Sunday, July 12, 2026 04:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡିଶା ବିଜେପିର ଅସଲ ମୁଖା ଖୋଲିଲା: ବିଜେଡି

by Our Correspondent
07 May, 2024- 08:28 PM
in Latest News, News, Politics
1 min read
0
ଓଡିଶା ବିଜେପିର ଅସଲ ମୁଖା ଖୋଲିଲା: ବିଜେଡି

ଭୁବନେଶ୍ୱର: ନିର୍ବାଚନ ସମୟରେ ଓଡିଶା ବିଜେପି ପକ୍ଷରୁ ଜାରି କରାଯାଇଥିବା ନିର୍ବାଚନୀ ଇସ୍ତାହାରର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ପୁସ୍ତିକା ଉନ୍ମୋଚନ କରାଯାଇଛି । ଯାହାର ଶୀର୍ଷକ ରହିଛି- ମିଛ ମେନିଫେଷ୍ଟୋ… ଧର୍ମେନ୍ଦ୍ର ପ୍ରଧାନଙ୍କ ଗ୍ୟାରେଣ୍ଟି । ନା କାମ କରିବି, ନା କାମ କରେଇଦେବି । ଶଙ୍ଖ ଭବନରେ ଆଜି ଏହି ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ବଜେଡି ରାଜ୍ୟସଭା ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଓ ଦଳର ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିଛ ମେନିଫେଷ୍ଟୋରେ ଉଲ୍ଲେଖ କରାଯାଇଥିବା ୩ଟି ଦିଗ ଉପରେ ଉଭୟେ ଆଲୋକପାତ କରିଥିଲେ । ପ୍ରଥମ ଭାଗରେ ଓଡିଶା ବିଜେପି ଯାହା ପ୍ରତିଶ୍ରୁତି ଦିଏ ତାହା କିଭଳି ପାଳନ କରେନାହିଁ ସେନେଇ ଉଲ୍ଲେଖ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସୁଯୋଗ ପାଇଲେ କେଉଁ ସବୁ ଯୋଜନାକୁ ଓଡିଶା ବିଜେପି ବନ୍ଦ କରିଦେବ ସେନେଇ ମଧ୍ୟ ବିଶଦ ଭାବେ ଉପସ୍ଥାପନ କରିଥିଲେ । ସେହିଭଳି ଶେଷରେ ଓଡିଶାବାସୀଙ୍କ ଉପରେ କାହାକୁ ବି ମୁଖ୍ୟମନ୍ତ୍ରୀ ଭାବେ ଲଦିବାକୁ ଓ ଦିଲ୍ଲୀର ହାଇକମାଣ୍ଡ ପ୍ରଥା ଫେରାଇ ଆଣିବାକୁ କରାଯାଉଥିବା ମସୁଧା ଉପରେ ସ୍ପଷ୍ଟ ଭାବେ ପୁସ୍ତକରେ ଉଲ୍ଲେଖ କରାଯାଇଥିବା ତଥ୍ୟ ରଖିଥିଲେ ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଚାଷୀଙ୍କ ଆୟ ଦ୍ୱିଗୁଣ, ଏମଏସପି ବୃଦ୍ଧି, ଚାଷୀଙ୍କୁ ଫସଲ ବୀମା, ଯୁବବର୍ଗଙ୍କୁ ଚାକିରି, ଗରିବଙ୍କୁ ଆବାସ, ଜାତୀୟ ରାଜପଥ କାର୍ଯ୍ୟ, ରେଳବାଇ ସଂଯୋଗୀକରଣ, ମୋବାଇଲ ଓ ଡିଜିଟାଲ ନେଟୱାର୍କ ସଂଯୋଗୀକରଣ, ବ୍ୟାଙ୍କ ସଂଯୋଗୀକରଣ, କେନ୍ଦୁପତ୍ର ଉପରୁ ଜିଏସଟି ଛାଡ, ରାଜନୀତିରେ ଅପରାଧୀକରଣ, କେନ୍ଦ୍ରୀୟ ଅନୁଦାନ, ହୋ-ମୁଣ୍ଡାରି-ଭୂମିଜ-ସଉରା-କୁଇ-କୋଶଲି ଭାଷାକୁ ସାମ୍ବିଧାନିକ ମାନ୍ୟତା, ୧୬୨ ସମ୍ପ୍ରଦାୟକୁ ଜନଜାତି ତାଲିକାରେ ମାନ୍ୟତା, ତାଳଚେର ସାର କାରଖାନା, ମନ୍ଦିର ରୂପାନ୍ତରଣ ନେଇ କେଉଁଭଳି ଓଡିଶା ବିଜେପି ନେତା ପ୍ରତିଥର ନିର୍ବାଚନ ଆସିଲେ ପ୍ରତଶ୍ରୁତି ଦିଅନ୍ତି ଆଉ ପରେ ଏହାକୁ କାର୍ଯ୍ୟକାରୀ କରିବା ବଦଳରେ ଲୋକଙ୍କୁ ଭୂଆଁ ବୁଲାଇବା ସହ ବିକାଶ କାମ କରୁଥିବା ରାଜ୍ୟ ସରକାରଙ୍କ ରାସ୍ତାରେ ବାଧା ଆଣନ୍ତି ସେନେଇ ଉଲ୍ଲେଖ କରାଯାଇଛି । ୨୦୧୪ ହେଉ ଅବା ୨୦୧୯ ଏପରିକି ୨୦୨୪ରେ ମଧ୍ୟ ସମାନ କ୍ଷେତ୍ରରେ ଓଡିଶା ବିଜେପି ପ୍ରତିଶ୍ରୁତି ମାନ ଦେଇଛି । ହେଲେ ପରବର୍ତୀ ସମୟରେ ଏସବୁକୁ ଅଟକାଇଛି ଅବା କାମ ଆଗକୁ ବଢିଲା ବେଳକୁ ବାଧା ଆଣିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ସସ୍ମିତ ପାତ୍ର ଓ ସ୍ୱୟଂପ୍ରକାଶ ମହାପାତ୍ର ଉଲ୍ଲେଖ କରିଥିଲେ ।

ସେହିଭଳି ଭାବେ ଓଡିଶା ବିଜେପିକୁ ଯଦି ସୁଯୋଗ ମିଳେ ତେବେ ସେମାନେ ମିଶନ ଶକ୍ତି, ବିଏସକେୱାଇ, ୫-ଟି ସ୍କୁଲ ରୂପାନ୍ତରଣ, ମୋ ସରକାର କାର୍ଯ୍ୟକ୍ରମ, କାଳିଆ, ନୂଆ- ଓ ସ୍କଲାରଶିପ୍, ମନ୍ଦିର ରୂପାନ୍ତରଣ, ଲକ୍ଷ୍ମୀ, ମମତା, ଭତା, ନୂଆ ମେଡିକାଲ କଲେଜ, ଆମ ଓଡିଶା ନବୀନ ଓଡିଶା, ଶିଳ୍ପାୟନ ଓ ନିଯୁକ୍ତି, ସରକାରୀ ନିଯୁକ୍ତି, ପକ୍କାଘର, ସଡକ ଓ ଗମନାଗମନ ସବୁକିଛି କାର୍ଯ୍ୟକ୍ରମ ଯାହା ରାଜ୍ୟର ଜନସାଧାରଣଙ୍କ ପାଇଁ କରାଯାଉଛି ସବୁକିଛି ବନ୍ଦ କରିଦେବେ ବୋଲି ଡକ୍ଟର ସସ୍ମିତ ପାତ୍ର ଓ ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି । ଏସବୁ ଯୋଜନା ବିରୋଧରେ ସେମାନଙ୍କ ପକ୍ଷରୁ କରାଯାଇଥିବା ସମସ୍ତ ଷଡଯନ୍ତ୍ର କଥ ମଧ୍ୟ ପୁସ୍ତିକାରେ ଉଲ୍ଲେଖ କରାଯାଇଛି ।

ଶେଷକୁ ମୁଖ୍ୟମନ୍ତ୍ରୀ ଭାବେ ଓଡିଶାବାସୀଙ୍କ ଉପରେ କାହାକୁ ଲଦିବାକୁ କରାଯାଉଥିବା ଷଡଯନ୍ତ୍ରର କଥା ମଧ୍ୟ ସ୍ପଷ୍ଟ ଭାବେ ରାଜ୍ୟବାସୀଙ୍କ ସାମ୍ନାରେ ବିଜେଡି ପକ୍ଷରୁ ରଖାଯାଇଛି । ଓଡିଶାବାସୀ ସେମାନଙ୍କର ମୁଖ୍ୟମନ୍ତ୍ରୀ ଚୟନ କରିବେ ନାହିଁ ବରଂ ହାଇକମାଣ୍ଡଙ୍କ ନିଷ୍ପତିକୁ ସେମାନଙ୍କ ଉପରେ ଲଦିଦେବାକୁ ମସୁଧା କରାଯାଉଥିବା ବିଜେଡି ପକ୍ଷରୁ କୁହାଯାଇଛି । ଅର୍ଥାତ୍ ଦିଲ୍ଲୀର ହାଇକମାଣ୍ଡ ପ୍ରଥାକୁ ପୁଣି ଫେରାଇ ଆଣିବାକୁ ଷଡଯନ୍ତ୍ର କରିବାକୁ ବିଜେପି ଲକ୍ଷ୍ୟ ରଖିଥିବା ଏହି ପୁସ୍ତିକାରେ ଉଲ୍ଲେଖ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ମନେ ମନେ ନେତା ସାଜିଥିବା ବେଳେ ତାଙ୍କୁ ସୁପର ମିଛୁଆ ଭାବେ ପୁସ୍ତିକାରେ ଦର୍ଶାଯାଇଛି । ମନେ ମନେ ମୁଖ୍ୟମନ୍ତ୍ରୀ ସାଜିଥିବା ନେତାଙ୍କ କ୍ୟାବିନେଟରେ କାହାକୁ କେଉଁ ବିଭାଗ ମିଳିବ ବୋଲି ଏବେଠାରୁ ଓଡିଶା ବିଜେପି ନେତାମାନେ ଭାଗ ବାଂଟିଲେଣି ସେ ଉପରେ ଆଲୋକପାତ କରି ସେମାନେ କାହିଁକି ସେହି ବିଭାଗ ପାଇବାକୁ ଯୋଗ୍ୟ ତାର କାରଣ ଦର୍ଶାଇଥିଲେ ଡକ୍ଟର ସସ୍ମିତ ପାତ୍ର ଓ ସ୍ୱୟଂପ୍ରକାଶ ମହାପାତ୍ର ।

ଅପରାଜିତା ଷଡଙ୍ଗୀ ଭାଷା, ସଂସ୍କୃତି ଓ ସାହିତ୍ୟ ବିଭାଗର ଦାୟିତ୍ୱ ନେବାକୁ ମନସ୍ଥିର କରିଥିବା ବେଳେ ଜୟ ନାରାୟଣ ମିଶ୍ର ଆଇନ ମନ୍ତ୍ରୀ, ପ୍ରଶାନ୍ତ ଜଗଦେବ ଗୃହମନ୍ତ୍ରୀ, ମନମୋହନ ସାମଲ ମହିଳା ଓ ଶିଶୁ ବିକାଶ, ବୈଜୟନ୍ତ ପଣ୍ଡା ଶିଳ୍ପ ଓ ଅର୍ଥ ଏବଂ ପ୍ରଦୀପ ପାଣିଗ୍ରାହୀ ପରିବହନ ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବାକୁ ମନସ୍ଥ କରିସାରିଥିବା ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପାତ୍ର ଓ ଶ୍ରୀ ମହାପାତ୍ର ଉଲ୍ଲେଖ କରିଥିଲେ । କଣ ପାଇଁ ଓଡିଶା ବିଜେପିର ଏହି ସବୁ ନେତା ମାନେ ଏହି ପଦ ପାଇବାକୁ ହକ୍ଦାର ଓ ସେମାନଙ୍କର ଯୋଗ୍ୟତାର ମାପକାଠି କଣ, ସେନେଇ ମଧ୍ୟ ସ୍ପଷ୍ଟ ଭାବେ ଉଭୟରେ ସୂଚନା ଦେଇଥିଲେ ।

Previous Post

ଅଚ୍ୟୁତ ସାମନ୍ତଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୧ଲକ୍ଷ ୨୮ ହଜାର

Next Post

‘ବାହୁବଳୀ’ ଗୟାଧର ବିଜେଡିରୁ ତଡ଼ାଖାଇ ବିଜେପିକୁ ପଳେଇଲେ

Next Post
‘ବାହୁବଳୀ’ ଗୟାଧର ବିଜେଡିରୁ ତଡ଼ାଖାଇ ବିଜେପିକୁ ପଳେଇଲେ

'ବାହୁବଳୀ' ଗୟାଧର ବିଜେଡିରୁ ତଡ଼ାଖାଇ ବିଜେପିକୁ ପଳେଇଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA