Tuesday, May 26, 2026 04:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସପକ୍ଷବାଦୀଙ୍କ ଚାଲ୍: ‘ପାଣ୍ଡିଆନ ବଞ୍ଚାଓ, ଦେବାଶିଷ ହଟାଓ’!

ନବୀନଙ୍କୁୁ ଚୁପ୍ ସୈତାନ ଆକ୍ଷେପ ବେଳକୁ ଚୁପ୍ କାହିଁକି?

by Our Correspondent
07 Apr, 2025- 07:24 PM
in Latest News, News, Politics
1 min read
0
ସପକ୍ଷବାଦୀଙ୍କ ଚାଲ୍: ‘ପାଣ୍ଡିଆନ ବଞ୍ଚାଓ, ଦେବାଶିଷ ହଟାଓ’!

ଭୁବନେଶ୍ୱର: ନବୀନ ନିବାସରେ ମୁନ୍ନା ଖାଁ ସମର୍ଥକଙ୍କ ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ଏବଂ ପାଣ୍ଡିଆନଙ୍କୁ ଦେବାଶିଷ ସାମନ୍ତରାୟଙ୍କର କଡ଼ା ଆକ୍ଷେପ ପରେ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ବାହାରିଛନ୍ତି ବିଜେଡିର ୪ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ମାନସ ମଙ୍ଗରାଜ, ନିରଞ୍ଜନ ବିଶି ଏବଂ ଶୁଭାଶିଷ ଖୁଣ୍ଟିଆ । ପାଣ୍ଡିଆନ ୧୦ ମାସ ହେଲା ରାଜନୀତିରେ ନାହାନ୍ତି ବୋଲି ସେମାନେ ଓକିଲାତି କରିଛନ୍ତି । ପାଣ୍ଡିଆନଙ୍କ ବିରୋଧରେ ଦେବାଶିଷ ସାମନ୍ତରାୟଙ୍କ ବୟାନକୁ ସେମାନେ ନିନ୍ଦା କରିଛନ୍ତି । ସେମାନଙ୍କୁ ଦେଖାଦେଖି କଟକ ମେୟର ସୁବାସ ସିଂ ମଧ୍ୟ ପାଣ୍ଡିଆନଙ୍କ ସମର୍ଥନରେ ଡେଇଁଛନ୍ତି ।

ନିର୍ବାଚନ ବିପର୍ଯ୍ୟୟ ପରଠୁ ପାଣ୍ଡିଆନଙ୍କୁ ନେଇ ଦଳରେ ତୀବ୍ର ଅସନ୍ତୋଷ ଲାଗି ରହିଥିଲା ବେଳେ ୱକଫ୍ ବିଲ୍ ପ୍ରସଙ୍ଗ ଏଥିରେ ନିଆଁ ଲଗାଇ ଦେଇଛି । ପାଣ୍ଡିଆନ ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ ମଧ୍ୟ ଅଦୃଶ୍ୟରେ ଥାଇ ବିଜେଡିକୁ ପୂର୍ବଭଳି ଚଳୋଉଥିବା ଦଳୀୟ ନେତାଙ୍କର ଅନୁଭବ ରହିଛି । ନବୀନ ପଟ୍ଟନାୟକ ଯେ ତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଏକଥା ବି କାହାରିକୁ ଅଛପା ନାହିଁ ।

ୱକଫ୍ ବିଲ୍ ପ୍ରସଙ୍ଗ ବିଜେଡିକୁ ଘାଇଲା କରିଦେଇଛି । ଏଥିରେ ଖଳନାୟକ ପାଣ୍ଡିଆନ୍ ବୋଲି ସମସ୍ତଙ୍କର ସନେ୍ଦହ ଥିବା ବେଳେ ସସ୍ମିତ ପାତ୍ରଙ୍କୁ ବକରା ବନାଯିବ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଦେବାଶିଷ ସାମନ୍ତରାୟ ପାଣ୍ଡିଆନଙ୍କ ବିରୋଧରେ ମୁହଁ ଖୋଲିବା ପରେ ପାଣ୍ଡିଆନ ସପକ୍ଷବାଦୀମାନେ ଆଗକୁ ଡେଇଁ ପଡ଼ିଛନ୍ତି । ପାଣ୍ଡିଆନଙ୍କ ବିରୋଧରେ କଡ଼ା ଭାଷା ସେମାନଙ୍କୁ ହଜମ ହୋଇନାହିଁ । ଜଣ ଜଣ କରି ଟୁଇଟ୍ କରି ଦେବାଶିଷଙ୍କୁ ଗାଳି କରିଛନ୍ତି । ଦଳୀୟ ଫୋରମ୍ ରେ କଥା ନ ଉଠାଇ ଗଣମାଧ୍ୟମରେ ବୟାନ ଦେଉଥିବାରୁ ତାଙ୍କୁ ଦଳ ବିରୋଧୀ ବୋଲି ଚିତ୍ରଣ କରିଛନ୍ତି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରସଙ୍ଗରେ ଦେବାଶିଷ ସାମନ୍ତରାୟଙ୍କୁ ବଳି ପକାଇବା ପାଇଁ ବାଟ ଖୋଜାଯାଉଥିଲା । ମାତ୍ର ଆଜି ଗଣମାଧ୍ୟମରେ ସେ ପାଣ୍ଡିଆନଙ୍କୁ ସିଧା ଆକ୍ରମଣ କରିବା ପରେ ସପକ୍ଷବାଦୀମାନେ ପ୍ରତିହିଂସା ପରାୟଣ ହୋଇଛନ୍ତି । ତାଙ୍କ କାମ ଯଥାଶୀଘ୍ର ବଢ଼ାଇବାକୁ ଯୁଦ୍ଧକାଳୀନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦଳର ପୂର୍ବତନ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ “ପାଣ୍ଡିଆନ ବଞ୍ଚାଓ, ଦେବାଶିଷ ହଟାଓ’ ଦାୟିତ୍ୱ ନେଇଛନ୍ତି । ପ୍ରଥମ ପଦକ୍ଷେପ ଭାବେ ୪ ସାଂସଦ ନିଜର ଟୁଇଟର ହାଣ୍ଡଲରେ ପାଣ୍ଡିଆନଙ୍କ ସପକ୍ଷରେ ସିଧାସଳଖ ଓକିଲାତି କରିଛନ୍ତି ଏବଂ ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ପରବର୍ତ୍ତୀ ପଦକ୍ଷେପ ଭାବେ ନବୀନ ନିବାସରୁ ଦେବାଶିଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦେଶ ବାହାର କରିବାକୁ ଯୋଜନା ହୋଇଥିବା ଏହି ସୂତ୍ରରୁ ଜଣାପଡ଼ିଛି ।

ତେବେ ୪ ବିଜେଡି ସାଂସଦଙ୍କର ପାଣ୍ଡିଆନ ଜୟଗାନକୁ ନେଇ ରାଜନୈତିକ ମାହୋଲ ଆହୁରି ସରଗରମ ହୋଇଛି । ଯିଏ ଦଳର ଚେହେରା ଏବଂ ଯାହାଙ୍କ ନାଁରେ ଭୋଟ ମଗାଯାଉଛି ସେଇ ନବୀନ ପଟ୍ଟନାୟକଙ୍କୁ କିଏ ଗାଳି କଲା ବେଳେ ଏଇ ରାଜ୍ୟସଭା ସାଂସଦମାନଙ୍କର ମୁହଁ ଫିଟୁନି କାହିଁକି? ଟୁଇଟର ହାଣ୍ଡଲ କାହିଁକି ଚାଲୁନି ବୋଲି ଅନେକ ପ୍ରଶ୍ନ କରିଛନ୍ତି । ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଗତକାଲି ନବୀନ ପଟ୍ଟନାୟକଙ୍କୁ “ଚୁପ୍ ସୈତାନ୍’ କହି କଡ଼ା ଆକ୍ଷେପ କରିଥିଲେ । ଏହି ସାଂସଦମାନଙ୍କୁ ତାହା କେମିତି ବାଧିଲାନି?

ଏହି ବିଜେଡି ସାଂସଦ ମାନେ ପାଣ୍ଡିଆନଙ୍କୁ କିଏ ଗାଳି କଲେ ସହି ପାରୁ ନ ଥିଲା ବେଳେ ନବୀନ ପଟ୍ଟନାୟକଙ୍କ ବେଳକୁ ହୀନମନ୍ୟତା କାହିଁକି? ନବୀନଙ୍କ ପାଇଁ ବାହାରିବାକୁ ସେମାନଙ୍କ ମନରେ କାହିଁକି ଏତେ ଘୃଣା ଭାବ? ଏହି କଥାରୁ ବିଜେଡିର ଏବେ କାହାର କେତେ ଭାଉ ତାହା ସ୍ପଷ୍ଟ ହେଉଛି ବୋଲି ସବୁଆଡ଼େ ଚର୍ଚ୍ଚା ।

 

 

Previous Post

ନବୀନ ବାବୁ ଏବେ ସମ୍ଭାଳ !

Next Post

ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ଏପ୍ରିଲ “ପଖାଳ ଉତ୍ସବ” ଆରମ୍ଭ

Next Post
ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ଏପ୍ରିଲ “ପଖାଳ ଉତ୍ସବ” ଆରମ୍ଭ

ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ଏପ୍ରିଲ “ପଖାଳ ଉତ୍ସବ” ଆରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA