Thursday, October 1, 2026 07:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହୃଦଘାତ୍ ରେ ଚାଲିଗଲେ ବିଧାୟକ କିଶୋର ମହାନ୍ତି

ମୃତ୍ୟୁ ଏମିତି ବି ଆସେ..

by Our Correspondent
30 Dec, 2021- 07:55 PM
in Latest News, News
1 min read
0
ହୃଦଘାତ୍ ରେ ଚାଲିଗଲେ ବିଧାୟକ କିଶୋର ମହାନ୍ତି

ଭୁବନେଶ୍ୱର/ଝାରସୁଗୁଡ଼ା: ବିଜେଡ଼ିର ହେଭିୱେଟ୍ ନେତା, ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଆଉ ନାହାନ୍ତି । ହୃଦଘାତ୍ ଯୋଗୁଁ ଆଜି ଝାରସୁଗୁଡ଼ାରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ସମ୍ପୂର୍ଣ୍ଣ ସୁସ୍ଥ ଥାଇ ରାଜନୀତିରେ ବେଶ୍ ଚଳଚଞ୍ଚଳ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗ ରାଜନୈତିକ ମହଲକୁ ସ୍ତବ୍ଧ କରିଦେଇଛି । ସମଗ୍ର ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳାଇ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସବୁ ଦଳର ନେତୃବୃନ୍ଦ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ଆଜି ଦିନ ତମାମ ବିଧାୟକ ଶ୍ରୀ ମହାନ୍ତି ଦଳୀୟ କାର୍ଯ୍ୟରେ ବ୍ୟସ୍ତ ଥିଲେ । ତାଙ୍କର ଜଣେ ସହକର୍ମୀଙ୍କର ବିୟୋଗ ଘଟିଥିବାରୁ ସଂଧ୍ୟା ପ୍ରାୟ ୬ଟାରେ ଝାରସୁଗୁଡ଼ାସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଶୋକସଭାରେ ଯୋଗଦେବାକୁ ଯାଇଥିଲେ । ସେହି ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ତାଙ୍କ ମଙ୍ଗଳବଜାରସ୍ଥିତ ବାସଭବନକୁ ବିଶ୍ରାମ ପାଇଁ ଚାଲି ଆସିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲ୍ କୁ ଚିକିତ୍ସା ପାଇଁ ଅଣାଯାଇଥିଲା । ମାତ୍ର ଡାକ୍ତରମାନେ ଚିକିତ୍ସା କରୁଥିବା ବେଳେ ସେ ଆଖି ବୁଜିଦେଇଥିଲେ ।

ଓଡ଼ିଶା ରାଜନୀତିରେ କିଶୋର ମହାନ୍ତି ଥିଲେ ଅତ୍ୟନ୍ତ ଦକ୍ଷ ଓ ଲୋକପ୍ରିୟ ନେତା । ଜଣେ ସରଳ, ସ୍ପଷ୍ଟବାଦୀ, ବିଚକ୍ଷଣ ରାଜନୀତିଜ୍ଞ ଏବଂ ସର୍ବୋପରି ମଣିଷ ଭଳି ମଣିଷ ଥିଲେ । ଝାରସୁଗୁଡ଼ା ଆସନରୁ ସେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଚଳିତ ଥର ସେ ବ୍ରଜରାଜନଗର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

୨୦୦୭ ରୁ ୨୦୦୯ ପର୍ଯ୍ୟନ୍ତ ସେ ବିଧାନସଭାର ବାଚସ୍ପତି ଥିଲେ । ସେ ବାଚସ୍ପତି ଥିବାବେଳେ ବିଧାନସଭା ଗଣତାନ୍ତ୍ରିକ ଉଚ୍ଚ ପରମ୍ପରା ରକ୍ଷା ଦିଗରେ ସ୍ମରଣୀୟ ହୋଇ ରହିଛନ୍ତି । ଏହାପୂର୍ବରୁ ୨୦୦୪ ରୁ ୨୦୦୭ ପର୍ଯ୍ୟନ୍ତ ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିଲେ । ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ସେ ରାଜ୍ୟସଭାର ସାଂସଦ ଏବଂ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ ।

କିଶୋର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ ଏହି ଦୁଃଖଦ ଖବରରେ ସେ ଗଭୀର ଭାବରେ ମର୍ମାହତ । ସ୍ୱର୍ଗତ ମହାନ୍ତି ଜଣେ ଜନପ୍ରିୟ ନେତା ଭାବରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ବାଚସ୍ପତି ଭାବେ ଉଚ୍ଚ ପରମ୍ପରା ବଜାୟ ରଖିବା ସହିତ ସବୁ ଦଳର ବିଧାୟକମାନଙ୍କ ସମ୍ମାନର ଅଧିକାରୀ ହୋଇପାରିଥିଲେ । ମନ୍ତ୍ରୀ ତଥା ବିଧାୟକ ଭାବରେ ଓଡ଼ିଶାର ବିକାଶ ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ମଧ୍ୟ ସେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ଦୃଢ଼ ନେତୃତ୍ୱ ଦେଇଥିଲେ । ସେବା ଓ ପ୍ରତିବଦ୍ଧତା ତାଙ୍କ ବ୍ୟକ୍ତିତ୍ୱର ଅନନ୍ୟ ଦିଗ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି ।

Previous Post

ବାବୁମାନଙ୍କ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ

Next Post

କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ୨୦୨୧ ମହୁରି ସମ୍ମାନ

Next Post
କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ୨୦୨୧ ମହୁରି ସମ୍ମାନ

କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ୨୦୨୧ ମହୁରି ସମ୍ମାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA