Sunday, June 15, 2025 01:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରେଭେନ୍ସା ନାଁ ବଦଳିଯିବ ?

ରେଭେନ୍ସା ନାଁ ବଦଳିବା ନେଇ ବିତର୍କ ହେଉ: ଧର୍ମେନ୍ଦ୍ର ପ୍ରଧାନ

by Our Correspondent
31 Aug, 2024- 11:42 PM
in Latest News, News
1 min read
0
ରେଭେନ୍ସା ନାଁ ବଦଳିଯିବ ?

ଭୁବନେଶ୍ୱର: ଓଡ଼ିଆ ଅସ୍ମିତା ଦ୍ୱାହିରେ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ରେଭେନ୍ସା କଲେଜର ନାଁ ବଦଳିଯିବ? କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆମ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁରୁ ଏଭଳି ଇସାରା ଓଡ଼ିଶାବାସୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଆଜି କଟକରେ ନେତାଜୀ ସ୍ମାରକୀ ଉଦଘାଟନ ଅବସରରେ ଧର୍ମେନ୍ଦ୍ର କହିଛନ୍ତି ରେଭେନ୍ସା ନାଁ ବଦଳିବା ନେଇ ବିତର୍କ ହେବା ଦରକାର । କାରଣ ରେଭେନ୍ସା ସାହେବଙ୍କ ସମୟରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା । ସେ ଓଡ଼ିଶା ପାଇଁ ଗୌରବର ବିଷୟ ନୁହଁନ୍ତି । ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସେ କହିଛନ୍ତି ।

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ସରଳ ଭାଷାରେ ବୁଝିଲେ, ବ୍ୟକ୍ତିଗତ ଭାବେ ରେଭେନ୍ସାର ନାଁ ବଦଳିବା ସେ ଚାହୁଁଛନ୍ତି । ଏଥିପାଇଁ ବିତର୍କର ଆବଶ୍ୟକତା ଅଛି ବୋଲି କେବଳ ଚତୁର ଭାଷା ବ୍ୟବହାର କରିଛନ୍ତି । ତାଙ୍କର ମତ ବ୍ୟକ୍ତିଗତ ବୋଲି କହିଥିଲେ ମଧ୍ୟ ଯେହେତୁ କେନ୍ଦ୍ରରେ ମୋଦୀ ସରକାରର ସେ ଶିକ୍ଷାମନ୍ତ୍ରୀ ଏବଂ ଓଡ଼ିଶାରେ ତାଙ୍କର ଡବଲ ଇଞ୍ଜିନ୍ ସରକାର ଚାଲିଛି ତେଣୁ ସ୍ୱାଭାବିକ ଭାବେ ତାଙ୍କର ମନ୍ତବ୍ୟ ସମସ୍ତଙ୍କ ମନରେ ଛନକା ପଶେଇ ଦେଇଛି ।

ଗଣମାଧ୍ୟମରେ ତାଙ୍କର ମନ୍ତବ୍ୟ ଆସିବା ପରେ ରେଭେନ୍ସା ନାଁ ବଦଳିବା ଉଦ୍ୟମ ଏକ ଅବାସ୍ତବ ଓ ଉଦ୍ଭଟ ଚିନ୍ତାଧାରା କହି ଅନେକ ସମାଲୋଚନା କରିଛନ୍ତି । ଏଥିପାଇଁ ଆଦୌ ବିତର୍କର ଆବଶ୍ୟକତା ହିଁ ନାହିଁ ବୋଲି ଦଳମତ ନିର୍ବିଶେଷରେ ସାଧାରଣ ନାଗରିକ ଏବଂ ବୁଦ୍ଧିଜୀବୀ ମହଲରୁ ପ୍ରତିକ୍ରିୟା ଆସିଛି । ରେଭେନ୍ସା ଆମ ଓଡ଼ିଶା ଏବଂ ଜାତିର ଗର୍ବ ଏବଂ ଗୌରବ ବୋଲି ସମସ୍ତଙ୍କର ମତ । ରେଭେନ୍ସା ନାଁ ବଦଳିବା ଚିନ୍ତାଧାରାକୁ ସେମାନେ କଡ଼ା ବିରୋଧ କରି ପ୍ରତିକ୍ରିୟାବ୍ୟକ୍ତ କରିଛନ୍ତି ।

ଏହାକୁ ଅବାସ୍ତବ କହି ସମାଲୋଚନା କରିଛନ୍ତି ପ୍ରଫେସର ହେମେନ୍ଦ୍ର ନାରାୟଣ ଦାସ । ରେଭେନ୍ସା କେବଳ ଏକ ନାମ ନୁହେଁ, ଏହା ଆମ ଜୀବନର ଧାରା ବୋଲି ସେ କହିଛନ୍ତି । ରେଭେନ୍ସାର ପୂର୍ବତନ ପ୍ରଫେସର ଓ ଛାତ୍ରମାନେ ଏହାକୁ ହୀନମନ୍ୟତା କହି କଡ଼ା ଭାଷାରେ ନିନ୍ଦା କରିଛନ୍ତି ।

ସୋସିଆଲ୍ ମିଡିଆରେ ଏହାକୁ ନେଇ ଭଳିକି ଭଳି ପ୍ରତିକ୍ରିୟା ଦେଖିବାକୁ ମିଳିଛି । ରେଭେନ୍ସା ନାମ ସହ ଯୋଡି ହୋଇ ରହିଛି ଭାବ ଓ ଭଲ ପାଇବା ବୋଲି ଅନେକ ଲେଖିଛନ୍ତି । ରେଭେନ୍ସା ବିରୁଡ଼ି ବସା । ହାତ ମାରିଦେଲେ ଅବସ୍ଥା ବେହାଲ ହେବ ବୋଲି ଜଣେ ଲେଖିଛନ୍ତି । ରେଭେନ୍ସା ନାଁ ବଦଳାଇବାକୁ ଉଦ୍ୟମ କରାଗଲେ ଓଡ଼ିଆରେ ନିଆଁ ଜଳିବ ବୋଲି ଅନେକ ଚେତାବନୀ ଦେଇଛନ୍ତି ।

ରେଭେନ୍ସା ସାହେବଙ୍କ ସମୟରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା । ତେଣୁ ସେ ଓଡ଼ିଶା ପାଇଁ ଗୌରବର ବିଷୟ ନୁହଁନ୍ତି ବୋଲି ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ଭୁଲ୍ ଦର୍ଶାଇ କିଛି ବୁଦ୍ଧିଜୀବୀ ଇତିହାସ ପୃଷ୍ଠା ଖୋଲିଛନ୍ତି । ଗୋଟିଏ ପୃଷ୍ଠାରେ ‘ଇଂରେଜମାନଙ୍କ ଜନହିତକର କାର୍ଯ୍ୟ’ ଶୀର୍ଷକରେ ଲେଖାଅଛି-

ଓଡ଼ିଶାରେ ନ’ଙ୍କ ଦୁର୍ଭିକ୍ଷ ପରେ ଇଂରାଜୀମାନେ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିଥିଲେ । କମିସନର ଟି.ଇ. ରେଭେନ୍ସା ଓଡ଼ିଶାର ଉନ୍ନତି ପାଇଁ ବହୁ କାର୍ଯ୍ୟକ୍ରମ ନିଜ ହାତକୁ ନେଇଥିଲେ । ସେ ଆଳି ଓ ବାଙ୍କୀଠାରେ ନୂତନ ବନ୍ଧନିର୍ମାଣ ତଥା ପୁରୁଣାବନ୍ଧର ମରାମତି କରାଇଥିଲେ । ତା’ ବ୍ୟତୀତ ବାଣିଜ୍ୟର ଉନ୍ନତି ପାଇଁ ଓଡ଼ିଶା ଭାରତର ଅନ୍ୟ ପ୍ରଦେଶ ସହିତ ପକ୍କା ପିଚୁ ରାସ୍ତା ଦ୍ୱାରା ସଂଯୋଜିତ ହୋଇଥିଲା । ଭୌଗୋଳିକ ଅବରୋଧରୁ ମୁକ୍ତ କରି ଏହା ଓଡ଼ିଶାବାସୀଙ୍କୁ ଆଧୁନିକ ସଭ୍ୟତା ସହିତ ପରିଚିତ କରାଇ ପାରିଥିଲା ଏବଂ ସେମାନଙ୍କ ମନରେ ଜାତୀୟ ଚେତନା ସୃଷ୍ଟି କରିବାରେ ସହାୟକ ହୋଇଥିଲା ।

Previous Post

ସୁଲତାଙ୍କ ପାଇଁ ବାହାରିଲା ବିଜେଡି

Next Post

ଖାଲିପଡ଼ିଛି ୨ ଲକ୍ଷ ସରକାରୀ ଚାକିରି

Next Post
ଖାଲିପଡ଼ିଛି ୨ ଲକ୍ଷ ସରକାରୀ ଚାକିରି

ଖାଲିପଡ଼ିଛି ୨ ଲକ୍ଷ ସରକାରୀ ଚାକିରି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA