ଅରୁଣ, ସଞ୍ଜୟ,ପ୍ରତାପଙ୍କୁ ଗୁରୁଦାୟିତ୍ୱ
ଭୁବନେଶ୍ୱର: ବିଜେଡିରେ ସବୁ ନେତାଙ୍କୁ ଗୁରୁତ୍ୱ ଦେଇ ଦାୟିତ୍ୱ ବାଣ୍ଟିଛନ୍ତି ସଭାପତି ନବୀନ ପଟ୍ଟନାୟକ । ଏଥିରେ ବାଛବିଚାର ନ କରି ଦକ୍ଷତାକୁ ପ୍ରାଧାନ୍ୟ ଦେଇଛନ୍ତି । ମିଡିଆ ସେଲ୍ ର ପୁନର୍ଗଠନ କରି ସଶକ୍ତ କରାଯାଇଥିବା ବେଳେ ମୁଖପାତ୍ରମଣ୍ଡଳୀରେ ଅଭିଜ୍ଞ, ଅନୁଭବୀ ଓ ଦକ୍ଷ ନେତାଙ୍କୁ ସ୍ଥାନ ଦିଆଯାଇଛି । ବରିଷ୍ଠ ନେତା ଡ. ଅରୁଣ ସାହୁ, ସଞ୍ଜୟ ଦାସବର୍ମା ଏବଂ ପ୍ରତାପ ଜେନାଙ୍କୁ ଯଥାକ୍ରମେ ଇଲେଟ୍ରୋନିକ୍ସ, ପ୍ରିଣ୍ଟ ଏବଂ ସୋସିଆଲ୍ ମିଡିଆ ତଥା ଆଇଟି ଦାୟିତ୍ୱ ମିଳିଛି । ସେହିଭଳି ୧୦ ଜଣ ବରିଷ୍ଠ ନେତା/ନେତ୍ରୀଙ୍କୁ ଦଳର ଜାତୀୟ ମୁଖପାତ୍ର ଏବଂ ୩୦ ଜଣ ବରିଷ୍ଠ, ଅଭିଜ୍ଞ ଓ ଟାଣୁଆ ଯୁବ ନେତା/ନେତ୍ରୀଙ୍କୁ ରାଜ୍ୟ ମୁଖପାତ୍ର ଭାବରେ ନିଯୁକ୍ତି ଦିଆଯାଇଛି । ବରିଷ୍ଠ ପେନାଲିଷ୍ଟ ତାଲିକାରେ ୨୦ ଜଣ, ସୋସିଆଲ୍ ମିଡିଆ ଷ୍ଟିୟରିଂ କମିଟିରେ ୨୦ ଜଣ ଏବଂ ଆଇଟି ଷ୍ଟିୟରିଂ କମିଟିରେ ୧୫ ଜଣ ନେତାଙ୍କୁ ସ୍ଥାନ ମିଳିଛି । ମୋଟାମୋଟି ଭାବେ ଦଳର ସବୁ ବର୍ଗର ଯୋଗ୍ୟ ଓ ଅନୁଭବୀ ନେତାଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି ସଭାପତି ନବୀନ ପଟ୍ଟନାୟକ । ବିଶ୍ୱାସ ହରାଇଥିବା କିଛି ହାତଗଣତି ନେତାଙ୍କୁ ସାଉଁଳି ଦର୍ପଣ ଦେଖାଇବାକୁ ବି ଭୁଲିନାହାନ୍ତି ନବୀନ ।
ଇଲେଟ୍ରୋନିକ୍ସ ମିଡିଆ ପାଇଁ ଡ. ଅରୁଣ କୁମାର ସାହୁଙ୍କୁ ମୁଖ୍ୟ ସଂଯୋଜକ ଦାୟିତ୍ୱ ଦିଆଯାଇଛି । ଦେବେଶ ଆଚାର୍ଯ୍ୟଙ୍କୁ ବରିଷ୍ଠ ସଂଯୋଜକ ଏବଂ ଲେନିନ ମହାନ୍ତିଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରିଣ୍ଟ ମିଡିଆ ପାଇଁ ସଞ୍ଜୟ କୁମାର ଦାସବର୍ମାଙ୍କୁ ମୁଖ୍ୟ ସଂଯୋଜକ ଦାୟିତ୍ୱ ମିଳିଥିବା ବେଳେ ଗୌତମ ବୁଦ୍ଧ ଦାସଙ୍କୁ ବରିଷ୍ଠ ସଂଯୋଜକ ଏବଂ ପ୍ରିୟବ୍ରତ ମାଝୀଙ୍କୁ ସଂଯୋଜକ ଭାବେ ନିଯୁକ୍ତି ମିଳିଛି । ସୋସିଆଲ୍ ମିଡିଆ ଓ ଆଇଟିରେ ପ୍ରତାପ ଜେନାଙ୍କୁ ମୁଖ୍ୟ ସଂଯୋଜକ, ପ୍ରଣବ ବଳବନ୍ତରାୟଙ୍କୁୁ ବରିଷ୍ଠ ସଂଯୋଜକ, ସ୍ୱୟଂପ୍ରକାଶ ମହାପାତ୍ରଙ୍କୁ ସଂଯୋଜକ(ସୋସିଆଲ୍ ମିଡିଆ) ଏବଂ ଅମରେଶ ପତ୍ରୀଙ୍କୁ ସଂଯୋଜକ(ଆଇଟି) ନିଯୁକ୍ତି ଦିଆଯାଇଛି ।
ଦଳର ଜାତୀୟ ମୁଖପାତ୍ର ତାଲିକାରେ ଅଛନ୍ତି ଡ, ସଂତୃପ୍ତ ମିଶ୍ର, ଡ. ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, କଳିକେଶ ନାରାୟଣ ସିଂହଦେଓ, ଚିରଞ୍ଜିବୀ ବିଶ୍ୱାଳ, ପ୍ରଦୀପ ମାଝୀ, ଡ. ଲେଖାଶ୍ରୀ ସାମନ୍ତସିଂହାର ଏବଂ ଭ୍ରୁଗୁ ବକ୍ସିପାତ୍ର ।
ରାଜ୍ୟ ମୁଖପାତ୍ର ତାଲିକାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରି ନାରାୟଣ ପାତ୍ର, ଦେବୀ ପ୍ରସାଦ ମିଶ୍ର, ଶ୍ରୀମତୀ ପ୍ରମିଳା ମଲ୍ଲିକ, ଅଶ୍ୱିନୀ କୁମାର ପାତ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ପ୍ରଦୀପ କୁମାର ଅମାତ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଣବ ପ୍ରକାଶ ଦାସ, ଚନ୍ଦ୍ରଶେଖର ସାହୁ, ସୁଦାମ ମାର୍ଣ୍ଡିଂ, ଦିବ୍ୟ ଶଙ୍କର ମିଶ୍ର, ସାରଦା ପ୍ରସାଦ ନାୟକ, ରମେଶ ମାଝୀ, ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ରୋହିତ ପୂଜାରୀ, ରାଜେନ୍ଦ୍ର କୁମାର ସାହୁ, ବ୍ୟୋମକେଶ ରାୟ, ଶ୍ରୀମତୀ ସୁଲୋଚନା ଦାସ, ସୁବାସ ସିଂ, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମତୀ ରଞ୍ଜିତା ସାହୁ, ଚିନ୍ମୟ ସାହୁ ଏବଂ ଶ୍ରୀମତୀ ଇପ୍ସିତା ସାହୁ ଅଛନ୍ତି ।