କଟକ: ଚୌଦ୍ୱାର ଅଞ୍ଚଳର ଜଣାଶୁଣା ସଂକୀର୍ତ୍ତନ ବାଦକ ଭରତ ଚରଣ ସେନାପତିଙ୍କର ୭୮ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । କଖଡ଼ି ଗ୍ରାମ ତଥା ନଦୀକୂଳ ଅଞ୍ଚଳରେ ତାଙ୍କର ବିଶେଷ ସୁନାମ ଥିଲା । ସେ ଜଣେ ଧର୍ମ ପରାୟଣ ଓ ଠାକୁର ବିଶ୍ୱାସୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ଶ୍ରୀ ସେନାପତିଙ୍କ ବିୟୋଗରେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ, କଟକ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଦେବାଶିଷ ସାମନ୍ତରାୟ ଓ କଖଡ଼ି ଗ୍ରାମର ସରପଞ୍ଚ ଶାନ୍ତିଲତା ମହାନ୍ତି, ଗ୍ରାମର ସଭାପତି ଦିଲ୍ଲୀପ ଛତର, ପୂର୍ବତନ ସମିତି ସଭ୍ୟ ନରେନ୍ଦ୍ର ସାହୁ ଓ ଶେଷଦେବ ମୁଦୁଲି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।