Sunday, August 9, 2026 11:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଠିକା କର୍ମଚାରୀଙ୍କୁ ଏ କି ନ୍ୟାୟ?

ଦଳିତ ମହିଳାଙ୍କ ଚାକିରି ଚାଲିଗଲା

by Our Correspondent
07 Apr, 2023- 06:04 PM
in Latest News, News
1 min read
0
ଠିକା କର୍ମଚାରୀଙ୍କୁ ଏ କି ନ୍ୟାୟ?

ଭୁୁବନେଶ୍ୱର: ୨୦୨୨ ଅକ୍ଟୋବର ୧୫ ତାରିଖରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଠିକା ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ସବୁ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ନିୟମିତ କରାଯିବା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଗଲା । ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ନିଜେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ । ତା’ ପରଦିନ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହାର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଲା ।

ଉକ୍ତ ବିଜ୍ଞପ୍ତିରେ ଗ୍ରୁପ୍- ବି, ସି, ଡି ପଦବୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଆଇନ, ୨୦୧୩ ନିୟମକୁ ରଦ୍ଦ କରାଯାଇ ଓଡ଼ିଶା ଗ୍ରୁପ୍ ବି, ସି, ଡି ପୋଷ୍ଟସ୍(ରିପିଲ୍ ଆଣ୍ଡ ସ୍ପେଶାଲ ପ୍ରୋଭିଜନସ୍)ରୁଲସ୍, ୨୦୨୨ ପ୍ରଣୟନ କରାଗଲା । ଇନିସିଆଲ୍ ଆପଏଣ୍ଟିଙ୍କୁ ସ୍ଥାୟୀ କର୍ମଚାରୀ କରାଗଲା । ଏହି ବ୍ୟବସ୍ଥାରେ ୫୭ ହଜାରରୁ ଅଧିକ ଠିକା କର୍ମଚାରୀ ନିୟମିତ ହେଲେ ବୋଲି କୁହାଗଲା ।

ତେବେ ଏହି ନୂଆ ନିୟମ କାର୍ଯ୍ୟକାରିତାର ଏକ ବିକଳ ଚିତ୍ର ସାମନାକୁ ଆସିଛି । ଭୁବନେଶ୍ୱର ମହାନଗର ନିଗମରେ ୬ ବର୍ଷ ଠିକା ଅବଧି ପୂରଣ କରିଥିବା ଜଣେ ମହିଳା କର୍ମଚାରୀଙ୍କ ନିଯୁକ୍ତିକୁ ସ୍ଥାୟୀ କରିବା ବଦଳରେ କର୍ତ୍ତୃପକ୍ଷ ବିନା ଦୋଷରେ ଚାକିରିରୁ ବିଦା କରିଦେଇଛନ୍ତି । ଆହୁରି ଗର୍ହିତ କାର୍ଯ୍ୟଟି ହେଉଛି, ୨୦୨୨ ମାର୍ଚ୍ଚ ୩୧ ତାରିଖରୁ ତାଙ୍କର ଚାକିରି ଶେଷ ହୋଇଯାଇଛି ବୋଲି ୨୦୨୩ ମାର୍ଚ୍ଚ ୩୧ ତାରିଖରେ ଅଫିସ ଅର୍ଡର ବାହାରିଛି । ଗତକାଲି(ଗୁରୁବାର) ଦିନ ତାଙ୍କୁ ଏହି ଅର୍ଡର ଧରାଇ ଅଫିସରୁ ତଡ଼ି ଦିଆଯାଇଛି ।

ଚାକିରି ହରାଇଥିବା ଏହି ମହିଳାଙ୍କ ନାଁ ଭାରତୀ ମଲ୍ଲିକ । ତାଙ୍କ ଘର ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରଡା ଗାଁ । ରାଜ୍ୟରେ ଚୁକ୍ତିଭିତ୍ତିକ(ଠିକା) କର୍ମଚାରୀ ନିଯୁକ୍ତି ପ୍ରକ୍ରିୟାରେ ଗତ ୨୦୧୩-୧୪ ମସିହାରେ ନଗର ଉନ୍ନୟନ ବିଭାଗ ଅଧୀନରେ ତାଙ୍କୁ ଚାକିରି ମିଳିଥିଲା । ଭୁବନେଶ୍ୱର ମହାନଗର ନିଗମରେ ଡ୍ରାଫ୍ଟସମ୍ୟାନ ଭାବେ ନିଯୁକ୍ତି ପାଇଥିଲେ ।

୨୦୨୨ ମାର୍ଚ୍ଚ ୩୧ ତାରିଖରେ ବିଏମସିରେ ତାଙ୍କର ୬ ବର୍ଷ ଠିକା ଚାକିରି ପୂରଣ ହେଉଥିଲା । ତେବେ ଅବଧି ପୂରଣର ଯଥେଷ୍ଟ ପୂର୍ବରୁ ଚାକିରି କାଳ ବୃଦ୍ଧି ପାଇଁ ସେ ଆବେଦନ କରିଥିଲେ । ତାଙ୍କର ଆବେଦନକୁ ବିଏମସି କର୍ତ୍ତୃପକ୍ଷ ନଗର ଉନ୍ନୟନ ବିଭାଗର ସ୍ପଷ୍ଟୀକରଣ ପାଇଁ ପଠାଇ ଦେଇଥିଲେ । ତାଙ୍କର ଚୁକ୍ତି ସମୟ ସରିଥିଲେ ମଧ୍ୟ ନଗର ଉନ୍ନୟନ ବିଭାଗର ସ୍ପଷ୍ଟୀକରଣ ଆସି ନ ଥିଲା କି ବିଏମସି କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ । ଭାରତୀ ପୂର୍ବଭଳି ତାଙ୍କର ଡ୍ୟୁଟି କରୁଥିଲେ ।

ଇତିମଧ୍ୟରେ ଗତ ଅକ୍ଟୋବର ୧୫ ତାରିଖରେ ଠିକା ନିଯୁକ୍ତିକୁ ନିୟମିତ କରିବା ନେଇ ରାଜ୍ୟ କ୍ୟାବିନେଟ୍ ରେ ନିଷ୍ପତ୍ତି ନିଆଗଲା । ମୁଖ୍ୟମନ୍ତ୍ରୀ ନିଜେ ଏହାକୁ ଘୋଷଣା କରିଥିଲେ । ପରଦିନ ବିଜ୍ଞପ୍ତି ବି ପ୍ରକାଶ ପାଇଲା ।

ନିଜର ଠିକା ଚାକିରି ବଞ୍ଚାଇବାକୁ ନେଇ ପୂର୍ବରୁ ସନ୍ଦିହାନରେ ଥିବା ବିଏମସିର ବରିଷ୍ଠ ଡ୍ରାଫ୍ଟସମ୍ୟାନ୍ ଭାରତୀ ମଲ୍ଲିକ ଏହି ବିଜ୍ଞପ୍ତିରେ ପରେ ନିଜର ନିୟମିତ ଚାକିରି ନେଇ ସୁନିଶ୍ଚିତ ହୋଇଯାଇଥିଲେ । ଚାକିରିକୁ ନେଇ ତାଙ୍କ ମନରେ ଆଉ କୌଣସି ସନ୍ଦେହ ନ ଥିଲା ।

ମାତ୍ର ତାଙ୍କ ମନର ଖୁସି ବେଶୀ ଦିନ ରହିନାହିଁ । ଗତକାଲି(ଗୁରୁବାର) ଅଚାନକ ସେ ଚାକିରି ଛଟେଇର ଅଫିସ ଅର୍ଡର ପାଇଛନ୍ତି । ତାଙ୍କର ଚୁକ୍ତି ଅବଧି ୩୧. ୦୩.୨୦୨୨ରିଖରେ ସରିବା ଦିନଠାରୁ ସେ ଆଉ ଚାକିରିରେ ନାହାନ୍ତି । ବିଏମସି କମିସନରଙ୍କ ଦସ୍ତଖତରେ ଏହି ଅର୍ଡର ଠିକ୍ ବର୍ଷକ ପରେ ହୋଇଛି । ତାଙ୍କର ଚାକିରିକାଳ ବୃଦ୍ଧି ନେଇ ନଗର ଉନ୍ନୟନ ବିଭାଗଠାରୁ ସ୍ପଷ୍ଟୀକରଣ ନ ମିଳିବାରୁ ବିଏମସି ଏହି ପଦକ୍ଷେପ ନେଇଥିବା ଦର୍ଶାଯାଇଛି ।

ଏଭଳି ଅଫିସ୍ ଅର୍ଡରର ବୈଧତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ଜଣଙ୍କର ଆଉ ଚାକିରି ନାହିଁ ବୋଲି ବର୍ଷେ ପରେ ଅଫିସ୍ ଅର୍ଡର ବାହାରି ପାରିବ କି? ଯଦି ନଗର ଉନ୍ନୟନ ବିଭାଗରୁ ସ୍ପଷ୍ଟୀକରଣ ଆସି ନ ଥିଲା, ତାଙ୍କୁ କାର୍ଯ୍ୟ କରିବାକୁ ବିଏମସି ଅନୁମତି ଦେଉଥିଲା କେମିତି? ଦ୍ୱିତୀୟରେ, ଠିକା ନିଯୁକ୍ତିକୁ ଉଚ୍ଛେଦ କରାଯାଇ ଠିକା କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ପାଇଁ ସରକାର ଆଇନ କରିଥିବାରୁ ଭାରତୀଙ୍କ କ୍ଷେତ୍ରରେ ତାହାର ଉଲ୍ଲଂଘନ ହେଉଛି ନା ନାହିଁ?

ଜଣେ ଦଳିତ ମହିଳାଙ୍କ ରୋଜଗାର ଛଡ଼ାଇବା ପୂର୍ବରୁ ବିଏମସି କର୍ତ୍ତୃପକ୍ଷ ଏହାର ତର୍ଜମା କରିବାର ଆବଶ୍ୟକତା ଥିଲା । କେବଳ ବିଏମସି କାହିଁକି, ରାଜ୍ୟ ସରକାରଙ୍କ ପାଇଁ ଆଗକୁ ଏହା ବିପଦ ଆଣିପାରେ ।

Previous Post

ଝାରସୁଗୁଡ଼ା ପାଇଁ ବିଜେଡିର ସମରସଜ୍ଜା

Next Post

ଅପ୍ରେଲ୍‍ ୧୪ରୁ କିଟରେ ଦୁଇ ଦିନିଆ Y-20 କନ୍‍ସଲଟେଟିଭ୍‍ ସମ୍ମିଳନୀ

Next Post
ଅପ୍ରେଲ୍‍ ୧୪ରୁ କିଟରେ ଦୁଇ ଦିନିଆ Y-20 କନ୍‍ସଲଟେଟିଭ୍‍ ସମ୍ମିଳନୀ

ଅପ୍ରେଲ୍‍ ୧୪ରୁ କିଟରେ ଦୁଇ ଦିନିଆ Y-20 କନ୍‍ସଲଟେଟିଭ୍‍ ସମ୍ମିଳନୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA