Monday, August 10, 2026 01:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଝାରସୁଗୁଡ଼ା ପାଇଁ ବିଜେଡିର ସମରସଜ୍ଜା

ବ୍ଲକ୍, ମ୍ୟୁନିସିପାଲିଟି ଦାୟିତ୍ୱରେ ୧୨ ନେତା

by Our Correspondent
07 Apr, 2023- 03:25 PM
in Latest News, News, Politics
1 min read
0
ଝାରସୁଗୁଡ଼ା ପାଇଁ ବିଜେଡିର ସମରସଜ୍ଜା

naveen-patnaik-BJD-FB

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି କରିଛି ସମରସଜ୍ଜା । ଝାରସୁଗୁଡ଼ା ମ୍ୟୁନିସିପାଲିଟି ସମେତ ୪ ବ୍ଲକ୍ ପାଇଁ ଦଳର ୧୨ ଜଣ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାର ଦାୟିତ୍ୱ ଏମାନେ ସମ୍ଭାଳିବେ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ବରିଷ୍ଠ ନେତାମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ ଜଣାଇଛନ୍ତି ।

କିରମିରା ବ୍ଲକ୍ ପାଇଁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଶ୍ରୀମତୀ ଟୁକୁନି ସାହୁଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଥିବା ବେଳେ କୋଲାବିରା ବ୍ଲକ୍ ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବିଧାୟକ ସରୋଜ ମେହେର, ଝାରସୁଗୁଡ଼ା ବ୍ଲକ୍ ପାଇଁ ବିଧାୟକ ପଦ୍ମନାଭ ବେହେରା ଏବଂ ଡ. ଅରୁଣ କୁମାର ସାହୁ, ଲାଇକେରା ବ୍ଲକ୍ ପାଇଁ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏବଂ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ତଥା ଝାରସୁଗୁଡ଼ା ମ୍ୟୁନିସିପାଲିଟି ପାଇଁ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂହଦେଓ, ସ୍ନେହାଙ୍ଗିନୀ ଛୁରିଆ ଏବଂ ରୀତା ସାହୁଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି ।

ପୂର୍ବରୁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଏବଂ ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ଭାବେ ଉପନିର୍ବାଚନ ପରିଚାଳନାର ସାମଗ୍ରିକ ଦାୟିତ୍ୱ ଅର୍ପଣ କରାଯାଇସାରିଛି । ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ଆଜି ଝାରସୁଗଡ଼ାରେ ଏହି ତିନି ପର୍ଯ୍ୟବେକ୍ଷକଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ଦଳୀୟ ରଣନୀତି ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି ।

ବିଜେଡି ଯଥେଷ୍ଟ ଆଗରୁ ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଘୋଷଣା କରି ଝାରସୁଗୁଡ଼ାରେ ସମରସଜ୍ଜା ଆରମ୍ଭ କରିଦେଇଥିଲା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ଏ ଯାଏଁ ପ୍ରାର୍ଥୀ ଘୋଷଣା ହୋଇନାହିଁ କି ରଣନୀତି ପ୍ରସ୍ତୁତ ହୋଇନାହିଁ । ପିସିସି ପକ୍ଷରୁ ୬ ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ଏଆଇସିସିକୁ ପଠାଯାଇଥିଲା ବେଳେ ବିଜେପି ପ୍ରାର୍ଥୀତ୍ୱକୁ ନେଇ ଛକାପଂଝା ଚାଲିଛି । ତେବେ ଦିନେ ଦୁଇଦିନ ମଧ୍ୟରେ ଏହି ଦୁଇ ଦଳର ପ୍ରାର୍ଥୀ ଘୋଷଣା ହୋଇଯିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ୍ ୧୩ ରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ୍ ୨୦ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି । ମେ’ ୧୦ ରେ ଭୋଟ ଗ୍ରହଣ ହେବ ।

 

Previous Post

ଝାରସୁଗୁଡା ମଇଦାନରେ ପ୍ରାର୍ଥୀ ଦେଲା କଳିଙ୍ଗସେନା

Next Post

ଠିକା କର୍ମଚାରୀଙ୍କୁ ଏ କି ନ୍ୟାୟ?

Next Post
ଠିକା କର୍ମଚାରୀଙ୍କୁ ଏ କି ନ୍ୟାୟ?

ଠିକା କର୍ମଚାରୀଙ୍କୁ ଏ କି ନ୍ୟାୟ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA