Friday, July 24, 2026 03:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାଣ୍ଡିଆନଙ୍କୁ ଗଲା ପୁଲିସ ନୋଟିସ୍

ସିଏମଓରୁ ଫାଇଲ୍ ଗାଏବ ମାମଲା

by Our Correspondent
22 Jul, 2026- 09:51 PM
in Latest News, News
1 min read
0
ପାଣ୍ଡିଆନଙ୍କୁ ଗଲା ପୁଲିସ ନୋଟିସ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାଏବ ମାମଲାରେ ଆଜି ଭି.କେ ପାଣ୍ଡିଆନଙ୍କୁ ନୋଟିସ୍ ଜାରି କରାଯାଇଛି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ଫାଇଲ୍ ଗାଏବ ହୋଇଥିବା ଅଭିଯୋଗ ହୋଇଛି । ଶ୍ରୀ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ । ଜୁଲାଇ ୨୫ ତାରିଖ ଦିନ ୧୧ଟାରେ ଏସପି ଜୋନ୍-୧ କାର୍ଯ୍ୟାଳୟରେ ତାଙ୍କୁ ହାଜର ହେବା ପାଇଁ କୁହାଯାଇଛି ।

ପୂର୍ବରୁ ଏହି ମାମଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ପ୍ରମୁଖ ସଚିବ ତଥା ଅବସରପ୍ରାପ୍ତ ଆଇଏଏସ୍ ରାଜେଶ ବର୍ମା ଏବଂ ତତ୍କାଳୀନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ହାଜିରା ନୋଟିସ୍ ହୋଇଥିଲା । ଜୁଲାଇ ୨୨ ତାରିଖ ପୂର୍ବାହ୍ନ ୧୧ଟା ବେଳେ କ୍ୟାପିଟାଲ୍ ଥାନାରେ ହାଜର ହେବାକୁ ସମନ ପଠାଯାଇଥିଲା । ୧୮ ତାରିଖରେ ଶ୍ରୀ ମିଶ୍ର ଆଗୁଆ କ୍ୟାପିଟାଲ୍ ଥାନାରେ ହାଜର ହୋଇ ତଦନ୍ତକାରୀ ଅଧିକାରୀଙ୍କର ବିଭିନ୍ନ ପ୍ରଶ୍ନର ସାମନା କରିଥିଲେ । ମାତ୍ର ଆଜିର ଧାର୍ଯ୍ୟ ତାରିଖରେ ପୁଲିସ ପାଖରେ ହାଜର ହୋଇନାହାନ୍ତି ଅବସରପ୍ରାପ୍ତ ଆଇଏଏସ୍ ଶ୍ରୀ ବର୍ମା ।

ଆଜି କମିଶନରେଟ୍ ପୁଲିସ ପକ୍ଷରୁ ଶ୍ରୀ ପାଣ୍ଡିଆନଙ୍କୁ ନୋଟିସ୍ ପଠାଯାଇଛି ସେତିକିବେଳେ, ଯେତେବେଳେ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦିଲ୍ଲୀ ହୁଲସ୍ତୁଲ ହେଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ବ୍ୟାପକ ହୋଇଛି । ସଂସଦ ଅଚଳ ହୋଇଯାଇଛି । ଯନ୍ତରମନ୍ତରରେ ଆନ୍ଦୋଳନ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ବର୍ବରୋଚିତ ଆକ୍ରମଣକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି । ଆଉ ଏହି ଛାତ୍ର ଆନ୍ଦୋଳନକୁ ସମର୍ଥନ କରିଛନ୍ତି ନବୀନ ପଟ୍ଟନାୟକ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ଉଚିତ ବୋଲି ଗତକାଲି ଦିଲ୍ଲୀରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା ବେଳେ ଆଜି ଦିଲ୍ଲୀରୁ ଫେରି ଭୁବନେଶ୍ୱରରେ ସମାନ କଥା ଦୋହରାଇଥିଲେ ।

କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କ ପ୍ରତି ଯାହା ଘଟିଲା ତାହା ସମଗ୍ର ଦେଶକୁ ସ୍ତବ୍ଧ କରିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ । କେବଳ ଆମ ଦେଶ ନୁହେଁ, ବିଦେଶରେ ଥିବା ଭାରତୀୟମାନେ ମଧ୍ୟ ତାଙ୍କ ଇସ୍ତଫା ମାଗୁଛନ୍ତି । ଏହି ପ୍ରସଙ୍ଗରେ ଓଡ଼ିଶାରେ ବିଜେଡି ଆନ୍ଦୋଳନ କରିବ ବୋଲି ଘୋଷଣା କରିଥିଲେ ।

ନବୀନଙ୍କ ଏହି ଆଭିମୁଖ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ବେଳେ ଆଜି ଅଚାନକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପୁଲିସ କମିସନର ଦେବଦତ୍ତ ସିଂଙ୍କୁ ଡାକରା ଆସିଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ୍ ଗାଏବ ମାମଲାର ତଦନ୍ତର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ । ଏହାପରେ ଗଣମାଧ୍ୟମକୁ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ବାଇଟ୍ ଦେଇଥିଲେ । ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ଛିଗୁଲାଇଥିଲେ । ଏହାର କିଛି ସମୟ ପରେ ପାଣ୍ଡିଆନଙ୍କୁ ନୋଟିସ୍ ଜାରି କରିଥିଲା କମିଶନରେଟ୍ ପୁଲିସ ।

ସୂଚନାଥାଉକି, ୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଏବଂ କନ୍ଧମାଳ ଦଙ୍ଗା ମାମଲାରେ ଜଷ୍ଟିସ୍ ଏ.ଏସ୍. ନାଇଡୁ ତଦନ୍ତ କମିସନ ରିପୋର୍ଟ ଏବଂ ୨୦୧୬ରେ ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାର ଆରଡିସି ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି ଜୁନ୍ ୧୦ରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ଜୁଲାଇ ୧୬ରେ କମିଶନରେଟ୍ ପୁଲିସ ପକ୍ଷରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ସଂପୃକ୍ତ ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀଙ୍କୁ ସମନ୍ ପଠାଯାଇଥିଲା ।

Previous Post

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି: ଆଜି ରାସ୍ତାକୁ ଓହ୍ଲାଇବ ବିଜେଡି

Next Post

ବିଜେପି-ବିଜେଡି ମୁହାଁମୁହିଁ

Next Post
ବିଜେପି-ବିଜେଡି ମୁହାଁମୁହିଁ

ବିଜେପି-ବିଜେଡି ମୁହାଁମୁହିଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA