Sunday, June 15, 2025 01:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅଚ୍ୟୁତ ସାମନ୍ତଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୧ଲକ୍ଷ ୨୮ ହଜାର

by Our Correspondent
07 May, 2024- 07:52 PM
in Latest News, News
1 min read
0
ଅଚ୍ୟୁତ ସାମନ୍ତଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୧ଲକ୍ଷ ୨୮ ହଜାର

ଭୁବନେଶ୍ୱର: କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ପ୍ରାର୍ଥୀ ଭାବେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ଲଢ଼ୁଥିବା ଅଚ୍ୟୁତ ସାମନ୍ତ ମେ ୨ ତାରିଖରେ ନାମାଙ୍କନ ଦାଖଲ କରିଛନ୍ତି । ଏଥିରେ ସେ ଦେଇଥିବା ସତ୍ୟପାଠରେ ତାଙ୍କ ନାମରେ ୧୦ଲକ୍ଷ ଟଙ୍କା ରହିଥିବା ବେଳେ ତାଙ୍କ ପାଖରେ ନଗଦ ୨୦ ହଜାର ୫ଶହ ଟଙ୍କା ରହିଥିବା ଦର୍ଶାଇଛନ୍ତି । ସାଂସଦ ଭାବେ ମିଳିଥିବା ବେତନରୁ ଏହି ୧୦ ଲକ୍ଷ ଟଙ୍କା ରହିଛି । ପୈତୃକ ସମ୍ପତ୍ତିରୁ ସାତ ଭାଇଭଉଣୀଙ୍କୁ ମିଳିଥିବା ଚାଷଜମି ଓ ଘରଡ଼ିହର ଅଂଶରୁ ଅଚ୍ୟୁତଙ୍କ ଅଂଶର ମୋଟ ଆନୁମାନିକ ମୂଲ୍ୟ ୧ଲକ୍ଷ ୨୮ ହଜାର ଟଙ୍କା । ଏହାଛଡ଼ା ତାଙ୍କ ନାମରେ ୧ଲକ୍ଷ ୬୦ ହଜାର ଟଙ୍କାର ଜୀବନ ବୀମା ପଲିସି ରହିଥିବା ବେଳେ ଇଣ୍ଡିଆନ୍‍ ବ୍ୟାଙ୍କରେ ୪୮ ହଜାର ଟଙ୍କାର ବଣ୍ଡ ଜମା ରହିଛି । ଏହା ବ୍ୟତୀତ ତାଙ୍କ ନିକଟରେ କୌଣସି ଜମି, ଘର, ସୁନା କିମ୍ବା ତାଙ୍କ ନାମରେ କୌଣସି ଗାଡ଼ି ମୋଟର ନ ଥିବା ଜଣାପଡ଼ିଛି । ଏସବୁ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୋଟ ମୂଲ୍ୟ ୧୨ଲକ୍ଷ ୪୪ହଜାର ଟଙ୍କା ବୋଲି ସତ୍ୟପାଠରେ ଦର୍ଶାଯାଇଛି ।

ଶ୍ରୀ ସାମନ୍ତ କିଟ୍ ଓ କିସ୍ ଭଳି ଦୁଇଟି ବିଶ୍ୱସ୍ତରୀୟ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ମଧ୍ୟ ସାଂପ୍ରତିକ ବସ୍ତୁବାଦୀ ସମାଜରେ ସେ ବ୍ୟକ୍ତିଗତ ନାଁରେ କୌଣସି ସମ୍ପତ୍ତି ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶିକ୍ଷା ମାଧ୍ୟମରେ ଦାରିଦ୍ର‌୍ୟ ଦୂରୀକରଣ ପାଇଁ କରିଆସୁଥିବା କାର୍ଯ୍ୟ ସକାଶେ ଅଚ୍ୟୁତ ସାମନ୍ତ ଓଡ଼ିଶାର ଘରେ ଘରେ ଏକ ପରିଚିତ ନାମ। ଦୀର୍ଘ ୩୧ବର୍ଷ ହେଲା ଏହି ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ କରିଆସୁଥିବା ସମାଜସେବା ପାଇଁ ସେ ଦେଶ ଓ ବିଦେଶର ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୮ ରାଜ୍ୟସଭା ନିର୍ବାଚନ ଓ ୨୦୧୯ରେ ଲୋକସଭା ନିର୍ବାଚନ ପୂର୍ବରୁ ହୋଇଥିବା ନାମାଙ୍କନ ସମୟରେ ସତ୍ୟପାଠରେ ସେ ମଧ୍ୟ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ଦେଇଥିଲେ । ତାହା ଅତି ନଗଣ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ । ୨୦୧୯ ଲୋକସଭା ନିର୍ବାଚନ ସମୟରେ ତାଙ୍କର କୌଣସି ସମ୍ପତ୍ତି ମଧ୍ୟ ନଥିଲା। ଗତ ୫ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତିରେ କୌଣସି ମଧ୍ୟ ଅଭିବୃଦ୍ଧି ହୋଇନାହିଁ ।

Previous Post

ବିରୋଧୀଙ୍କ ଉପରେ ପ୍ରଚଣ୍ଡ ପ୍ରହାର

Next Post

ଓଡିଶା ବିଜେପିର ଅସଲ ମୁଖା ଖୋଲିଲା: ବିଜେଡି

Next Post
ଓଡିଶା ବିଜେପିର ଅସଲ ମୁଖା ଖୋଲିଲା: ବିଜେଡି

ଓଡିଶା ବିଜେପିର ଅସଲ ମୁଖା ଖୋଲିଲା: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA