Sunday, April 19, 2026 05:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ିର କୋଭିଡ୍ ସଚେତନତା ଅଭିଯାନ ଆରମ୍ଭ

ଅକ୍ଟୋବର ୨ ରୁ ନଭେମ୍ବର ୨ ଯାଏ ଗାଁ ଗାଁ ବୁଲିବେ ବିଜେଡ଼ି କର୍ମୀ

by Our Correspondent
02 Oct, 2020- 12:23 PM
in Latest News
1 min read
0
ବିଜେଡ଼ିର କୋଭିଡ୍ ସଚେତନତା ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡ଼ି ପକ୍ଷରୁ ମାସେ ବ୍ୟାପୀ କୋଭିଡ୍ ଜନସଚେତନତା ଅଭିଯାନ ଆରମ୍ଭ ହୋଇଛି । ସମଗ୍ର ରାଜ୍ୟରେ ବିଜେଡ଼ି କର୍ମୀମାନେ ଗାଁ ଗାଁ ବୁଲି କରୋନା ସଂକ୍ରମଣଠାରୁ ରକ୍ଷା ପାଇବାକୁ ଲୋକଙ୍କୁ ସତର୍କ କରାଇବେ । କୋଭିଡ୍ ନିୟମ ପାଳନ କରିବା, ଟେଷ୍ଟିଂରେ ସହଯୋଗ କରି ଉପଯୁକ୍ତ ସମୟରେ ନିଜର ଚିକିତ୍ସା କରାଇବା, ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହ ସମ୍ମାନ ପ୍ରଦର୍ଶନ କରିବା ଏବଂ ପ୍ଲାଜମା ଦାନ କରିବାକୁ ଲୋକଙ୍କୁ ଉତ୍ସାହିତ କରିବେ ।

ବିଜେଡ଼ି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନ ତଳେ ସବୁ ବିଧାୟକ, ଦଳୀୟ ନେତାମାନଙ୍କୁ ଏଥିଲାଗି ଚିଠି ଲେଖିଥିଲେ । ଅକ୍ଟୋବର ୨ ରୁ ନଭେମ୍ବର ୨ ଯାଏ ସେମାନେ ନିଜ ନିଜ ଅଞ୍ଚଳରେ ବୁଲି ଲୋକଙ୍କୁ ବ୍ୟାପକ ସଚେତନ କରାଇବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ଜନତା ଦଳ ଗତ ୨୦ ବର୍ଷ ଧରି ରାଜ୍ୟବାସୀଙ୍କ ସହିତ ରହିଛି । ଆଜିର କୋଭିଡ୍ ମହାମାରୀ ରାଜ୍ୟକୁ ଏକ ଅଭାବନୀୟ ସ୍ଥିତିରେ ପହଞ୍ଚାଇଛି । ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ । ତେଣୁ ବିଜେଡ଼ି ନେତା ଓ କର୍ମୀମାନେ ଲୋକଙ୍କ ସହିତ ରହିବା ଦରକାର । ନିଜ ନିର୍ବାଚନମଣ୍ଡଳୀରେ ‘ଓଡ଼ିଶା-ମୋ ପରିବାର’ ସହିତ ସାମିଲ ହୋଇ ଏସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଆଜି ବିଜେଡ଼ି ମୁଖ୍ୟ କାର୍ଯ୍ୟାଳୟରେ କୋଭିଡ୍ ସଚେତନତା ଅଭିଯାନ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଭୁବନେଶ୍ୱରର ସମସ୍ତ ବିଧାୟକ, ପଦାଧିକାରୀ, ‘ଓଡ଼ିଶା-ମୋ ପରିବାର’ ଆବାହକ ଅରୁପ ପଟ୍ଟନାୟକ, ଯୁବ, ଛାତ୍ର, ମହିଳା ସଂଗଠନର କର୍ମକର୍ତ୍ତାମାନେ ଏଥିରେ ଉପସ୍ଥିତ ଥିଲେ । ଏଥିସହ ରାଜ୍ୟସାରା ପ୍ରତି ନିର୍ବାଚନମଣ୍ଡଳୀରେ ବିଜେଡ଼ିର ଏହି ଜନସଚେତନା ଅଭିଯାନ ଆରମ୍ଭ ହୋଇଛି ।

ସୂଚନା ଯୋଗ୍ୟ, ପ୍ରତିବର୍ଷ ଅକ୍ଟୋବର ୨ ରୁ ୧୧ ଯାଏଁ ବିଜେଡ଼ି ୧୧ ଦିନିଆ ଜନସମ୍ପର୍କ ଅଭିଯାନ କରି ଆସୁଛି । ସରକାରଙ୍କ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚାଇବା ସହ ସେମାନଙ୍କ ଅଭାବ ଅସୁବିଧା ପଚାରି ବୁଝିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହା ଆୟୋଜନ କରାଯାଉଛି । ତେବେ ଚଳିତବର୍ଷ କୋଭିଡ୍ ସଙ୍କଟ ଦୃଷ୍ଟିରୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହାକୁ ଭିନ୍ନ ଢ଼ଙ୍ଗରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

Previous Post

MI beat KXIP by 48 Runs

Next Post

ଗୃୃହବନ୍ଦୀରେ ହାଥରସ ପୀଡ଼ିତାଙ୍କ ପରିବାର

Next Post
ଗୃୃହବନ୍ଦୀରେ ହାଥରସ ପୀଡ଼ିତାଙ୍କ ପରିବାର

ଗୃୃହବନ୍ଦୀରେ ହାଥରସ ପୀଡ଼ିତାଙ୍କ ପରିବାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA