Wednesday, April 22, 2026 11:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୁଖ୍ୟମନ୍ତ୍ରୀଙ୍କୁ ତାତ୍ସଲ୍ୟ; ବିଜେଡିର ପାଲଟା ଜବାବ

ଆସାମ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ଠାରୁ ସଂସ୍କାର ଶିଖନ୍ତୁ: ପାଣ୍ଡିଆନ୍

by Our Correspondent
23 May, 2024- 08:39 PM
in Latest News, News, Politics
1 min read
0
ମୁଖ୍ୟମନ୍ତ୍ରୀଙ୍କୁ ତାତ୍ସଲ୍ୟ; ବିଜେଡିର ପାଲଟା ଜବାବ

ଭୁବନେଶ୍ୱର: ଏଥର ଓଡ଼ିଶାରେ ବିଜେପିର ମୁଖ୍ୟ ନିର୍ବାଚନୀ ମୁଦ୍ଦା ହୋଇଛି ଓଡ଼ିଆ ଅସ୍ମିତା । କେନ୍ଦ୍ରୀୟ ବିଜେପି ନେତାଙ୍କ ଟାର୍ଗେଟରେ ରହିଛନ୍ତି ବିଜେଡିର ପୋଷ୍ଟର୍ ବୟ କାର୍ତ୍ତିକ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଶ୍ୱସ୍ତ ପାଣ୍ଡିଆନଙ୍କୁ ତାମିଲ ବାବୁ କହି ସେମାନେ ମନଇଚ୍ଛା ଗାଳି କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ତାତ୍ସଲ୍ୟ କରୁଛନ୍ତି । ତାଙ୍କ ବୟସର ମଜାକ୍ ଉଡ଼ାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କର ମଧ୍ୟ ଅଧା ଭାଷଣ ଯାଉଛି ସେଇ ଦୁଇଜଣଙ୍କ ଗାଳିରେ । ସେମାନଙ୍କ ଦେଖାଦେଖି ଆସାମ ଭଳି ଅପେକ୍ଷାକୃତ ଛୋଟିଆ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶା ମାଟିରେ ତାଙ୍କ ପ୍ରତିପକ୍ଷ ‘ଲୋକପ୍ରିୟ’ ମୁଖ୍ୟମନ୍ତ୍ରୀଙ୍କୁ ମନଇଚ୍ଛା ଗାଳି କରିଛନ୍ତ. ତାତ୍ସଲ୍ୟ କରିଛନ୍ତି ।

ଅନ୍ୟ କେନ୍ଦ୍ରୀୟ ନେତାଙ୍କ ଭଳି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏଥର ନିର୍ବାଚନ ପ୍ରଚାର କରିବାକୁ ଓଡ଼ିଶାକୁ ବରାବର ଆସୁଛନ୍ତି । ବିଜେପି କର୍ମୀଙ୍କୁ ଉତ୍ସାହିତ କରିବାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ମୁଖ୍ୟ ସହଯୋଗୀ କାର୍ତ୍ତିକ ପାଣ୍ଡିଆନଙ୍କୁ ମନଇଚ୍ଛା ଗାଳି କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବୟସକୁ ନେଇ ତାତ୍ସଲ୍ୟ କରୁଛନ୍ତି । ଆଜି ସମ୍ବଲପୁର, କେନ୍ଦୁଝର, କଟକ ସଂସଦୀୟ କ୍ଷେତ୍ରରେ ପ୍ରଚାର ବେଳେ ମଧ୍ୟ ତାଙ୍କ ମୁହଁରୁ ସମାନ କଥା ଶୁଣିବାକୁ ମିଳିଛି ।

ଆଜି ସକାଳେ ସମ୍ବଲପୁରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଏକୁଟିଆ କାହାକୁ ସାକ୍ଷାତ କରିପାରୁନାହାନ୍ତି । ଏଠି ମୁଖ୍ୟମନ୍ତ୍ରୀ କିପରି ଅଛନ୍ତି କେହି ଜାଣିପାରୁନାହାନ୍ତି । ମୁଖ୍ୟମନ୍ତ୍ରୀ ନିଜେ ପାଣ୍ଡିଆନଙ୍କ ପାଖରେ ରହୁଛନ୍ତି, ନା ପାଣ୍ଡିଆନଙ୍କ ଗୃହବନ୍ଦୀରୁ ମୁକୁଳି ପାରୁନାହାନ୍ତି ତାହା ଚିନ୍ତାର ବିଷୟ । ହାଇକୋର୍ଟ ଜଜ୍ କିମ୍ବା ବରିଷ୍ଠ ନାଗରିକ ଯାଇ ଏକାକୀ କଥା ହେଲେ ସ୍ପଷ୍ଟ ହୋଇଯିବ ବୋଲି କଟାକ୍ଷ କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ ।

ଖାଲି ସେତିକି ନୁହେଁ, ନବୀନ ବାବୁଙ୍କ ବୟସ ଓ ସ୍ୱାସ୍ଥ୍ୟ ଉପରକୁ ସେ ଅଙ୍ଗୁଳି ଉଠାଇଥିଲେ । କହିଥିଲେ, ପ୍ରାୟ ୧୦ ବର୍ଷ ହେବ ନବୀନ ବାବୁ ଯେ କୌଣସି ଜାଗାକୁ ଯାଉଛନ୍ତି ତାଙ୍କ ପାଖେ ପାଖେ ପାଣ୍ଡିଆନ ରହୁଛନ୍ତି । ଏପରି ସ୍ଥିତିରେ ସେ ଠିକ୍ ଅଛନ୍ତି କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ।

ତେବେ ଆସାମ ମୁଖ୍ୟମନ୍ତ୍ରୀଙ୍କର ଏଭଳି ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ପାଣ୍ଡିଆନ୍ । ବିଜେଡି ପାଇଁ ମାରାଥନ୍ ପ୍ରଚାର କରୁଥିବା ପାଣ୍ଡିଆନ୍ ଆଜି ନିମାପଡ଼ା ସଭାରେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିଥିଲେ । କହିଥିଲେ,

ଆସାମ ମୁଖ୍ୟମନ୍ତ୍ରୀ ଜାଣିବା ଉଚିତ ଯେ ନବୀନ ବାବୁ ଆପଣଙ୍କ ଗୁରୁଙ୍କ ଗୁରୁ ସହିତ କାମ କରିଛନ୍ତି । ବାଜପେୟୀଙ୍କ ସରକାରରେ ନବୀନ ବାବୁ ଯେତେବେଳେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ, ଆପଣ ସେତେବେଳେ ଓକିଲାତି କରୁଥିଲେ । ଆପଣ ଓଡ଼ିଶାବାସୀଙ୍କଠାରୁ ସଂସ୍କାର ଶିଖନ୍ତୁ । ଓଡ଼ିଶା କେବେ ଅତିଥିଙ୍କୁ ଏ ମାଟିରେ ଅସମ୍ମାନିତ କରେ ନାହିଁ । ମହାପ୍ରଭୁ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ । ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରନ୍ତୁ ନାହିଁ ।

ସେ ପୁଣି କହିଥିଲେ ଯେ ଆସାମ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏଠି ଆସି କହୁଛନ୍ତି, ଓଡ଼ିଶାକୁ ଏକ ନମ୍ବର କରିବେ । ପ୍ରଥମେ ସେମାନେ ଆଗେ ନିଜ ରାଜ୍ୟକୁ ଦେଖନ୍ତୁ, ତା’ ପରେ ଓଡ଼ିଶା କଥା ଚିନ୍ତା କରିବେ । ଓଡ଼ିଶାଠୁ ସବୁ କ୍ଷେତ୍ରରେ ସେମାନେ ବହୁ ପଛରେ ଅଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କଠାରୁ କିଛି ଶିଖିକି ଯାଆନ୍ତୁ, କାମରେ ଲାଗିବ ।

ଶ୍ରୀ ପାଣ୍ଡିଆନ୍ କହିଛନ୍ତି, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର ଓ ତାଙ୍କୁ ଅସମ୍ମାନିତ କରିବାକୁ ଓଡ଼ିଶାବାସୀ କେବେ ବରଦାସ୍ତ କରିବେ ନାହିଁ । ଏଇ ନିର୍ବାଚନରେ ତାହାର ଜବାବ ଦେବେ ।

ବାହାର ରାଜ୍ୟର ନେତାଙ୍କ ମୁହଁରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପମାନସୂଚକ ଓ ଅଶାଳନୀ ମନ୍ତବ୍ୟକୁ ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସେ ଟୁଇଟ୍ କରିଛନ୍ତି ଯେ

ଗତ ୨୪ ବର୍ଷ ହେଲା ସାଢ଼େ ୪ କୋଟି ଓଡ଼ିଶାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଆସୁଛନ୍ତି। ଓଡ଼ିଶାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭାରି ଭଲପାଆନ୍ତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିଜ ପରିବାର ସଦସ୍ୟ ଭଳି ଭାବି କାର୍ଯ୍ୟ କରିଥାନ୍ତି। ହେଲେ ବାହାର ରାଜ୍ୟରୁ ନେତାଙ୍କୁ ଆଣି ଓଡ଼ିଶାବାସୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ଦେବା, ଅଶୋଭନୀୟ ଶବ୍ଦ ପ୍ରୟୋଗ କରିବା ଓଡ଼ିଶା ବିଜେପିକୁ ଆଦୌ ଶୋଭାପାଉନି।

ନିଜେ ଧର୍ମେନ୍ଦ୍ର ପ୍ରଧାନ, ସେମାନଙ୍କ ସହ ମିଶି ସମାନ ଭାଷା ବ୍ୟବହାର କରିବା ଓଡ଼ିଶା ସଂସ୍କୃତି ବିରୋଧୀ। ଯେହେତୁ ବାହାରୁ ଆସୁଥିବା ନେତା ଆମ ଅତିଥି, ସେଥିପାଇଁ ଆମେ ବିଶେଷ କିଛି ପ୍ରତିକ୍ରିୟା ରଖୁନଥିଲୁ, କାରଣ ବିଜେଡି ସବୁବେଳେ ଓଡ଼ିଶାର ସଂସ୍କୃତିକୁ ପାଳନ କରେ। ଗତ ୧୦ ବର୍ଷ ହେଲା ଆମେ ଦେଖି ଆସୁଛୁ, ଓଡ଼ିଶା ବିଜେପି ନେତା ସବୁବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ମନ୍ତବ୍ୟ ଦେଇ ଆସୁଛନ୍ତି। କାରଣ ସେମାନଙ୍କ ନିକଟରେ ଆଉ କିଛି ମୁଦ୍ଦା ନାହିଁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପକୁ ବିରୋଧ କରିଥିବା ଧର୍ମେନ୍ଦ୍ର ପ୍ରଧାନ କେବେ ମଧ୍ୟ NH-55 କାମ କିଭଳି ଶୀଘ୍ର ସରିବ ସେନେଇ ତତ୍ପରତା ଦେଖାଇନାହାନ୍ତି। ଯେଉଁଥିପାଇଁ ହଜାର ହଜାର ଲୋକଙ୍କ ଜୀବନ ଯାଇଛି। ମହାନଦୀ ପ୍ରସଙ୍ଗରେ ଧର୍ମେନ୍ଦ୍ର ବାବୁ ଛତିଶଗଡ଼ ପାଇଁ କରିଥିବା ଓକିଲାତି କାହାକୁ ଅଛପା ନାହିଁ। #5T ଅଧ୍ୟକ୍ଷ ତଥା ବିଜେଡି ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ସଭାରେ ପଚାରିଥିବା ପ୍ରଶ୍ନର ଗୋଟିଏ ବି ଉତ୍ତର ଦେଇପାରିଲେନି ଧର୍ମେନ୍ଦ୍ର ବାବୁ। କାରଣ ସେ ଗତ ୧୦ ବର୍ଷ ମଧ୍ୟରେ କିଛି ବି କାମ କରିନାହାନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ମିଛ ପ୍ରଚାର ହେଉ ଅବା ଓଡ଼ିଶାର ବିକାଶକୁ ବିରୋଧ କରିବାର ମାନସିକତା, ବିଜେପିର ମିଛକୁ ଓଡ଼ିଶାବାସୀ ଜାଣି ସାରିଲେଣି। ଏଭଳି ଡାହା ମିଛକୁ ସେମାନେ ଆଦୌ ଗ୍ରହଣ କରୁନାହାନ୍ତି। ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ତିନି ଚତୁର୍ଥାଂଶ ଆସନ ସହ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ବାବୁ ଶପଥ ନେବେ।

Previous Post

ସାଂସଦ ଅପରାଜିତାଙ୍କ ମୁଖା ଖୋଲିଲେ

Next Post

ଜଗତସିଂହପୁର ଲୋକସଭା କ୍ଷେତ୍ରରେ ପାଣ୍ଡିଆନଙ୍କ ପ୍ରଚାର

Next Post
ଜଗତସିଂହପୁର ଲୋକସଭା କ୍ଷେତ୍ରରେ ପାଣ୍ଡିଆନଙ୍କ ପ୍ରଚାର

ଜଗତସିଂହପୁର ଲୋକସଭା କ୍ଷେତ୍ରରେ ପାଣ୍ଡିଆନଙ୍କ ପ୍ରଚାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA