Tuesday, April 21, 2026 12:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବାଲେଶ୍ୱରରୁ ମମତା, ତିର୍ତ୍ତୋଲରୁ ହିମାଂଶୁ କଂଗ୍ରେସ ପ୍ରାର୍ଥୀ

ବାଲେଶ୍ୱର ବିଜେଡ଼ିରେ ବିଦ୍ରୋହ, ରବି ଜେନା ସମର୍ଥକଙ୍କ ଧାରଣା

by Our Correspondent
12 Oct, 2020- 10:51 PM
in Latest News, Politics
1 min read
0
ବାଲେଶ୍ୱରରୁ ମମତା, ତିର୍ତ୍ତୋଲରୁ ହିମାଂଶୁ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର: ଉପନିର୍ବାଚନ ପାଇଁ କଂଗ୍ରେସ ଶେଷରେ ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱର ସଦର ଆସନରୁ ଶ୍ରୀମତୀ ମମତା କୁଣ୍ଡୁ ପ୍ରାର୍ଥୀ ହୋଇଥିବା ବେଳେ ତିର୍ତ୍ତୋଲ ଆସନରୁ ଇଂ ହିମାଂଶୁ ଭୂଷଣ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି । ପିସିସି ପକ୍ଷରୁ ପଠାଯାଇଥିବା ଏହି ଦୁଇ ନାଁକୁ ସୋନିଆ ଗାନ୍ଧୀ ଅନୁମୋଦନ କରିବା ପରେ ଏହା ଘୋଷଣା କରାଯାଇଛି ।

ପ୍ରବୀଣ ରାଜନେତା ସ୍ୱର୍ଗତ ସମରେନ୍ଦ୍ର କୁଣ୍ଡୁଙ୍କ ବୋହୁ ହେଉଛନ୍ତି ଶ୍ରୀମତୀ ମମତା କୁଣ୍ଡୁ । ଦଳର ନୂଆ ମୁହଁ ଭାବେ କଂଗ୍ରେସ ତାଙ୍କୁ ନିର୍ବାଚନ ରଣାଙ୍ଗନକୁ ଛାଡ଼ିଛି । ଏହି ଆସନରୁ ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ସେ ଏହାକୁ ଖଣ୍ଡନ କରିଥିଲେ । ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ମାନସ ରଞ୍ଜନ ଦାସ ପଟ୍ଟନାୟକ ଏଥର ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ ।

ତିର୍ତ୍ତୋଲରେ ପ୍ରାର୍ଥୀ ହୋଇଥିବା ହିମାଂଶୁ ଭୂଷଣ ମଲ୍ଲିକ ଜଣେ ଯୁବ ଇଂଜିନିୟର ଏବଂ ରାଜନୀତିରେ ସମ୍ପୂର୍ଣ୍ଣ ନବାଗତ । ଗତ ସାଧାରଣ ନିର୍ବାଚନରେ ଏଠାରୁ ଦେବୀ ପ୍ରସାଦ ମଲ୍ଲିକ ପ୍ରାର୍ଥୀ ଥିଲେ । ତା ପୂର୍ବରୁ ରାଜକିଶୋର ବେହେରା ପ୍ରାର୍ଥୀ ଥିଲେ । କଂଗ୍ରେସ ସଂଗଠନରେ ଦବଦବା ରଖିଥିବା ରାଜକିଶୋର ଉପନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ବେଳେ ସେ ବିଜେପିକୁ ଚାଲିଯାଇ ସେଠାରୁ ପ୍ରାର୍ଥୀ ହୋଇଛନ୍ତି । ହିମାଂଶୁଙ୍କ ଭଳି ଜଣେ ଯୁବ ଇଂଜିନିୟରଙ୍କୁ କଂଗ୍ରେସ ମଇଦାନକୁ ଆଣି ବିଜେଡ଼ି ଓ ବିଜେପି ବିରୋଧରେ ଟକ୍କର ଦେବାକୁ ଆଶା ରଖିଛି ।

ସୂଚନାଥାଉକି, ଗତକାଲି ପ୍ରଥମେ ବିଜେପି ତା’ର ପ୍ରାର୍ଥୀ ଘୋଷଣା କରିଥିଲା । ବାଲେଶ୍ୱର ସଦରରୁ ସ୍ୱର୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁତ୍ର ମାନସ ଦତ୍ତ ଏବଂ ତିର୍ତ୍ତୋଲରୁ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ବିଜେଡ଼ି ଆଜି ଦିନବେଳେ ପ୍ରାର୍ଥୀ ଘୋଷଣା କରିଥିଲା । ବାଲେଶ୍ୱର ସଦରରୁ ସ୍ୱରୂପ କୁମାର ଦାସ ଏବଂ ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଛି ।

ତେବେ ବାଲେଶ୍ୱରରେ ସ୍ୱରୂପ ଦାସଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେଡ଼ିରେ ବିଦ୍ରୋହ ସୃଷ୍ଟି ହୋଇଛି । ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମର୍ଥକମାନେ ସ୍ୱରୂପଙ୍କ ପ୍ରାର୍ଥୀତ୍ୱକୁ ଗ୍ରହଣ କରିନାହାନ୍ତି । ଶ୍ରୀ ଜେନାଙ୍କ ବାସଭବନ ଆଗରେ ସମର୍ଥକମାନେ ଧାରଣା ଦେଇ ଦଳରୁ ଇସ୍ତଫା ଧମକ ଦେଇଛନ୍ତି । ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା ପ୍ରାର୍ଥୀ ହୁଅନ୍ତୁ ବୋଲି ସେମାନେ ଦାବି କରୁଛନ୍ତି ।

ଶ୍ରୀ ଜେନା ତାଙ୍କ ପ୍ରତିକ୍ରିୟାରେ ଦଳର ସଭାପତିଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ସହ ସମର୍ଥକମାନଙ୍କ ଭାବାବେଗକୁ ମଧ୍ୟ ଅଣଦେଖା କରିନାହାନ୍ତି । ଆସନ୍ତାକାଲି ସେ ନିଜର ଆଭିମୁଖ୍ୟ ଜଣାଇବେ ବୋଲି କହିଛନ୍ତି ।

Previous Post

ନବୀନଙ୍କ ଚକମା: ପୂର୍ବତନ କାଉନସିଲରଙ୍କୁ ବାଲେଶ୍ୱର ଟିକେଟ

Next Post

RCB beat KKR by 82 Runs

Next Post
RCB beat RR by 8 Wickets

RCB beat KKR by 82 Runs

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA