Friday, October 2, 2026 11:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଗାମୀ ୫ ବର୍ଷରେ ଗରିବୀ ୧୦% ହ୍ରାସ କରିବୁ: ନବୀନ

ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ

by Our Correspondent
26 Dec, 2021- 06:14 PM
in Latest News, News
1 min read
0
ଆଗାମୀ ୫ ବର୍ଷରେ ଗରିବୀ ୧୦% ହ୍ରାସ କରିବୁ: ନବୀନ

ଭୁବନେଶ୍ୱର: ୨୦୦୦ ମସିହାର ଓଡ଼ିଶା ଓ ଆଜିର ଓଡ଼ିଶା ଭିତରେ ବହୁତ ବଡ଼ ପରିବର୍ତ୍ତନ ହୋଇଛି । ଗରିବୀ କମ୍ କରିବାରେ ଆମ ରାଜ୍ୟ ସାରା ଦେଶରେ ଆଗରେ ରହିଛି । ଓଡ଼ିଶାରେ ଗରିବୀ ୬୩% ରୁ ୨୯% କୁ କମିଛି । ୮୦ ଲକ୍ଷ ଲୋକ ଗରିବୀ ରେଖା ଉପରକୁ ଆସିଛନ୍ତି । ଆଗାମୀ ୫ ବର୍ଷରେ ଆପଣମାନଙ୍କ ସହଯୋଗରେ ଗରିବୀ ୧୦% କୁ କମ କରି ଓଡ଼ିଶା ଇତିହାସ ସୃଷ୍ଟି କରିବ । ଏଥିପାଇଁ ଯାହା ଦରକାର ଆମ ସରକାର ସେ ସବୁ ପଦକ୍ଷେପ ନେବ ।

ଆଜି ବିଜୁ ଜନତାର ୨୫ତମ ପ୍ରତିଷ୍ଠା ଦିବସରେ ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୫ ବର୍ଷ ଆଗରୁ ବିଜୁ ବାବୁଙ୍କ ଆଦର୍ଶରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ହୋଇଯାଇଛି । ଓଡ଼ିଶାବାସୀଙ୍କ ଆଶିର୍ବାଦରେ ଦଳ ଦିନକୁ ଦିନ ବଢ଼ି ଚାଲିଛି । ଏଥିପାଇଁ ଦଳର ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀମାନଙ୍କ ତ୍ୟାଗ, ପରିଶ୍ରମ ଓ ନିଷ୍ଠାକୁ ମୁଁ ସମ୍ମାନ ଜଣାଉଛି । ଆପଣମାନେ ହେଉଛନ୍ତି ଆମ ଦଳର ମେରୁଦଣ୍ଡ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଳର ସଫଳତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଆନ୍ତର୍ଜାତିକ ସ୍ୱୀକୃତି ପାଇଛି । ଜାତିସଂଘଠାରୁ ଆରମ୍ଭ କରି ନୀତି ଆୟୋଗ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ପ୍ରଶଂସା ପାଇଛି । ବିପତ୍ତି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ବାଟ ଦେଖାଇଛି ।

ଦିନ ଥିଲା ଆମେ ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ । କିନ୍ତୁ ଆଜି ସେ ପରିସ୍ଥିତି ନାହିଁ । ଦେଶକୁ ଖାଦ୍ୟ ଯୋଗାଇବାରେ ଓଡ଼ିଶା ଆଜି ୩ ନମ୍ବରରେ ଅଛି । ଏହାର ସବୁ ଶ୍ରେୟ ଆମର ଚାଷୀ ଭାଇମାନଙ୍କର ।

ମହିଳା ସଶକ୍ତିକରଣରେ ଓଡ଼ିଶା ଆଜି ଆଗରେ । ମା’ ମାନଙ୍କ ପାଇଁ ପଞ୍ଚାୟତ ଓ ପୌରାଞ୍ଚଳରେ ୫୦% ସ୍ଥାନ ସଂରକ୍ଷଣରେ ମଧ୍ୟ ଓଡ଼ିଶା ଆଗରେ ଅଛି । ସଂସଦରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ହିଁ ବାଟ ଦେଖାଇଛି । ଏହି ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ମା’ ମାନଙ୍କ ହକ୍ ପାଇଁ ଆମର ଆନ୍ଦୋଳନ ଜାରି ରହିବ ।

ମିିଶନ ଶକ୍ତି ଆଜି ଓଡ଼ିଶାର ପ୍ରତି ଘରର ମା’ ମାନଙ୍କୁ ସଶକ୍ତ କରିଛି । ୭୦ ଲକ୍ଷ ମା’ ମାନଙ୍କ ଏହି ବିରାଟ ଆନେ୍ଦାଳନ ବିକାଶ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିଛି । ତଫସିଲଭୁକ୍ତ ଜାତି ଓ ଜନଜାତି ଏବଂ ପଛୁଆବର୍ଗ ଭାଇ ଭଉଣୀଙ୍କ ବିକାଶ ଆମର ପ୍ରାଥମିକତା । ଶିକ୍ଷା ତଥା ବିଭିନ୍ନ ବିକାଶ ଜରିଆରେ ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ପାଇଁ କାମ ଚାଲିଛି ।

କରୋନା ସମୟରେ ସବୁଠାରୁ ଅଧିକ ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଓଡ଼ିଶାକୁ ଆସିଛି । ଏହା ସାରା ଦେଶରେ ସବୁଠାରୁ ଅଧିକ । ଆମର ଯୁବ ପୀଢ଼ି ପାଇଁ ଏହା ରୋଜଗାରର ନୂଆ ସୁଯୋଗ ଆଣିଛି ।

କରୋନା ସମୟରେ ରାଜ୍ୟ ସରକାର ମାଗଣା ଚିକିତ୍ସା ଦେଇଛନ୍ତି । ୧୭ ରାଜ୍ୟକୁ ଅକ୍ସିଜେନ୍ ଯୋଗା ଯାଇଛି । ସେହିଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍ କାର୍ଡ ଲୋକଙ୍କ ଭିତରେ ଭରସା ସୃଷ୍ଟି କରିଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ବିପ୍ଲବ ଆଣିଛି ।

୫-ଟି ସ୍କୁଲ ଟ୍ରାନସଫରମେସନ୍ ଆଜି ଆମ ପିଲାମାନଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି । ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରଣା ସୃଷ୍ଟଇ କରିଛି । ଶିକ୍ଷା, କ୍ରୀଡ଼ା, ସ୍ୱାସ୍ଥ୍ୟ, କୃଷି ସବୁ କ୍ଷେତ୍ରରେ ଓଡ଼ିଶା ଏକ ନୂଆ ପରିଚୟ ନେଇ ଆଗକୁ ବଢ଼ୁଛି ।

ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁ ଜନତା ଦଳର ବସ୍ ହେଉଛନ୍ତି ଓଡ଼ିଶାବାସୀ । ଆମର ଦିଲ୍ଲୀରେ କେହି ବସ୍ ନାହିଁ । ଯାହା କରୁଛୁ ଓଡ଼ିଶାବାସୀଙ୍କ ପାଇଁ, ଓଡ଼ିଶାବାସୀଙ୍କ ଇଚ୍ଛାରେ । ଓଡ଼ିଶାର ହକ୍ ପାଇଁ । ଆମ କାମ ପାଇଁ ଆମେ କେବଳ ଓଡ଼ିଶାବାସୀଙ୍କ ପାଖରେ ହିଁ ଉତ୍ତର ଦାୟୀ ।

ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶିର୍ବାଦରେ ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି କହିଲେ ଅତୁ୍ୟକ୍ତି ହେବ ନାହିଁ । ଏ ସଫଳତା ପଛରେ ଅଛନ୍ତି ଏକ ସମୃଦ୍ଧ, ସଶକ୍ତ ଓଡ଼ିଶାର ସ୍ୱପ୍ନ ଦେଖିଥିବା ପ୍ରତ୍ୟେକ ଓଡ଼ିଶାବାସୀ । ସେହିମାନଙ୍କୁ ସାଥୀରେ ଧରି ବିଜୁ ଜନତା ଦଳ ଶହ ଶହ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଭର୍ଚୁଆଲ୍ ମୋଡରେ ମୁଖ୍ୟମନ୍ତ୍ରୀ ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ । ଏଥିପାଇଁ ସମସ୍ତ ବ୍ଲକ୍ ମୁଖ୍ୟାଳୟରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ସକାଳେ ଭୁବନେଶ୍ୱର ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ । ବିଧାୟକ ସୁଶାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ମନ୍ତ୍ରୀ ଅଶୋକ ପଣ୍ଡା, ବରିଷ୍ଠ ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା-ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ ପ୍ରମୁଖ ଭାଷଣ ଦେଇଥିଲେ ।

Previous Post

ପଛୁଆ ବର୍ଗରୁ ୪୦% ପ୍ରାର୍ଥୀ ଦେବ ବିଜେଡ଼ି

Next Post

ଜଣାଶୁଣା ସଂକୀର୍ତ୍ତନ ବାଦକଙ୍କ ପରଲୋକ

Next Post
ଜଣାଶୁଣା ସଂକୀର୍ତ୍ତନ ବାଦକଙ୍କ ପରଲୋକ

ଜଣାଶୁଣା ସଂକୀର୍ତ୍ତନ ବାଦକଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA