ଭୁବନେଶ୍ୱର: ବିଜେଡି ସେବାରେ ବିଶ୍ୱାସ କରେ । ବିକାଶରେ ବିଶ୍ୱାସ କରେ । ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ ମଡେଲ ରାଜ୍ୟ ହୋଇପାରିଥିଲା । ଏ ଅପାରଗ ସରକାର । ଅଢ଼େଇ ବର୍ଷରେ ଓଡ଼ିଶାର ଛବିକୁ ପୁରା ମଳିନ କରିସାରିଲେଣି ।
ରାଜ୍ୟର ବିଜେପି ସରକାରଙ୍କ ଉପରେ ଏମିତି ବର୍ଷିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱରର ଉତ୍ତର ନିର୍ବାଚନମଣ୍ଡଳୀରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ପଦଯାତ୍ରା ସମୟରେ ଡବଲ ଇଞ୍ଜିନ ସରକାରର ବିଫଳତାକୁ ପ୍ରତି ଘରେ ଘରେ ପହଞ୍ଚାଇ ଲୋକଙ୍କୁ ସଚେତନ କରିବାକୁ ନବୀନ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ମନ୍ମଥ ରାଉତରାୟ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ । ସମାବେଶରେ ସ୍ଥାନୀୟ ଅଞ୍ଚଳର କର୍ପୋରେଟରମାନେ ଉପସ୍ଥିତ ଥିଲେ ।
ସୂଚନାଥାଉକି, ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏ ପଦଯାତ୍ରା ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ ।