Saturday, October 10, 2026 03:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘କ୍ୟାମ୍ପସ୍ ହାତେଇବା ପାଇଁ ସରକାରୀ ରଣନୀତି’

ବିଜେଡିର ସଙ୍ଗୀନ ଅଭିଯୋଗ

by Our Correspondent
09 Oct, 2026- 08:20 PM
in Latest News, News
1 min read
0
‘କ୍ୟାମ୍ପସ୍ ହାତେଇବା ପାଇଁ ସରକାରୀ ରଣନୀତି’

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି । ବିଜେପି ବିଧାୟକ ଓ ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ ଓ କର୍ମଚାରୀଙ୍କୁ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ଦେଶରେ ଗଣତନ୍ତ୍ରକୁ ବିଜେପି ହତ୍ୟା କରୁଥିବା ବେଳେ ଏବେ କ୍ୟାମ୍ପସ ରାଜନୀତିରେ ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଛି । ଏଭଳି ସଙ୍ଗୀନ ଅଭିଯୋଗ ନେଇ ଶାସକ ଦଳକୁ ଘେରିଛି ବିଜେଡି । ଆଜି ଶଙ୍ଖଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସୀତା ସାହୁ କ୍ୟାମ୍ପସ ରାଜନୀତିରେ ସରକାରୀ ହସ୍ତକ୍ଷେପକୁ ବିରୋଧ କରିଛନ୍ତି  ।

ଶ୍ରୀ ବକ୍ସିପାତ୍ର କହିଛନ୍ତି, ସାରା ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ନିଜର ପ୍ରସ୍ତୁତି ପର୍ବ ସାରିଲା ପରେ ସରକାର ନିର୍ବାଚନ ଘୋଷଣା କଲେ । ଆଜି ଓଡ଼ିଶାରେ ପ୍ରାୟ ୬୦୦ କଲେଜ ଓ ପାଖାପାଖି ୧୨ଟି ବିଶ୍ୱବିଦ୍ୟାଳୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ୩ଟି ବିଶ୍ୱବିଦ୍ୟାଳୟ ଓ ଅନ୍ୟ କଲେଜ ମାନଙ୍କରେ ଏବିଭିପି ପ୍ରାର୍ଥୀ ମାନେ ନିର୍ବାଚନ ଜିତିପାରିବେ ନାହିଁ ବୋଲି ସେଠାରେ ସରକାର ନିର୍ବାଚନ କରାଉ ନାହାନ୍ତି । ଛାତ୍ର ସଂସଦ ନିର୍ବାଚନରେ ନଗର ଉନ୍ନୟନ ମନ୍ତ୍ରୀ କଲେଜ ଅଧ୍ୟକ୍ଷ ଓ ଭିସି ମାନଙ୍କୁ ଡାକି ରିଭ୍ୟୁ ନାଁରେ ଏବିଭିପି ଛାତ୍ର ସଂଗଠନ କିଭଳି ଜିତିବ ସେଥିପାଇଁ ତାଙ୍କୁ ତାଗିଦ କରୁଥିବାର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ସେହିଭଳି ଚିକିଟି ବିଧାୟକ ପାତ୍ରପୁର ବ୍ଲକ ଅଫିସରେ ସନ୍ଧ୍ୟା ୫ଟାରେ ସବୁ କଲେଜର କର୍ମଚାରୀ ମାନଙ୍କୁ ବୈଠକ କରାଇବା ପାଇଁ ଚିଠି କରାଯାଉଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଭାରତୀୟ ଜନତା ପାର୍ଟି ଦେଶରେ ଗଣତନ୍ତ୍ରକୁ ହତ୍ୟା କରୁଥିବା ବେଳେ ଏବେ କଲେଜ ରାଜନୀତିରେ ଛାତ୍ର ମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ଛଡ଼ାଇ ନେବାକୁ ଚକ୍ରାନ୍ତ କରୁଛି । କିଛିଦିନ ତଳେ ଡିଜି ମହୋଦୟ ଏକ ବୈଠକରେ କଲେଜ ମାନଙ୍କରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ କଲେଜ ମାନଙ୍କରେ ଏବିଭିପି ପ୍ରାର୍ଥୀ ଜିତିପାରିବେ ନାହିଁ ବୋଲି ଅନୁଭବ କରୁଛନ୍ତି, ସେହି ସ୍ଥାନ ମାନଙ୍କରେ ପୋଲିସ୍ ସହଯୋଗରେ ଏବିଭିପିର ସମର୍ଥିତ ଅଣଛାତ୍ର ମାନେ କଲେଜ ଭିତରେ ପ୍ରବେଶ କରି ବୋମା ପକାଇ ହିଂସାକାଣ୍ଡ ସୃଷ୍ଟି କରି କଲେଜ ନିର୍ବାଚନକୁ ବନ୍ଦ କରୁଛନ୍ତି ।

ଚିନ୍ମୟ ସାହୁ କହିଥିଲେ , ସରକାର ଯଦି ଛାତ୍ର ସଂସଦ ନିର୍ବାଚନ କରାଇବାର ଥିଲା, କାହିଁକି ଏକାଡେମିକ କ୍ୟାଲେଣ୍ଡରରେ ଆଗୁଆ ସୂଚନା ଦେଲେ ନାହିଁ । ଆଡ଼ମିଶନ ପ୍ରକ୍ରିୟା ଶେଷ ହୋଇନଥିବା ବେଳେ ସରକାର ତରବରିଆ ଭାବେ ଛାତ୍ର ସଂସଦ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କଲେ । ସରକାରୀ ଦଳର ମନ୍ତ୍ରୀ ମାନେ ଯେଉଁଭଳି ସିଧାସଳଖ ଛାତ୍ର ସଂସଦ ନିର୍ବାଚନରେ ହସ୍ତକ୍ଷେପ କରି ଚାପ ପକାଉଛନ୍ତି, ତାହାକୁ ବିଜୁ ଜନତା ଦଳ କେବେ ହେଲେ ବରଦାସ୍ତ କରିବ ନାହିଁ । ଆଜି ସମଗ୍ର ଓଡ଼ିଶାରେ ୨୦୬ଟି କଲେଜରେ କ’ଣ ପାଇଁ ନିର୍ବାଚନ ବନ୍ଦ ହୋଇଛି, ଉଚ୍ଚଶିକ୍ଷା ମନ୍ତ୍ରୀ ତାହାର ଜବାବ ଦିଅନ୍ତୁ । ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଯେ, ଲିଙ୍ଗ୍ଡୋ କମିଶନଙ୍କ ଗାଇଡ୍ଲାଇନ୍ ଅନୁସାରେ ନିର୍ବାଚନ ଅନୁଷ୍ଠିତ ହେବ, କିନ୍ତୁ ସରକାର ନିଜେ ସେହି ଗାଇଡଲାଇନକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଛନ୍ତି । ସରକାର ଏଭଳି ନ କରି ବରଂ ବିଜ୍ଞପ୍ତି ପ୍ରକାଶ କରିଦିଅନ୍ତୁ ଯେ, କେବଳ ଏବିଭିପିର ଛାତ୍ର ସଂଗଠନ ଯେଉଁଠି ନିର୍ବାଚନ ଜିତିପାରିବ, ସେହି ଜାଗାରେ ନିର୍ବାଚନ କରାଇ ଜିତିଯାଆନ୍ତୁ ।

ଇପ୍ସୀତା ସାହୁ କହିଥିଲେ ଯେ, ଯେଉଁ ଛାତ୍ର ସଂସଦ ନିର୍ବାଚନ ଭାଇଚାରା ଓ ବନ୍ଧୁତ୍ୱରେ କ୍ୟାମ୍ପସ ମାନଙ୍କରେ ଅନୁଷ୍ଠିତ ହେଉଥିଲା, ଆଜି ସେହି କ୍ୟାମ୍ପସକୁ ଭାରତୀୟ ଜନତା ପାର୍ଟିର ସରକାର ଅଶାନ୍ତର ବାତାବରଣରେ ଭରି ଦେଇଛି । ବିଜେପି ଦଳ ଗୋଟିଏ ଜେନ୍ ଜି ବିରୋଧୀ ଦଳ ଭାବେ ଭାରତବର୍ଷରେ ସୁନାମ ଅର୍ଜନ କରିଥିବା ବେଳେ ଓଡ଼ିଶାରେ ଜେନ୍ ଜି ମାନଙ୍କ ଅଧିକାରକୁ ଛଡ଼ାଇ ନେବା ପାଇଁ ଭରପୂର ପ୍ରୟାସ ଜାରି ରଖିଛି । ସରକାର ନିର୍ବାଚନ ଘୋଷଣା ପରେ କଲେଜ ମାନଙ୍କରେ ବିଜ୍ଞପ୍ତି ପ୍ରକାଶ ପାଇଲା, ତଦନୁଯାୟୀ ପିଲାମାନେ ନାମାଙ୍କନ ପତ୍ର ଭରିଲେ । ମାତ୍ର ଆଜି ପିଲାମାନେ ନାମାଙ୍କନ ପତ୍ର ଦାଖଲ କରିସାରିଲା ପରେ ୪.୨୫ ମିନିଟ୍ ସମୟରେ ରମାଦେବୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୦୮.୧୦.୨୦୨୬ ଗତକାଲିର ଏକ ବିଜ୍ଞପ୍ତି ପ୍ରକାଶ କରାଗଲା । ଯେଉଁଥିରେ କିଛି ନୂତନ ନିୟମ ସାମ୍ନାକୁ ଆସିଲା, ଯାହାଦ୍ୱାରା ବହୁ ଛାତ୍ର ନେତାମାନଙ୍କ ପ୍ରାର୍ଥୀପତ୍ର ନାକଚ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଯଦି ଏହିଭଳି ଭାବେ ସାରା ଓଡ଼ିଶାରେ ହୋଇଥିବ, ତାହେଲେ କୌଣସି ଜାଗାରେ ଆମେ ଛାତ୍ର ସଂସଦ ନିର୍ବାଚନ କରାଇ ଦେବୁ ନାହୁଁ । ସେଥିପାଇଁ ବିଜୁ ଛାତ୍ର ଜନତା ଦଳ ସରକାର ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଚେତାଇ ଦେଉଛୁ, ବେଳ ଥାଉଁ ଥାଉଁ ସୁଧୁରିଯାଅ, ନଚେତ ରାଜରାସ୍ତାରେ ଲଢ଼େଇ ପାଇଁ ପ୍ରସ୍ତୁତ ରୁହ ।

ବିଜେଡିର ଅଭିଯୋଗ ସଂକ୍ରାନ୍ତରେ ବିଜେପିର ଅଭିଯୋଗ ମିଳିନାହିଁ ।

Previous Post

ଏ ଅପାରଗ ସରକାର: ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA