Friday, July 24, 2026 03:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପି-ବିଜେଡି ମୁହାଁମୁହିଁ

ଛାତ୍ର ଆନ୍ଦୋଳନ ପ୍ରସଙ୍ଗ

by Our Correspondent
22 Jul, 2026- 11:32 PM
in Latest News, News, Politics
1 min read
1
ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର: ଦିଲ୍ଲୀ ଛାତ୍ର ଆନ୍ଦୋଳନକୁ ସମର୍ଥନ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆଜି କଟୁ ସମାଲୋଚନା କରିଥିଲେ ବିଜେପି ସାଂସଦ ଭର୍ତ୍ତୃହରି ମହତାବ । ନୂଆଦିଲ୍ଲୀରେ ଓଡ଼ିଶାର ବିଜେପି ସାଂସଦମାନଙ୍କର ଏକ ସାମ୍ବାଦିକ ସମ୍ମିଳନୀରେ ଭର୍ତ୍ତୃହରି ମହତାବ କହିଥିଲେ ଯେ ନବୀନ ବାବୁ ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି । ନବୀନ ବାବୁ ଯେଉଁ ଢ଼ଙ୍ଗରେ ବିବୃତି ଦେଇଛନ୍ତି ତାହା ତଥ୍ୟ ଆଧାରିତ ନୁହେଁ । ନବୀନଙ୍କ ମନ୍ତବ୍ୟ ନିନ୍ଦନୀୟ ଏବଂ କୌଣସି ଭାବରେ ଗ୍ରହଣୀୟ ନୁହେଁ । ତାଙ୍କ ନିଜ ସମୟର ଶାସନ କାଳରେ ଯେଉଁ ପ୍ରକାର ଘଟଣାମାନ ଘଟିଥିଲା ସମ୍ଭବତଃ ସେ ଭୁଲି ଯାଇଛନ୍ତି । ୨୦୧୫ ମସିହାରୁ ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାମାନଙ୍କରେ କିଛି ନା କିଛି ଅଘଟଣ ଓଡ଼ିଶାରେ ଘଟି ଆସିଛି । ଯେଉଁଭଳି ଭାବେ ସିଜେପିକୁ ସମର୍ଥନ କରିବାକୁ ନବୀନ ବାବୁ ଆଗେଇ ଆସିଛନ୍ତି ତାହା ତାଙ୍କର ନିମ୍ନ ମନୋବୃତ୍ତିର ପରିଚୟ ଦେଉଛି । ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବା ଉଦ୍ୟମରୁ ସେ କ୍ଷାନ୍ତ ହେବା ଉଚିତ ବୋଲି ଭର୍ତ୍ତୃହରି କହିଥିଲେ ।

ତେବେ ଭର୍ତ୍ତୃହରିଙ୍କର ଏହି ମନ୍ତବ୍ୟକୁ ନେଇ ବର୍ଷିଛି ବିଜେଡି । ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରତାପ ଜେନା ଭର୍ତ୍ତୃହରିଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି । ସେମାନେ କହିଛନ୍ତି,ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିରୋଧରେ ଭର୍ତ୍ତୃହରି ମହତାବ ଦେଇଥିବା ମନ୍ତବ୍ୟ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ନୂଆଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନର ସମାଧାନ ବର୍ବରୋଚିତ ଆକ୍ରମଣ ନୁହେଁ ବରଂ ଗଣତାନ୍ତ୍ରିକ ଆଲୋଚନା ମାଧ୍ୟମରେ ହେବା ଉଚିତ ବୋଲି ଶ୍ରୀ ପଟ୍ଟନାୟକଙ୍କ ଆହ୍ୱାନକୁ ବିକୃତ କରିବାର ପ୍ରୟାସ କରାଯାଇଛି ।। ଦେଶରେ ପରୀକ୍ଷା ସୁପରିଚାଳନା ଓ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବି କରୁଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସମସ୍ୟା ଉପରେ ପଦୁଟିଏ ନ କହି ନବୀନ ପଟ୍ଟନାୟକ ମନ୍ତବ୍ୟକୁ ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ କାଉଣ୍ଟର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଶ୍ରୀ ମିଶ୍ର କହିଥିଲେ ଯେ, ଦେଶର ରାଜଧାନୀରେ ଦେଖାଦେଇଥିବା ଏହି ଅସନ୍ତୋଷ ସମଗ୍ର ଦେଶର ଯୁବପିଢ଼ିଙ୍କ ମଧ୍ୟରେ ଗଭୀର କ୍ଷୋଭ ସୃଷ୍ଟି କରିଛି । ଗତ କିଛି ମାସ ଧରି ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଅନିୟମିତତା, ପ୍ରଶ୍ନପତ୍ର ଲିକ୍ ଏବଂ ନିଜ ଭବିଷ୍ୟତକୁ ସ୍ୱର ଉତ୍ତୋଳନ କରିଆସୁଥିଲେ । କିନ୍ତୁ ସରକାର ସେମାନଙ୍କ ଦାବିକୁ ଶୁଣି ସମାଧାନ କରିବା ପରିବର୍ତ୍ତେ ନୀରବ ରହିଲେ, ଯାହାଫଳରେ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିଲା । ଗତ ୧୪ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୯୯ଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁଁ ପ୍ରାୟ ୬.୫ କୋଟିରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି । କୋଟି କୋଟି ଯୁବକଯୁବତୀଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ପୂରଣ ହୋଇପାରି ନାହିଁ ।

ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ କୌଣସି ରାଜନୈତିକ ଦଳର ଆନୁଷ୍ଠାନିକ କାର୍ଯ୍ୟକ୍ରମ ନଥିଲା । ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇବା ପରେ ସେମାନଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବା ସରକାରଙ୍କ ଦାୟିତ୍ୱ । ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀଙ୍କୁ ଦେଶବିରୋଧୀ ଏବଂ ପାକିସ୍ତାନ ଓ ଚୀନ୍ର ଏଜେଣ୍ଟ ବୋଲି ଅଭିହିତ କରିବା ସମ୍ପୂର୍ଣ୍ଣ ଅଗ୍ରହଣୀୟ । ଶିକ୍ଷା ବ୍ୟବସ୍ଥାକୁ ସଠିକ୍ ଭାବେ ପରିଚାଳନା କରିବାରେ ସରକାର ବିଫଳ ହେଲେ ସମ୍ପୃକ୍ତ ମନ୍ତ୍ରୀଙ୍କୁ ଏହାର ନୈତିକ ଦାୟିତ୍ୱ ନେବାକୁ ପଡ଼ିବ । ମନ୍ତ୍ରୀ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେଇଦେବା ଉଚିତ୍ । କଟକର ମାନ୍ୟବର ସାଂସଦ, ନବୀନ ପଟ୍ଟନାୟକଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜଣେ ଜନପ୍ରତିନିଧିଙ୍କ ପାଇଁ ଶୋଭନୀୟ ନୁହେଁ । ନିଜର ଦାବି ଉପସ୍ଥାପନ କରୁଥିବା ଛାତ୍ରଛାତ୍ରୀଙ୍କୁ ଦେଶଦ୍ରୋହୀ ବୋଲି ବର୍ଣ୍ଣନା କରିବା ଗଣତାନ୍ତ୍ରିକ ମୂଲ୍ୟବୋଧର ସମ୍ପୂର୍ଣ୍ଣ ବିରୋଧୀ । ପ୍ରତ୍ୟେକ ନାଗରିକ, ବିଶେଷକରି ଯୁବପିଢ଼ି, ନିଜର ଅଭିଯୋଗ ପ୍ରକାଶ କରିବା ଏବଂ ସରକାରଙ୍କଠାରୁ ଦାୟିତ୍ୱଶୀଳ ପ୍ରତିକ୍ରିୟା ଆଶା କରିବା ସାମ୍ୱିଧାନିକ ଅଧିକାର ।

ଶ୍ରୀ କହିଥିଲେ ଯେ, ସମଗ୍ର ଦେଶରେ ବାରମ୍ୱାର ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ରଖିବା ପରିବର୍ତ୍ତେ ଶ୍ରୀ ମହତାବ ଶ୍ରୀ ପଟ୍ଟନାୟକଙ୍କ ବିରୋଧରେ ରାଜନୈତିକ ମନ୍ତବ୍ୟ ଦେଇ ସାଧାରଣ ଜନତାଙ୍କ ଦୃଷ୍ଟିକୁ ଭିନ୍ନ ଦିଗକୁ ନେବାକୁ ଚେଷ୍ଟା କରିଛନ୍ତି । ନବୀନ ପଟ୍ଟନାୟକ ସର୍ବଦା ଗଣତାନ୍ତ୍ରିକ ମୂଲ୍ୟବୋଧର ସପକ୍ଷରେ ରହିଆସିଛନ୍ତି । ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ ସବୁବେଳେ ସ୍ୱର ଉତ୍ତୋଳନ କରିଆସିଛନ୍ତି । ନବୀନ ପଟ୍ଟନାୟକଙ୍କ ବିବୃତି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା । ସେ କେବଳ ସରକାରଙ୍କୁ ଛାତ୍ରଛାତ୍ରୀଙ୍କ ଦାବି ଶୁଣିବାକୁ ଅନୁରୋଧ କରିଥିଲେ । ଭର୍ତ୍ତୃହରି ମହତାବ ୭ ଥର ସାଂସଦ ଭାବେ ଜନପ୍ରତିନିଧିତ୍ୱ କରିଛନ୍ତି, ସେଥିମଧ୍ୟରୁ ୬ ଥର ବିଜୁ ଜନତା ଦଳରୁ ସାଂସଦ ହୋଇଛନ୍ତି । ସେ ସମୟରେ ନବୀନ ପଟ୍ଟନାୟକଙ୍କୁ ଭୂୟଂଶୀ ପ୍ରଶଂସା କରୁଥିଲେ, କିନ୍ତୁ ଆଜି ବିଜେପିରୁ ସାଂସଦ ହୋଇ ଏଭଳି ମନ୍ତବ୍ୟ ଦେଉଛନ୍ତି । ନବୀନ ପଟ୍ଟନାୟକଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କରିବା ସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି ମହତାବ ।

Previous Post

ପାଣ୍ଡିଆନଙ୍କୁ ଗଲା ପୁଲିସ ନୋଟିସ୍

Next Post

ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଦା କର

Next Post
ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଦା କର

ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଦା କର

Comments 1

  1. Surendranath Pasupalak says:
    1 day ago

    Democracy thrives when the voices of our youth are heard with patience and respect. Shri Naveen Patnaik’s support for the students peacefully raising their legitimate demands in Delhi reflects a deep commitment to democratic values and constructive dialogue. Standing by our students as they exercise their fundamental rights in a peaceful manner is both encouraging and essential for a healthy democracy.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA