Tuesday, February 10, 2026 09:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନିଲମ୍ବନ ପଛରେ ‘ମିଡ୍ ଡେ’ ଥିଓରି

ପ୍ରମାଣ ମାଗିଲେ ଅରବିନ୍ଦ

by Our Correspondent
17 Jan, 2026- 07:13 PM
in Latest News, News, Politics
1 min read
0
ନିଲମ୍ବନ ପଛରେ ‘ମିଡ୍ ଡେ’ ଥିଓରି

ଭୁବନେଶ୍ୱର: ବିଜେଡିକୁ ଦୁର୍ବଳ କରିବାକୁ କରାଯାଇଥିଲା ବଡ଼ ଷଡ଼ଯନ୍ତ୍ର । ଏଥିରେ ସାମିଲ ଥିଲେ ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ । ଦଳକୁ ଦୁର୍ବଳ କରିବାକୁ ଲାଗିପଡ଼ିଥିବା ନେତାମାନଙ୍କୁ ସଂଗଠିତ କରିବାରେ ଏମାନେ ନେତୃତ୍ୱ ନେଉଥିଲେ । ଏହି ‘ମିଡ୍ ଡେ ଅପରେସନ୍’କୁ ମାସ ମାସ ଧରି ନଜରରେ ରଖାଯିବା ପରେ ଦୁଇ ବିଧାୟକ ଅରବିନ୍ଦ ଓ ସନାତନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଆଜି ଗଣମାଧ୍ୟମରେ ଏହି ବିସ୍ଫୋରକ ବୟାନ ଦେଇଛନ୍ତି । ନିଲମ୍ବିତ ଦୁଇ ବିଧାୟକ ଦଳ ପ୍ରତି କିଭଳି ବିଶ୍ୱାସଘାତକତା କରିଛନ୍ତି ତାହା ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ବିଜେଡିକୁ ଦୁର୍ବଳ କରିବା ପାଇଁ ଗୋଟିଏ ବଡ଼ ଷଡ଼ଯନ୍ତ୍ର କରାଯାଇଥିଲା । ଯେଉଁ ଷଡ଼ଯନ୍ତ୍ରର ଅଂଶ ଥିଲେ ସନାତନ ମହାକୁଡ଼, ବିଜୟ ମହାପାତ୍ର ଏବଂ ଅରବିନ୍ଦ ମହାପାତ୍ର । ଗତ କିଛି ମାସ ଧରି ଏମାନଙ୍କର ମିଡ୍ ଡେ ଅପରେସନ୍ ଚାଲିଥିଲା । ଏହି ଖବର ଦଳର ସଭାପତିଙ୍କ ନଜରକୁ ଆସିଥିଲା । ଦଳର ଦୁଇ ବିଧାୟକଙ୍କ ଅନ୍ତର୍ଘାତୀ କାର୍ଯ୍ୟକୁ ସେ ଗୁରୁତ୍ୱର ସହ ନେଇଥିଲେ । ସେମାନଙ୍କ କାର୍ଯ୍ୟ ଦଳୀୟ ଅନୁଶାସନର ବିରୋଧୀ, ପାର୍ଟିକୁ ଧୋକାବାଜି ଏବଂ ଦଳ ପ୍ରତି ଅନ୍ୟାୟ ଥିଲା । ମୋଟାମୋଟି କହିଲେ ସେମାନେ ଦୁର୍ନୀତିଗ୍ରସ୍ତ ଏବଂ ବିଶ୍ୱାସଘାତକ ଥିଲେ । ଏହାକୁ ଭଲ ଭାବରେ ବିଚାର କରାଯିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ବିଜୟ ମହାପାତ୍ରଙ୍କ ସହ ନବୀନ ପଟ୍ଟନାୟକଙ୍କର ପୂର୍ବ ଶତ୍ରୁତା କାରଣରୁ ତାଙ୍କ ପୁଅ ଉପରେ ରାଗ ସୁଝା ଯାଇଛି କି ବୋଲି ଗଣମାଧ୍ୟମ ପ୍ରଶ୍ନରେ ବିଜେଡି ମୁଖପାତ୍ର କହିଛନ୍ତି ଯେ ପାଟକୁରାରେ ଅନେକ ଦକ୍ଷ ଓ ପ୍ରତିଭାସମ୍ପନ୍ନ ଯୁବନେତୃତ୍ୱ ଥିଲେ ମଧ୍ୟ ଅରବିନ୍ଦଙ୍କୁ ନିଜେ ନବୀନ ବାବୁ ଟିକେଟ ଦେଇଛନ୍ତି । ତାଙ୍କୁ ବିଧାୟକ ହେବାର ସୁଯୋଗ ଦେଇଛନ୍ତି । ତାଙ୍କଠୁ ଦଳ ବହୁତ ଆଶା ରଖିଥିଲା । ସେମିତି ସନା ମହାକୁଡ଼ ଦଳୀୟ ଆଭିମୁଖ୍ୟ ନେଇ ଚମ୍ପୁଆର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଥିଲା । ମାତ୍ର ସେମାନେ ବିଜେଡିର ଆଦର୍ଶକୁ କେବଳ ଧୂଳିସାତ କରିନାହାନ୍ତି, ଦଳକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି ।

ମୁଖପାତ୍ର ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ ବିଜେଡିରେ ସଭାପତିଙ୍କୁ ଚାଲେଂଜ ଦେବାର କ୍ଷମତା କାହାରି ନାହିଁ । ମିଡ୍ ନାଇଟ୍ ଅପରେସନ୍ ଫେଲ୍ ମାରିଥିଲା । ଏବେ ମିଡ୍ ଡେ ଅପରେସନ୍ ଫେଲ୍ ହେଲା । ଆଗକୁ ମିଡ୍ ଇଭିନିଙ୍ଗ ଅପରେସନ୍ ବି ଫେଲ୍ ହେବ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ କରିଛି ଏବଂ ଆଗକୁ ଏହା ଜାରି ରହିବ ବୋଲି ସେ କହିଛନ୍ତି । ଦୁର୍ନୀତିଗ୍ରସ୍ତ, ଧୋକାବାଜ ଓ ବିଶ୍ୱାସଘାତକଙ୍କର ଏହି ଦଳରେ ସ୍ଥାନ ନାହିଁ ବୋଲି ସେ କହିଛନ୍ତି ।

ପ୍ରମାଣ ଦିଅ: ଅରବିନ୍ଦ

ଭୁବନେଶ୍ୱର: ତାଙ୍କର ଓ ତାଙ୍କ ବାପାଙ୍କ ବିରୋଧରେ ବିଜେଡିର ଆରୋପକୁ ମିଛ ଓ ନିରାଧାର କହି ଖଣ୍ଡନ କରିଛନ୍ତି ବିଧାୟକ ଅରବିନ୍ଦ ମହାପାତ୍ର । ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗର ପ୍ରମାଣ ଦେବାକୁ ସେ ଆହ୍ୱାନ ଦେଇଛନ୍ତି । ଖାଲି ଅଭିଯୋଗ କରିଦେଲେ ହେବ ନାହିଁ । କାହା ସହ କେଉଁଦିନ, କେତେବେଳେ ବସିଥିଲି ତଥ୍ୟ ସହ ପ୍ରମାଣ ଦିଅନ୍ତୁ । ମୁଁ ମାତ୍ର ଦେଢ଼ବର୍ଷର ବିଧାୟକ । କାହାକୁ ସଂଗଠିତ କରିବାର କ୍ଷମତା ମୋର ନାହିଁ । ବାପା ସ୍ୱତନ୍ତ୍ର । ତାଙ୍କୁ ଅଯଥାରେ ବିବାଦ ଭିତରକୁ ଟାଣନ୍ତୁ ନାହିଁ । ସନାତନ ମହାକୁଡ଼ ଜଣେ ବରିଷ୍ଠ ନେତା । ତାଙ୍କ ସହ ବିଧାନସଭାରେ କେବଳ ଦେଖା ହୁଏ । ଲବିରେ ମଧ୍ୟ ମୋର ସାକ୍ଷାତ ହୋଇନାହିଁ ବୋଲି ଅରବିନ୍ଦ କହିଛନ୍ତି ।

ତାଙ୍କ ବିରୋଧରେ ବିଜେଡି ଆଣିଥିବା ଦୁର୍ନୀତି ଓ ବିଶ୍ୱାସଘାତକତାର ଜବାବ ଦେଇ ସେ କହିଛନ୍ତି, ମୋର ଦେଢ଼ବର୍ଷର ବିଧାୟକ କାଳରେ ୩ଟି ଯାକ ବ୍ଲକ୍ ରେ କୌଣସିଠାରେ ଦୁର୍ନୀତି ହୋଇନାହିଁ । ମୋ ପାଖରେ ଅଖଣ୍ଡ କ୍ଷମତା ନାହିଁ ଯେ ମୁଁ ଦୁର୍ନୀତି କରିବି । ମୁଁ ଦୁର୍ନୀତିକୁ ବିରୋଧ କରେ । ମୋ ନାଁରେ ଦୁର୍ନୀତି ଥିଲେ ତାହା ପ୍ରମାଣ କରନ୍ତୁ ।

ସେହିଭଳି ବିଶ୍ୱାସଘାତକତା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅରବିନ୍ଦ । ମୁଁ କାହା ସହ କେମିତି ବିଶ୍ୱାସଘାତକତା କରିଛି ତାହାର ପ୍ରମାଣ ଦିଅନ୍ତୁ । ଗଣତନ୍ତ୍ରରେ ସମସ୍ତଙ୍କ କହିବାର ଅଧିକାର ଅଛି । ମାତ୍ର ଅନ୍ୟକୁ ଦୋଷୀ କଲା ବେଳେ ତାହାର ପ୍ରମାଣ ଦେବାକୁ ପଡ଼ିବ । ନିଲମ୍ବନ ଘଟଣାକୁ ନେଇ ମୁଁ ବ୍ୟସ୍ତ ବିବ୍ରତ ନୁହେଁ । ବର୍ତ୍ତମାନ ମୁଁ ପାଟକୁରାର ବିଧାୟକ । ପାଟକୁରାର ବିକାଶ ମୋର ଦାୟିତ୍ୱ । ସେହି ଦାୟିତ୍ୱକୁ ମୁଁ ପାଳନ କରୁଛି ଏବଂ ଆଗାମୀ ଦିନରେ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅରବିନ୍ଦ କହିଛନ୍ତି ।

Previous Post

ସୂରଜଙ୍କ ଘରେ ଧର୍ମେନ୍ଦ୍ରଙ୍କ ମେଳି!

Next Post

କିମ୍‍ସରେ ବର୍ଷକର ଶିଶୁର ବିରଳ ଅସ୍ତ୍ରୋପଚାର

Next Post
କିମ୍‍ସରେ ବର୍ଷକର ଶିଶୁର ବିରଳ ଅସ୍ତ୍ରୋପଚାର

କିମ୍‍ସରେ ବର୍ଷକର ଶିଶୁର ବିରଳ ଅସ୍ତ୍ରୋପଚାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19159 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA