Wednesday, July 22, 2026 03:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଯୁବପିଢ଼ିଙ୍କ ସ୍ୱପ୍ନକୁ ଚାପି ଦିଆଯାଇପାରିବ ନାହିଁ

ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ ଦମନଲୀଳାକୁ ବିଜେଡିର ନିନ୍ଦା

by Our Correspondent
21 Jul, 2026- 11:56 PM
in Latest News, News
1 min read
0
ଯୁବପିଢ଼ିଙ୍କ ସ୍ୱପ୍ନକୁ ଚାପି ଦିଆଯାଇପାରିବ ନାହିଁ

ଭୁବନେଶ୍ୱର: ନିଟ୍-ୟୁଜି ୨୦୨୬ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ୍ ର ବର୍ବରତାକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପ୍ରତି ପୋଲିସ୍ ର ଏଭଳି ଅମାନୁଷିକ ଆକ୍ରମଣ ଦୁର୍ଭାଗ୍ୟଜନକ କହିଛି ବିଜୁ ଜନତା ଦଳ ।

ଦଳର ଉପସଭାପତି ତଥା ବରିଷ୍ଠ ଗଣମାଧ୍ୟମ ସଂଯୋଜକ ପ୍ରତାପ ଜେନା ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ନିଟ୍-ୟୁଜି ୨୦୨୬ ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ବିଭିନ୍ନ ଅନିୟମିତତା ଏବଂ ପ୍ରଶାସନିକ ବିଫଳତା ଯୋଗୁଁ ପ୍ରାୟ ୪୦ ଲକ୍ଷ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ଗଭୀର ଚିନ୍ତା ଓ ଅନିଶ୍ଚିତତାରେ ରହିଛନ୍ତି । ପରୀକ୍ଷାର୍ଥୀଙ୍କ ଦାବିକୁ ସମାଧାନ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପରିବର୍ତ୍ତେ ସରକାର ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କ ଉପରେ ପୋଲିସ୍ ବଳ ପ୍ରୟୋଗ କରି ଦମନର ପଥ ଆପଣାଇଛନ୍ତି । ଏକ ସ୍ୱଚ୍ଛ ପରୀକ୍ଷା ବ୍ୟବସ୍ଥା ଦାବି କରିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ମୌଳିକ ଅଧିକାର । ଭବିଷ୍ୟତ ଡାକ୍ତରଙ୍କ ପ୍ରତି ଏଭଳି ଅତ୍ୟାଚାର କରି ଭାରତର ଗାରିମାକୁ ସାରା ବିଶ୍ୱରେ ନିନ୍ଦିତ କରିଛନ୍ତି ସରକାର ।

ଶ୍ରୀ ଜେନା ଆହୁରି କହିଛନ୍ତି , ପୋଲିସ୍ ର ବର୍ବରୋଚିତ ଆକ୍ରମଣରେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଭାରତର ଯୁବପିଢ଼ିଙ୍କ ସ୍ୱପ୍ନକୁ ଅନ୍ୟାୟ କିମ୍ୱା ପୋଲିସ୍ ର ବର୍ବରତା ଦ୍ୱାରା ଚାପି ଦିଆଯାଇପାରିବ ନାହିଁ । ପ୍ରଶାସନିକ ବିଫଳତା କାରଣରୁ ପ୍ରାୟ ୪୦ ଲକ୍ଷ ନିଟ୍ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ଧମକ ଓ ଦମନର ପଥ ଆପଣାଇବା ପରିବର୍ତ୍ତେ ସରକାର ନିରପେକ୍ଷ ଓ ସ୍ୱଚ୍ଛତାର ସହ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ନିଟ୍-ୟୁଜି ୨୦୨୬ରେ ପ୍ରଭାବିତ ସମସ୍ତ ପରୀକ୍ଷାର୍ଥୀଙ୍କ ପ୍ରତି ନିଜର ଦୃଢ଼ ସମର୍ଥନ ବ୍ୟକ୍ତ କରିବା ସହ ସେମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ବିଜୁ ଜନତା ଦଳ ଲଢ଼େଇ ଜାରି ରଖିବ । ଦଳ କେନ୍ଦ୍ର ସରକାରଙ୍କୁ ଆହ୍ୱାନ କରୁଛି ଯେ, ପରୀକ୍ଷା ଅନିୟମିତତା ପାଇଁ ଦାୟୀ ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ କୌଣସି ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଭବିଷ୍ୟତ ଯେପରି ବ୍ୟବସ୍ଥାଗତ ବିଫଳତା ଯୋଗୁଁ କ୍ଷତିଗ୍ରସ୍ତ ନ ହୁଏ ତାହା ସୁନିଶ୍ଚିତ କରାଯାଉ । ଛାତ୍ରଛାତ୍ରୀଙ୍କ ସଂଗ୍ରାମରେ ବିଜୁ ଜନତା ଦଳ ସବୁବେଳେ ସେମାନଙ୍କ ସହ ରହିଛି । ଛାତ୍ରଛାତ୍ରୀଙ୍କୁ ଧମକ ଦେବା ଏବଂ ସେମାନଙ୍କ ଉପରେ ବଳ ପ୍ରୟୋଗ କରିବା ପରିବର୍ତ୍ତେ ସରକାର ଆଲୋଚନା ଓ ଦୃଢ଼ ପଦକ୍ଷେପ ମାଧ୍ୟମରେ ଏହି ସଙ୍କଟର ସମାଧାନ କରନ୍ତୁ ।

Previous Post

ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA