Thursday, July 23, 2026 01:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି: ଆଜି ରାସ୍ତାକୁ ଓହ୍ଲାଇବ ବିଜେଡି

by Our Correspondent
22 Jul, 2026- 01:41 PM
in Latest News, News, Politics
1 min read
0
ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି: ଆଜି ରାସ୍ତାକୁ ଓହ୍ଲାଇବ ବିଜେଡି

ଭୁୁବନେଶ୍ୱର: ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀ ଏବେ ଥରହର । ଯନ୍ତର ମନ୍ତରରେ କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ଧୂମ ମଚାଇଥିବା ବେଳେ ବିରୋଧୀ ଦଳର ସଦସ୍ୟମାନେ ସଂସଦକୁ ଅଚଳ କରିଦେଇଛନ୍ତି । ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ବିଜେଡି ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଉଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦଳର ଦୁଇ ଛାମୁଆ ସଂଗଠନ ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ଆଜି ଅପରାହ୍ନରେ ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ ହେବ । ଏହି ଆନ୍ଦୋଳନ ସାରା ରାଜ୍ୟରେ ବ୍ୟାପକ କରିବାକୁ ଯୋଜନା ହୋଇଛି ।

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ଏବଂ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ ଗତକାଲି ମୁହଁ ଖୋଲିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ସେ ଇସ୍ତଫା ଦାବି କରିଥିଲେ । ଦିଲ୍ଲୀ ଗସ୍ତରେ ଥିବା ନବୀନ ତାଙ୍କ ବାସଭବନରେ ଦଳର ୫ ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବା ପରେ ଜାତୀୟ ଗଣମାଧ୍ୟମକୁ ଦଳର ଆଭିମୁଖ୍ୟ ସ୍ପଷ୍ଟ ଜଣାଇଥିଲେ । କହିଥିଲେ, ନିଟ୍ ପ୍ରଶ୍ନପତ୍ର ଲିକ୍ ଏବଂ ଛାତ୍ର ଆନ୍ଦୋଳନ ଏକ ସ୍ପର୍ଶକାତର ଓ ଗମ୍ଭୀର ପ୍ରସଙ୍ଗ । ଆମ ସାଂସଦମାନେ ଏହି ମାମଲାକୁ ସଂସଦରେ ଅତ୍ୟନ୍ତ ଗମ୍ଭୀରତାର ସହ ଉଠାଇବେ । ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପାଇଁ ଅନେକ ଦଳରୁ ଦାବି ଆସୁଛି । ଯେହେତୁ ଯୁବପୀଢ଼ିଙ୍କୁ ଏଭଳି ଗମ୍ଭୀର ଆଘାତ ଦିଆଯାଉଛି, ବର୍ତ୍ତମାନ ସ୍ଥିତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ଉଚିତ ବୋଲି ମୁଁ ଭାବୁଛି ।

ଏହାପୂର୍ବରୁ ଗତକାଲି ବିଜେଡି ସାଂସଦମାନେ ସଂସଦୀୟ ଦଳ ନେତା ମାନସ ମଙ୍ଗରାଜଙ୍କ ନେତୃତ୍ୱରେ ବିଜୟଚୌକଠାରେ ବିକ୍ଷୋଭ ପ୍ରଦର୍ଶନ କରି ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଦମନଲୀଳାକୁ ତୀବ୍ର ନିନ୍ଦା କରିଥିଲେ । ପରେ ସାଂସଦମାନେ ରାମ ମନୋହର ଲୋହିଆ ହସ୍ପିଟାଲ ଯାଇ ପୁଲିସ ମାଡ଼ରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟି ସମବେଦନା ଜଣାଇଥିଲେ । ଛାତ୍ରଛାତ୍ରୀଙ୍କ ଏହି ଲଢ଼େଇରେ ବିଜେଡି ସେମାନଙ୍କ ସହ ରହିବ ବୋଲି ଆଶ୍ୱାସନା ଦେଇଥିଲେ ।

Previous Post

ଯୁବପିଢ଼ିଙ୍କ ସ୍ୱପ୍ନକୁ ଚାପି ଦିଆଯାଇପାରିବ ନାହିଁ

Next Post

ପାଣ୍ଡିଆନଙ୍କୁ ଗଲା ପୁଲିସ ନୋଟିସ୍

Next Post
ପାଣ୍ଡିଆନଙ୍କୁ ଗଲା ପୁଲିସ ନୋଟିସ୍

ପାଣ୍ଡିଆନଙ୍କୁ ଗଲା ପୁଲିସ ନୋଟିସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA