୁହ'

by Our Correspondent
31 Aug, 2024- 06:16 PM
in Latest News, News
1 min read
0
ସୁଲତାଙ୍କ ପାଇଁ ବାହାରିଲା ବିଜେଡି

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ପାଇଁ ଆଗକୁ ଆସିଲା ତାଙ୍କ ଦଳ ବିଜେଡି । ଦଳର ବରିଷ୍ଠ ନେତା ତଥା ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜଣେ ମହିଳା ସାଂସଦଙ୍କୁ ମାନସିକ ଆଘାତ ଦେବାରୁ ବିରତ ରହିବାକୁ ଓଟିଭି ସଂସ୍ଥାକୁ ପରାମର୍ଶ ଦେଇଛନ୍ତି । ବୈଜୟନ୍ତ ପଣ୍ଡାଙ୍କ ନାଁ ନ ନେଇ ସଂସ୍ଥାର ମାର୍ଗଦର୍ଶକଙ୍କ ପକ୍ଷରେ ଏହା ଶୋଭା ପାଉନି ବୋଲି ସେ କହିଛନ୍ତି ।

ଏଥିସହ ସାଂସଦ ସୁଲତା ଦେଓଙ୍କୁ ଲାଗିଥିବା ଆଘାତଟି କ’ଣ ତାହା ମଧ୍ୟ ଶ୍ରୀ ମିଶ୍ର ଖୋଲିଦେଇଛନ୍ତି । କହିଛନ୍ତି, ଏହି ପ୍ରମୁଖ ଗଣମାଧ୍ୟମ ବିଭିନ୍ନ ସମୟରେ ତାଙ୍କର ବେଶ ପରିପାଟୀ ଉପରେ ଖବର କରୁଛି । ତାଙ୍କ ପ୍ରତି ଧାରାବାହିକ ଭାବେ ବୋଲଡ୍ ଆଉଟ୍, ନଟ୍ ଆଉଟ୍ ଭଳି ହୀନ ଶବ୍ଦ ବ୍ୟବହାର କରାଯାଉଛି । ୧୮ ବର୍ଷ ତଳେ ସେ ତାଙ୍କ ସ୍ୱାମୀ ଓ ପରିବାର ସହ ବାହାରକୁ ବୁଲିଯାଇଥିବା ବେଳର ଫଟୋ ଦେଖାଇ ଅରୁଚିକର ଟିପ୍ପଣୀ ଦିଆଯାଉଛି । ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର ଏବଂ ସମସ୍ତଙ୍କର ଏଥିପାଇଁ ସ୍ୱାଧୀନତା ରହିଛି । ମାତ୍ର ତାକୁ ନେଇ ବାରମ୍ବାର ଅରୁଚିକର ଖବର ପରିବେଷଣ କରିବା ଜଣେ ମହିଳାଙ୍କୁ ଉତକ୍ଷିପ୍ତ କରିବା ସ୍ୱାଭାବିକ । ଏହା ତାଙ୍କୁ ଭୀଷଣ ଆଘାତ ଦେଇଛି ।

ସୁଲତା ଦେଓ ନିଜର ସଂଘର୍ଷ ବଳରେ ଜଣେ ସରପଞ୍ଚରୁ ଆସି ଆଜି ରାଜ୍ୟସଭା ସାଂସଦ ହୋଇଛନ୍ତି । ଅନ୍ୟପକ୍ଷରେ ଯାହାଙ୍କ ତତ୍ତ୍ୱାବଧାନ କି ମାର୍ଗଦର୍ଶନରେ ସଂପୃକ୍ତ ଟିଭି ଏବଂ ୱେବ୍ ପୋର୍ଟାଲ୍ ଅଛି, ସେ ବିଜେଡିରେ ଥିଲେ । ନବୀନ ବାବୁ ଓ ବିଜେଡି ପାଇଁ ରାଜନୀତିରେ ତାଙ୍କର ଉଚ୍ଚତା ବଢ଼ିଛି । ମହତ୍ତ୍ୱାକାଂକ୍ଷା ପାଇଁ ସେ ଅନ୍ୟ କୋଉ ଦଳକୁ ଯିବା ତାଙ୍କ ସ୍ୱାଧୀନତାର କଥା । ମାତ୍ର ରାଜନୈତିକ ଶତ୍ରୁତା କାରଣରୁ ଜଣେ ମହିଳା ସାଂସଦଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ଖବର ପରିବେଷଣ କରିବା ସଂସ୍ଥାର ମାର୍ଗଦର୍ଶକ(ବୈଜୟନ୍ତ ପଣ୍ଡା)ଙ୍କ ଭଳି ବ୍ୟକ୍ତିଙ୍କ ପକ୍ଷରେ ଶୋଭନୀୟ ନୁହେଁ । ଏଥିରୁ ବିରତ ରହିବାକୁ ସେ କହିଥିଲେ ।

ସୂଚନାଯୋଗ୍ୟ, ଗୁରୁବାର ସଂଧ୍ୟାରେ ରାଜ୍ୟସଭା ସାଂସଦ ଶ୍ରୀମତୀ ଦେଓ ଫେସବୁକ୍ ଲାଇଭ୍ ରେ ଆସି ବୈଜୟନ୍ତ ପଣ୍ଡା ଏବଂ ଜାଗୀମଙ୍ଗତ ପଣ୍ଡା(କୌର୍)ଙ୍କୁ ସିଧା ନିଶାନା କରିଥିଲେ । ଓଟିଭି ଅଫିସରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମଠାରୁ ଆରମ୍ଭ କରି ସାରୁଅ ଜମି କେଳେଙ୍କାରୀ, ଯାଜପୁରରେ କ୍ରୋମାଇଟ୍ ର ଏକ୍ସସେସ୍ ମାଇନିଂ,୮୦୦ କୋଟି ଟଙ୍କା ବିଜୁଳି ବିଲ୍ ଠକେଇ, କୋଣାର୍କରେ ୨୦୦ ଏକର ଜମି କଥା ଉଠାଇ ପ୍ରବଳ ବର୍ଷିଥିଲେ । ବୈଜୟନ୍ତଙ୍କୁ ଡକାଏତ କହି ଧୋଇଥିଲେ । ବୈଜୟନ୍ତ, ଜାଗୀ ନିଜକୁ କ’ଣ ଭାବୁଛନ୍ତି ବୋଲି ପଚାରିଥିଲେ । କହିଥିଲେ ଯେ ଆପଣଙ୍କ ପୋଷା ଓଟିଭି, ଓଡ଼ିଶା ରିପୋର୍ଟରଙ୍କୁ ଲଗାଇ ମୋତେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି । ମୋର ପରିଚୟ ସଙ୍କଟ ଥିବା ପ୍ରଚାର କରୁଛନ୍ତି । ଆପଣ ମତେ କିନ୍ତୁ ଚିହ୍ନିନାହାନ୍ତି । ମୁଁ ବହୁତ ଶାନ୍ତ । ଆଉ ଯେତେବେଳେ ମୋ ଇଜ୍ଜତ ଉପରେ କିଏ ଅଙ୍ଗୁଳି ଉଠାଇବାକୁ ଚେଷ୍ଟା କରେ, ମୁଁ ବହୁତ ଭୟଙ୍କର ହୋଇଯାଏ । କାହାରିକୁ ଛାଡ଼େନି । ବି କେୟାରଫୁଲ୍ ।

କାଲି(ଶୁକ୍ରବାର) ମଧ୍ୟ ସେ ପୁନର୍ବାର ଫେସବୁକ୍ ଲାଇଭ୍ ରେ ଆସି ପୁଣି ବର୍ଷିଥିଲେ । ପୂର୍ବଦିନର ଚାଲେଂଜ ଏବଂ ଚେତାବନୀକୁ ମନେ ପକାଇଦେବା ସହ ତାଙ୍କ ଉପରେ ରାଗ ସୁଜାଇବାକୁ ତାଙ୍କ ନାଁରେ କାଲିର ଆଉ ଏକ ଫେକ୍ ନ୍ୟୁଜ୍ କଥା ଉଠାଇଥିଲେ । ସାଂସଦ ପାଣ୍ଠିରୁ ସୁଲତାଙ୍କ ଖର୍ଚ୍ଚ ଶୂନ୍ ବୋଲି ଓଡ଼ିଶା ରିପୋର୍ଟ ପ୍ରକାଶ କରିଥିବା ସମ୍ବାଦକୁ ସେ ଚାଲେଂଜ କରିଥିଲେ । ପ୍ରକୃତ ତଥ୍ୟକୁ ଚପାଇ କିଭଳି ତାଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଇଛି ତାହା ଜଣାଇଥିଲେ ।

Previous Post

ଖବର.. ଯାହାଙ୍କୁ ଯେମିତି ସୁହାଇଲା !

Next Post

ରେଭେନ୍ସା ନାଁ ବଦଳିଯିବ ?

Next Post
ରେଭେନ୍ସା ନାଁ ବଦଳିଯିବ ?

ରେଭେନ୍ସା ନାଁ ବଦଳିଯିବ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA