Sunday, April 19, 2026 07:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗୃୃହବନ୍ଦୀରେ ହାଥରସ ପୀଡ଼ିତାଙ୍କ ପରିବାର

ସାମ୍ବାଦିକଙ୍କୁ ବି ଗାଁ ପୂରାଇ ଦେଲେନି ପୁଲିସ

by Our Correspondent
02 Oct, 2020- 10:27 PM
in Latest News
1 min read
0
ଗୃୃହବନ୍ଦୀରେ ହାଥରସ ପୀଡ଼ିତାଙ୍କ ପରିବାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରାସ ପୀଡ଼ିତାଙ୍କ ଗାଁ ଏବେ ପୁଲିସ ଛାଉଣୀରେ ପରିଣତ ହୋଇଛି । ଗାଁ କୁ ସମ୍ପୂର୍ଣ୍ଣ ପୁଲିସ କର୍ଡନ୍ ରେ ରଖାଯାଇଛି । ସେଠାକୁ କାହାରିକୁ ଛଡ଼ାଯାଉନାହିଁ । ଏମିତିକି ସାମ୍ବାଦିକ, ଓକିଲଙ୍କୁ ନାଲିଆଖି ଦେଖାଇ ବଳପୂର୍ବକ ତଡ଼ି ଦିଆଯାଉଛି । ମହିଳା ସାମ୍ବାଦିକଙ୍କୁ ଠେଲାପେଲା କରିବାକୁ ବି ପୁଲିସ ପଛାଇନାହିଁ ।

ସେପଟେ ମୃତ ପୀଡ଼ିତାଙ୍କ ପରିବାର ଭୀଷଣ ଆତଙ୍କିତ ଅବସ୍ଥାରେ ଜୀବନ କାଟୁଛନ୍ତି । ସେମାନଙ୍କୁ ଗୃହବନ୍ଦୀରେ ରଖି ବୟାନ ବଦଳାଇବାକୁ ଚାପ ପକାଯାଉଥିବାର ଅଭିଯୋଗ ହୋଇଛି । ପରିବାର ସଦସ୍ୟଙ୍କର ମୋବାଇଲ୍ ଫୋନ୍ ଛଡ଼ାଇ ନିଆଯାଇଛି । କାଳେ କାହା ସହ ସମ୍ପର୍କରେ ଆସିବେ ସେଥିପାଇଁ ଗୋଡ଼େ ଗୋଡ଼େ ଜଗିଛି ପୁଲିସ ।

ଗଣମାଧ୍ୟମ ପ୍ରତି ପ୍ରଶାସନର ଆଭିମୁଖ୍ୟ କଠୋର ହୋଇଛି । ଗାଁ ମୁଣ୍ଡରୁ ସାମ୍ବାଦିକମାନଙ୍କୁ ନାଲି ଆଖି ଦେଖାଇ ପୁଲିସ ଘଉଡ଼ାଇ ଦେଉଛି । ଏବିପି ନ୍ୟୁଜ୍ ର ଜଣେ ମହିଳା ସାମ୍ବାଦିକଙ୍କୁ ଆଜି ପୁଲିସ ବାରଣ କରି ଠେଲାପେଲା କରୁଥିବାର ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି ।

ଗତକାଲି ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଗ୍ରେଟର ନୋଇଡ଼ାଠାରେ ପୁଲିସ ଅଟକେଇ ଠେଲାପେଲା କରିଥିଲା । ଆଜି ଟିଏମସି ସାଂସଦଙ୍କର ଏକ ପ୍ରତିନିଧି ଦଳ ହାଥରାସ ଗାଁକୁ ଯାଉଥିବା ବେଳେ ପୁଲିସ ଅନୁରୂପ ବ୍ୟବହାର କରିଥିଲା । ସେମାନଙ୍କୁ ଯିବାକୁ ଅନୁମତି ନଦେଇ ବଳ ପ୍ରୟୋଗ କରିଥିବାର ଅଭିଯୋଗ ହୋଇଛି ।

ଏସଆଇଟି ତଦନ୍ତ ଶେଷ ନ ହେଲା ଯାଏ ହାଥରାସ ଗାଁକୁ ସାମ୍ବାଦିକ, ନେତାଙ୍କ ସମେତ ଅନ୍ୟ କୌଣସି ବ୍ୟକ୍ତିବିଶେଷଙ୍କୁ ଛଡ଼ାଯିବନି ବୋଲି ଅତିରିକ୍ତ ଏସପି ପ୍ରକାଶ କୁମାର ବୟାନ ଦେଇଛନ୍ତି । ଆଇନଶୃଙ୍ଖଳା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି ।

ହାଥରାସ ଗଣଦୁଷ୍କର୍ମ ମାମଲାକୁ ନେଇ ସାରା ଦେଶରେ ପ୍ରତିବାଦ ତୀବ୍ର ହେବାରେ ଲାଗିଛି । ଆଜି ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ସିଭିଲ୍ ସୋସାଇଟି କର୍ମୀ, ମହିଳା, ଛାତ୍ର ଏବଂ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ ଏକାଠି ହୋଇ ପ୍ରତିବାଦ ବିକ୍ଷୋଭ କରିଥିଲେ । ସିପିଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସିପିଆଇ ନେତା ଡି. ରାଜାଙ୍କ ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ଦେବା ସହ ଆସାମୀମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଥିଲେ ।

ଦିଲ୍ଲୀର ବାଲ୍ମିକୀ ମନ୍ଦିରରେ ପୀଡ଼ିତାଙ୍କ ସ୍ମୃତିରେ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା । ସେଥିରେ ପ୍ରିୟଙ୍କା ଗାନ୍ଧୀ ଯୋଗଦେଇଥିଲେ ।

ଦେଶର ବିଭିନ୍ନ ରାଜ୍ୟରେ ହାଥରାସ ଗଣଦୁଷ୍କର୍ମର ପ୍ରତିବାଦ ତୀବ୍ର ହେବାରେ ଲାଗିଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଟୁଇଟ୍ କରି କହିଛନ୍ତି, ମା ଓ ଭଉଣୀଙ୍କ ଇଜ୍ଜତକୁ ଅସମ୍ମାନ କରିଥିବା ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।

Previous Post

ବିଜେଡ଼ିର କୋଭିଡ୍ ସଚେତନତା ଅଭିଯାନ ଆରମ୍ଭ

Next Post

SRH beat CSK by 7 Runs

Next Post
SRH beat CSK by 7 Runs

SRH beat CSK by 7 Runs

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA