Saturday, September 12, 2026 01:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଇନଗତ ପଦକ୍ଷେପ ନେଲା ବିଜେଡି

ରାଜ୍ୟସଭା ନିର୍ବାଚନ କ୍ରସ୍ ଭୋଟିଂ

by Our Correspondent
11 Sep, 2026- 07:30 PM
in Latest News, News
1 min read
0
ଆଇନଗତ ପଦକ୍ଷେପ ନେଲା ବିଜେଡି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ବିଜେଡିର ୮ ବିଧାୟକଙ୍କ ସଭ୍ୟପଦ ରବ୍ଦ ପାଇଁ ଆଇନଗତ ପଦକ୍ଷେପ ନେଇଛି ବିଜେଡି । ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏହି ଆବେଦନକୁ ନାକଚ କରିଥିବାରୁ ଦଳ ତାହାକୁ ଚାଲେଞ୍ଜ କରିଛି । ବାଚସ୍ପତିଙ୍କୁ ପକ୍ଷଭୁକ୍ତ କରି ହାଇକୋର୍ଟରେ ଏକ ରିଟ୍ ପିଟିସନ(ସିଭିଲ୍) କରାଯାଇଛି । ବିଜେଡିର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏହି ପିଟିସନ୍ ଦାଖଲ କରିଛନ୍ତି ।

‘ଆମକୁ ପକ୍ଷ ରଖିବାର ସୁଯୋଗ ନ ଦେଇ ବାଚସ୍ପତି ଏକତରଫା ଭାବେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ବିରୋଧରେ ଆମେ ହାଇକୋର୍ଟଙ୍କ ପାଖରେ ଗତକାଲି ଆବେଦନ କରିଛୁ । ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇଥିବା ୮ ଜଣଙ୍କ ବିରୋଧରେ ଆବେଦନ ଦେଇଛୁ’ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି ।

ରାଜ୍ୟସଭାରେ କ୍ରସଭୋଟିଂ କରି ସଭ୍ୟପଦ ରବ୍ଦ ମାମଲା ଖାଇଥିବା ବିଜେଡି ବିଧାୟକମାନେ ହେଲେ ରମାକାନ୍ତ ଭୋଇ, ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ନବକିଶୋର ମଲ୍ଲିକ, ସନାତନ ମହାକୁଡ଼, ଚକ୍ରଧର କଅଁର, ସୌଭିକ ବିଶ୍ୱାଳ ଓ ଦେବୀରଞ୍ଜନ ତ୍ରିପାଠୀ ।

ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ତିନି ବିଧାୟକ ସୋଫିଆ ଫିରଦୋସ୍, ରମେଶ ଜେନା ଏବଂ ଦାଶରଥୀ ଗମାଙ୍ଗଙ୍କ ସମେତ ବିଜେଡିର ଏହି ୮ ବିଧାୟକ କ୍ରସଭୋଟିଂ କରିଥିଲେ । ଏମାନଙ୍କ ସଭ୍ୟପଦ ରବ୍ଦ ପାଇଁ ଦୁଇ ଦଳ ପକ୍ଷରୁ ବାଚସ୍ପତିଙ୍କୁ ପୃଥକ୍ ଆବେଦନ କରାଯାଇଥିଲା । ବିଜେଡିର ମୁଖ୍ୟ ସଚେତକ ଶ୍ରୀମତୀ ମଲ୍ଲିକ ଏପ୍ରିଲ୍ ୨୭ରେ ବାଚସ୍ପତିଙ୍କୁ ପିଟିସନ ଦେଇଥିଲେ । ସେଥିରେ ୮ ବିଧାୟକ ଦଳୀୟ ହ୍ୱିପ୍ ନ ମାନି ସ୍ୱେଚ୍ଛାକୃତ ଭାବେ ଦଳ ବିରୋଧରେ ଯାଇଥିବାରୁ ସମ୍ବିଧାନର ଦଶମ ପରିଚ୍ଛେଦ ଅନୁଯାୟୀ ସେମାନଙ୍କର ସଭ୍ୟପଦ ରବ୍ଦ କରିବାକୁ ଦାବି କରିଥିଲେ ।

ଜୁନ୍ ୨୨ରେ ବାଚସ୍ପତି ଏହି ଆବେଦନକୁ ଖାରଜ କରିଦେଇଥିଲେ । ଆବେଦନରେ ଆବଶ୍ୟକ ତଥ୍ୟ, ପ୍ରମାଣ ଓ ସତ୍ୟପାଠର ଅଭାବ ଥିବାରୁ ଏହା ସମ୍ପୂର୍ଣ୍ଣ ନୁହେଁ ବୋଲି ବିବେଚନା କରିଥିଲେ । ବିଧାନସଭା ରୁଲ୍-୬ର ସବ୍ ରୁଲ୍-୬ ଓ ୭ ଅନୁଯାୟୀ ପ୍ରମାଣ ଓ ତଥ୍ୟ ଉପସ୍ଥାପନ ହୋଇ ନ ଥିବାରୁ ଆବେଦନ ଖାରଜ ହୋଇଥିବା ରାୟ ଦେଇଥିଲେ ।

ବାଚସ୍ପତିଙ୍କ ଏହି ରାୟକୁ ଗଣତନ୍ତ୍ରର ହତ୍ୟା ବୋଲି ବିଜେଡି ପକ୍ଷରୁ କୁହାଯାଇଥିଲା । ସେଦିନ ଶଙ୍ଖ ଭବନରେ ଶ୍ରୀମତୀ ମଲ୍ଲିକ ଏବଂ ଡ. ଅରୁଣ ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରି ବାଚସ୍ପତିଙ୍କ ରାୟକୁ ଚାଲେଞ୍ଜ କରିଥିଲେ । ବାଚସ୍ପତିଙ୍କ ରାୟ ବିରୋଧରେ ନ୍ୟାୟାଳୟ ଯିବୁ ବୋଲି କହିଥିଲେ ।

ଆଜି ସାମ୍ବାଦିକମାନଙ୍କ ପ୍ରଶ୍ନରେ ବରିଷ୍ଠ ବିଧାୟକ ଡ. ଅରୁଣ ସାହୁ କହିଛନ୍ତି ଯେ ରାଜ୍ୟସଭା ଭୋଟରେ ହ୍ୱିପ୍ ନାହିଁ । ଏକଥା ସମସ୍ତେ ଜାଣନ୍ତି । ବିଜେଡି ଯେଉଁ ପ୍ରସଙ୍ଗ ଉଠାଇଛି ତାହାକୁ ଜାଣିଶୁଣି ବିଭ୍ରାନ୍ତ କରାଯାଉଛି । ପ୍ରସଙ୍ଗ ହେଉଛି, ଯେଉଁ ବିଧାୟକମାନଙ୍କ କଥା କୁହାଯାଉଛି ସେମାନେ ବିଭିନ୍ନ ସମୟରେ ବାରମ୍ବାର ବିଧାୟକ ଦଳ ବୈଠକକୁ ନ ଆସି ଦଳୀୟ ହ୍ୱିପ୍ କୁ ଅବମାନନା କରିଛନ୍ତି । ଏହି ହ୍ୱିପ୍ ଅବମାନନା କଲେ ମଧ୍ୟ ସଭ୍ୟପଦ ରବ୍ଦ ହୋଇପାରିବ । ସେଥିପାଇଁ ଆମେ ହାଇକୋର୍ଟରେ ଅପିଲ୍ କରିଛୁ ।

Previous Post

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୁତ୍ତ

Next Post

କିଏ ତାଡ଼ିଲା ବିଜୁବାବୁଙ୍କ ପ୍ରତିମୂର୍ତ୍ତି?

Next Post
କିଏ ତାଡ଼ିଲା ବିଜୁବାବୁଙ୍କ ପ୍ରତିମୂର୍ତ୍ତି?

କିଏ ତାଡ଼ିଲା ବିଜୁବାବୁଙ୍କ ପ୍ରତିମୂର୍ତ୍ତି?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA