Tuesday, June 2, 2026 11:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରଙ୍କୁ ଘେରିଲା ବିଜେଡି

'ଭାରତବର୍ଷରେ ସବୁଠୁ ବିଫଳ ଶିକ୍ଷାମନ୍ତ୍ରୀ'

by Our Correspondent
02 Jun, 2026- 08:28 PM
in Latest News, News
1 min read
0
ଧର୍ମେନ୍ଦ୍ରଙ୍କୁ ଘେରିଲା ବିଜେଡି
Spread the love

ଭୁବନେଶ୍ୱର: ନିଟ୍, ସିବିଏସଇ, ଏସଏସି ଏବଂ ସିୟୁଇଟି ଭଳି ଚାରି ଚାରିଟା ପରୀକ୍ଷା ପରିଚାଳନା ତ୍ରୁଟି ଓ ବିଭ୍ରାଟକୁ ନେଇ ସାରା ଦେଶରେ ଝଡ଼ ବହୁଥିବା ବେଳେ ଆଜି ବିଜେଡି ଏହି ପ୍ରସଙ୍ଗରେ ମୁହଁ ଖୋଲିଛି । ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ପ୍ରତିକ ଅବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରାଯିବା ସହ ନୈତିକତା ଦୃଷ୍ଟିରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରାଯାଇଛି । ଆମେରିକାରେ ଥିବା ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ସମ୍ପତ୍ତି କାହା ପଇସାରେ ତାହାର ମଧ୍ୟ ଜବାବ ମାଗିଛି ଦଳ ।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ କହିଥିଲେ, ବାରମ୍ବାର ପରୀକ୍ଷାରେ ବିଭ୍ରାଟ ହେବା ଯୋଗୁଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ଗଭୀର ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି । ବର୍ଷ ବର୍ଷ ଧରି ପରିଶ୍ରମ କରି ପରୀକ୍ଷା ଦେଉଥିବା ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ୨୦୨୪ରେ ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହେଲା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନ, ପ୍ରଥମେ ଅସ୍ୱୀକାର କଲେ ଓ ପରେ ମାନିଲେ ଯେ, କିଛି ରାଜ୍ୟରେ ପେପର ଲିକ୍ ହୋଇଛି । ଚଳିତ ବର୍ଷ ନିଟ୍, ସିବିଏସ୍ଇ, ସିୟୁଟି ପରୀକ୍ଷାରେ ବିଭ୍ରାଟ ହେବା ଯୋଗୁଁ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ ରହିଥିବା ବେଳେ କେତେକ ପିଲା ଆତ୍ମହତ୍ୟା କରିସାରିଲେଣି । ଏପରି ପରିସ୍ଥିତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉତ୍ତରଦାୟିତ୍ୱ ରହିଥିଲେ ମଧ୍ୟ ସେ ଏହି ପ୍ରସଙ୍ଗରେ ସନ୍ତୋଷଜନକ ସ୍ପଷ୍ଟୀକରଣ ଦେବାରେ ବିଫଳ ହୋଇଛନ୍ତି ।

ଶ୍ରୀମତୀ ଦେଓ ଆହୁରି କହିଥିଲେ, ସୋସିଆଲ ମିଡିଆରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ସମ୍ପର୍କରେ ବିଭିନ୍ନ ତଥ୍ୟ ଓ ଅଭିଯୋଗ ପ୍ରଚାରିତ ହେଉଛି । ଏହି ଟ୍ରଷ୍ଟ ସହ କେନ୍ଦ୍ରମନ୍ତ୍ରୀଙ୍କ ଧର୍ମପତ୍ନୀ ଶ୍ରୀମତୀ ମୃଦୁଳା ପ୍ରଧାନଙ୍କ ନାମ ଜଡିତ ଥିବାରୁ ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ବିଜୁ ନବୀନ ଇନ୍ସପିରେସନାଲ ଟ୍ରଷ୍ଟ ବିଷୟରେ ବିଭିନ୍ନ ସମୟରେ ଯେପରି ପ୍ରଶ୍ନ ଉଠିଥିଲା ଆମେ ସେଥିରେ ସ୍ପଷ୍ଟତା ଦେଇଥିଲୁ, ସେହିପରି ଧର୍ମେନ୍ଦ୍ର ବାବୁ ମଧ୍ୟ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ସହ ତାଙ୍କର କିମ୍ୱା ତାଙ୍କ ପରିବାରର କି ପ୍ରକାର ସମ୍ପର୍କ ରହିଛି ତାହା ସ୍ପଷ୍ଟ କରନ୍ତୁ ।

ଦଳର ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଥିଲେ, ବିକଶତି ଭାରତର ସ୍ୱପ୍ନ ଦେଖାଇ ବିଜେପି କ୍ଷମତାକୁ ଆସିଥିଲା। କିନ୍ତୁ ନିଟ୍, ସିବିଏସଇ ଏବଂ ସିୟୁଇଟି ଭଳି ଜାତୀୟ ସ୍ତରର ପରୀକ୍ଷାରେ ବାରମ୍ବାର ବିଭ୍ରାଟ ଘଟୁଥିବାରୁ ଶିକ୍ଷା ବ୍ୟବସ୍ଥା ପ୍ରତି ଲୋକଙ୍କ ରହିଥିବା ବିଶ୍ୱାସକୁ ଗଭୀର ଆଘାତ ଦେଇଛି । ଗୋଟିଏ ପରୀକ୍ଷାକୁ ସଠିକ ରୂପରେ ପରିଚାଳନା କରିବା ପାଇଁ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦକ୍ଷତା ନାହିଁ । ପେପର ଲିକ୍ ଯୋଗୁଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା ବେଳେ କେନ୍ଦ୍ର ସରକାର ଏବଂ ଶିକ୍ଷା ମନ୍ତ୍ରଣାଳୟ ଏହାର ନୈତିକ ଦାୟିତ୍ୱରୁ ମୁକ୍ତ ହୋଇପାରିବେ ନାହିଁ । ବିଭିନ୍ନ ଗଣମାଧ୍ୟମ ଏବଂ ଜାତୀୟ ସମ୍ୱାଦପତ୍ରରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପରୀକ୍ଷା ପରିଚାଳନାରେ ଗୁରୁତର ବିଫଳତା ପରିଲକ୍ଷିତ ହୋଇଛି । ଏହି ପରିସ୍ଥିତିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀରବତା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଯେତେବେଳେ ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ଭବିଷ୍ୟତ ସମ୍ପର୍କିତ ପ୍ରସଙ୍ଗ ଆସୁଛି, ସେତେବେଳେ ସମ୍ପୃକ୍ତ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦେବା ନୈତିକ ଓ ପ୍ରଶାସନିକ ଦାୟିତ୍ୱ ଅଟେ ।

ସେ ଆହୁରି କହିଥିଲେ, ଆମେରିକାର ମେଲୋରସ୍ ସହରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ ଯେଉଁ ଘରେ ରହି ତାଙ୍କ ଏଲ୍ଏଲ୍ଏମ୍ ଶିକ୍ଷା ଗ୍ରହଣ କରୁଥିଲେ, ସେଠାରେ ତାଙ୍କୁ ଯେଉଁମାନେ ଭେଟୁଥିଲେ ସେହି ମାନଙ୍କ ଭିତରୁ କିଛି ଲୋକଙ୍କ ଶିକ୍ଷାଜନିତ ବ୍ୟବସାୟ ଅଛି କି ନାହିଁ ଏବଂ କମ୍ପ୍ୟୁଟେକ, ଏଡୁଟେକ୍ ସଂସ୍ଥାର ନିର୍ଦ୍ଦେଶକ ରାଧାକି୍ରଷ୍ଣ ଜୟରମଣଙ୍କୁ ଆମେରିକାରେ ତାଙ୍କ ଝିଅଙ୍କ ସ୍ଥାନୀୟ ଅଭିଭାବକ ଭାବେ ଦର୍ଶାଯାଇଛି କି ନାହିଁ ତାହା କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରନ୍ତୁ । ସିବିଏସ୍ଇ ପରୀକ୍ଷାର ଖାତା ଦେଖା ପାଇଁ ଏଡୁଟେକ୍ ସଂସ୍ଥାକୁ କାମ ଦେବା ପାଇଁ ତିନି ତିନି ଥର ଟର୍ମ ଆଣ୍ଡ କଣ୍ଡିସନ ଶ୍ରୀ ପ୍ରଧାନ ବଦଳାଇଥିଲେ ନା ନାହିଁ, ତାହାର ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ଅଛି । ନିଟ୍ ଓ ଅନ୍ୟାନ୍ୟ ପରୀକ୍ଷାରେ ଘଟିଥିବା ଅନିୟମିତତା ପାଇଁ ସ୍ୱାଧୀନ ଭାରତବର୍ଷରେ ସବୁଠୁ ବିଫଳ ଶିକ୍ଷାମନ୍ତ୍ରୀ ଭାବେ ଶ୍ରୀ ପ୍ରଧାନଙ୍କ ନାମ ଗଣାଯିବ ବୋଲି ଡ଼ ମହାନ୍ତି କହିଥିଲେ ।

ସୂଚନାଥାଉକି, ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଚାଲିଥିବା ପ୍ରଚାର ଉପରେ ଗତକାଲି ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ସଫେଇ ଦେଇଥିଲେ । କ୍ରୋଏସିଆରୁ ପରିଚାଳିତ ଏକ ସୋସିଆଲ୍ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହି ଅପପ୍ରଚାର ଆରମ୍ଭ ହୋଇଛି । ମେଲରୋଜ୍ ରେ ରହୁଥିବା ବ୍ୟବସାୟୀ ଦମ୍ପତ୍ତି ରାଜେନ୍ଦ୍ର ମହାପାତ୍ର ଓ କୋମଳ ମହାପାତ୍ରଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କୌଣସି ଆର୍ଥିକ ବା ବ୍ୟକ୍ତିଗତ ସମ୍ପର୍କ ନାହିଁ । ଯେଉଁ ରାଜେନ୍ଦ୍ର ମହାପାତ୍ରଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସମ୍ପର୍କ ଥିବା କୁହାଯାଉଛି ତାଙ୍କ ଘର ତାଳଚେରର ଧର୍ମପୁର ଅନ୍ତର୍ଗତ ମାଣିକମରାରେ । ତାଙ୍କର ପତ୍ନୀଙ୍କ ନାଁ ଆରତୀ ମହାପାତ୍ର । ଆରତୀଙ୍କ ସ୍ୱାମୀ ରାଜେନ୍ଦ୍ର ମେଲରୋଜ୍ ଘରେ ରହିବା ଦୂରେ ଥାଉ, ଜୀବନରେ କେବେ ଆମେରିକା ଯାଇନାହାନ୍ତି । ତେବେ ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ ଉପରେ ବିଜେପି ମୁଖପାତ୍ର କିଛି କହିନାହାନ୍ତି ।

 

 

Previous Post

ଏଜିଙ୍କୁ ସୁପ୍ରିମ୍ କୋର୍ଟଙ୍କ ଭର୍ତ୍ସନା

Next Post

ବୈଷୟିକ ଶିକ୍ଷାରେ ସଂରକ୍ଷଣ ବୃଦ୍ଧି

Next Post
ବୈଷୟିକ ଶିକ୍ଷାରେ ସଂରକ୍ଷଣ ବୃଦ୍ଧି

ବୈଷୟିକ ଶିକ୍ଷାରେ ସଂରକ୍ଷଣ ବୃଦ୍ଧି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA