Tuesday, April 21, 2026 02:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କ ଚକମା: ପୂର୍ବତନ କାଉନସିଲରଙ୍କୁ ବାଲେଶ୍ୱର ଟିକେଟ

ତିର୍ତ୍ତୋଲରୁ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ପ୍ରାର୍ଥୀ

by Our Correspondent
12 Oct, 2020- 03:23 PM
in Latest News, Politics
1 min read
0
ନବୀନଙ୍କ ଚକମା: ପୂର୍ବତନ କାଉନସିଲରଙ୍କୁ ବାଲେଶ୍ୱର ଟିକେଟ

ଭୁବନେଶ୍ୱର: ଉପନିର୍ବାଚନ ହେଉଥିବା ଦୁଇଟି ଆସନ ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦଳର ପ୍ରାର୍ଥୀ ଘୋଷଣା କରିଛନ୍ତି । ତିର୍ତ୍ତୋଲ୍ ଆସନରୁ ପରଲୋକଗତ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ପ୍ରାର୍ଥୀ ହୋଇଥିବା ବେଳେ ବାଲେଶ୍ୱର ସଦର ଆସନରୁ ଅଜଣା ଅଶୁଣା ସ୍ୱରୂପ କୁମାର ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ଅତୀତରେ ବାଲେଶ୍ୱରରୁ ଥରେ କାଉନସିଲର ନିର୍ବାଚିତ ହୋଇଥିବା ସ୍ୱରୂପଙ୍କୁ ବିଧାୟକ ପ୍ରାର୍ଥୀ କରି ନବୀନ ସମସ୍ତଙ୍କୁ ଚକମା ଦେଇଛନ୍ତି ।

ବାଲେଶ୍ୱର ଆସନରୁ ନିଜେ ଲଢ଼ିବାକୁ ନଚେତ ପତ୍ନୀ ସୁବାସିନୀଙ୍କୁ ପ୍ରାର୍ଥୀ କରିବା ପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଆଗ୍ରହୀ ଥିବା ଚର୍ଚ୍ଚା ହେଉଥିଲା । ସେହିଭଳି ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ମଧ୍ୟ ଟିକେଟ ପାଇବାକୁ ପ୍ରଥମରୁ ଆଶା ବାନ୍ଧିଥିଲେ । ବାଲେଶ୍ୱର ବିଜେଡ଼ିରେ ରବୀନ୍ଦ୍ର ଜେନା ଓ ଜୀବନ ପ୍ରଦୀପ ଦାସଙ୍କ ମଧ୍ୟରେ ତୀବ୍ର ବିବାଦ ଥିବାରୁ ତାହା ଦଳ ପାଇଁ ବଡ଼ ଚାଲେଂଜ ଥିଲା । ଗୋଷ୍ଠୀ କନ୍ଦଳର ସମାଧାନ ପାଇଁ ବିଜେଡ଼ି ନେତାମାନେ ବାଲେଶ୍ୱରରେ ଡେରା ପକାଇଥିଲେ । ଉଭୟ ପକ୍ଷ ମଧ୍ୟରେ ମିଳାମିଶା କରି ସହମତି ଭିତ୍ତିରେ ପ୍ରାର୍ଥୀ କରିବାକୁ ଦଳୀୟ ନେତୃବନ୍ଦ ଉଦ୍ୟମ ଜାରି ରଖିଥିଲେ । ଶେଷ ମୁହୁର୍ତ୍ତ ଯାଏଁ ଦଳ କାହାରିକୁ ପ୍ରାର୍ଥୀ କରିବ କେହି ଟେର୍ ପାଇପାରି ନ ଥିଲେ ।

ସ୍ୱରୂପ କୁମାର ଦାସ ବିଜେଡ଼ିର ସେଭଳି ଆଗଧାଡ଼ିର ନେତା ନୁହଁନ୍ତି । ଅତୀତରେ ସେ ୫ ନଂ ୱାର୍ଡରୁ କାଉନସିଲର ନିର୍ବାଚିତ ହୋଇ ସେହି ୱାର୍ଡ ମଧ୍ୟରେ ନିଜକୁ ସୀମିତ ରଖିଥିଲେ । ଅନ୍ୟ କୌଣସି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁ ନ ଥିଲା । ମୋଟାମୋଟି ଭାବେ, ବାଲେଶ୍ୱରରେ ତାଙ୍କର ନିଜସ୍ୱ ପରିଚୟ କମ୍ । ପୂର୍ବତନ ନଗରପାଳ ଅନୁପ କୁମାର ଦାସଙ୍କ ଭାଇ ଭାବେ ସେ ବେଶୀ ପରିଚିତ । ସ୍ୱରୂପଙ୍କ ଭାଇ ଅନୁପ ଦୁଇଥର ଏବଂ ଭାଉଜ ଥରେ ନଗରପାଳ ଥିଲେ ।

ତିର୍ତ୍ତୋଲରେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ପ୍ରାର୍ଥୀତ୍ୱ ଏକରକମ ସ୍ପଷ୍ଟ ଥିଲେ ମଧ୍ୟ ବିଷ୍ଣୁ ଦାସଙ୍କ ବିରୋଧୀ ଭାବେ ଜଣାଶୁଣା ସାଂସଦ ରାଜଶ୍ରୀ ମଲ୍ଲିକ ତାଙ୍କ ସ୍ୱାମୀଙ୍କୁ ପ୍ରାର୍ଥୀ କରିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହୋଇଥିଲା । ଦୁଇପକ୍ଷ ବିବାଦର ଫାଇଦା ନେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଥିବା ଶ୍ରୀମତୀ ମିନତୀ ବେହେରା ଟିକେଟ ପାଇବାକୁ କୁଆଡ଼େ ଆଶା କରିଥିଲେ । ଅନ୍ୟପକ୍ଷରେ ଗତଥର ବିଜେପି ପ୍ରାର୍ଥୀ ଥିବା ରମାକାନ୍ତ ଭୋଇ ସେଠାରୁ ନିରାଶ ହୋଇ ଇସ୍ତଫା ଦେବା ପରେ ଆଜି ସକାଳେ ବିଜେଡ଼ିରେ ମିଶିଛନ୍ତି ।

ସୂଚନାଥାଉକି, ଗତକାଲି ବିଜେପି ଦୁଇଟି ଆସନର ପ୍ରାର୍ଥୀ ଘୋଷଣା କରିଥିଲା । ବାଲେଶ୍ୱର ସଦରରୁ ସ୍ୱର୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁତ୍ର ମାନସ ଦତ୍ତ ପ୍ରାର୍ଥୀ ହୋଇଥିଲା ବେଳେ ତିର୍ତ୍ତୋଲରୁ ପୂର୍ବତନ କଂଗ୍ରେସ ପ୍ରାର୍ଥୀ ରାଜକିଶୋର ବେହେରା ପ୍ରାର୍ଥୀ ହୋଇଛନ୍ତି ।

ଏ ପର୍ଯ୍ୟନ୍ତ କଂଗ୍ରେସ ପ୍ରାର୍ଥୀ ଘୋଷଣା ହୋଇନାହିଁ ।

Previous Post

MI beat DC by 5 Wickets

Next Post

ବାଲେଶ୍ୱରରୁ ମମତା, ତିର୍ତ୍ତୋଲରୁ ହିମାଂଶୁ କଂଗ୍ରେସ ପ୍ରାର୍ଥୀ

Next Post
ବାଲେଶ୍ୱରରୁ ମମତା, ତିର୍ତ୍ତୋଲରୁ ହିମାଂଶୁ କଂଗ୍ରେସ ପ୍ରାର୍ଥୀ

ବାଲେଶ୍ୱରରୁ ମମତା, ତିର୍ତ୍ତୋଲରୁ ହିମାଂଶୁ କଂଗ୍ରେସ ପ୍ରାର୍ଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA