Friday, September 4, 2026 11:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବନ୍ୟା ସହାୟତା ପ୍ରଦାନରେ ପାତରଅନ୍ତର

ସାମ୍ୱାଦିକ ସମ୍ମିଳନୀରେ ବର୍ଷିଲା ବିଜେଡି

by Our Correspondent
03 Sep, 2026- 07:40 PM
in Latest News, News
1 min read
0
ବନ୍ୟା ସହାୟତା ପ୍ରଦାନରେ ପାତରଅନ୍ତର

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସହାୟତା ପ୍ରଦାନରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଓ ସରକାରଙ୍କର ପାତରଅନ୍ତର ନୀତି ଲୋକଙ୍କୁ ହତାଶ କରିଛି ବୋଲି ବିଜେଡି ଅଭିଯୋଗ କରିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଂଝାରପୁର ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ଓ ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନରେ ବିଫଳତା ଓ ପାତରଅନ୍ତର ନୀତି ପାଇଁ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ।

ଶ୍ରୀମତୀ ମଲ୍ଲିକ କହିଥିଲେ, ବନ୍ୟା ଆସିବାର ୨୬ ଦିନ ବିତିଯାଇଥିଲେ ସୁଦ୍ଧା, ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଏବେବି ଜଳ ଘେରରେ ରହିଛି ଓ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ । ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କର କୌଣସି ପୂର୍ବ ପ୍ରସ୍ତୁତି ନଥିଲା । ସରକାରଙ୍କ ବିଭିନ୍ନ ବିଭାଗ ଗୁଡିକ ଭିତରେ ତାଳମେଳ ନଥିଲା । ସରକାରଙ୍କ ପୂର୍ବ ପ୍ରସ୍ତୁତି ଥିଲେ, ବରୀ, ବିଂଝାରପୁର ଓ ଦଶରଥପୁର ଅଞ୍ଚଳରେ ଘାଇ ହୋଇନଥାନ୍ତା । ବନ୍ୟା ଜଳ ବିଭିନ୍ନ ଜନବସତି ଅଞ୍ଚଳକୁ ପ୍ରବେଶ କଲା ପରେ ସରକାରଙ୍କ ତରଫରୁ ଶୁଖିଲା ଖାଦ୍ୟ, ଗୋଖାଦ୍ୟ ଓ ଅନ୍ୟ ରିଲିଫ ସାମଗ୍ରୀ ପହଞ୍ଚିବାରେ ଅହେତୁକ ବିଳମ୍ୱ ହୋଇଥିଲା । ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲା ଗସ୍ତ କଲେ, ଡ଼ଙ୍ଗାରେ ବୁଲିଲେ, ଫଟୋ ଉଠାଇଲେ କିନ୍ତୁ ଲୋକଙ୍କ ଅସୁବିଧା କଥା ବୁଝିଲେ ନାହିଁ । ଆମେ ଯାଇଥିଲୁ ମୁଖ୍ୟମନ୍ତ୍ରୀଙ୍କୁ ଲୋକଙ୍କ ଅସୁବିଧା ବିଷୟରେ ଜଣାଇବା ପାଇଁ, କିନ୍ତୁ ଆମକୁ ଅପମାନିତ କରାଗଲା ।

ଶ୍ରୀ ମଲ୍ଲିକ କହିଥିଲେ, ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପାଇଁ ଯାଜପୁର ଜିଲ୍ଲା ଗସ୍ତ କରିଥିଲେ, କିନ୍ତୁ ସର୍ବାଧିକ ପ୍ରଭାବିତ ବରୀ ଅଞ୍ଚଳକୁ ଗସ୍ତ କରିବାକୁ ଗୁରୁତ୍ୱ ଦେଇନଥିଲେ । ସେହିପରି, ଉପମୁଖ୍ୟମନ୍ତ୍ରୀ ମଧ୍ୟ ଯାଜପୁର ଜିଲ୍ଲା ଗସ୍ତ ସମୟରେ ବରୀ ଅଞ୍ଚଳକୁ ଗସ୍ତ କରିନଥିଲେ । ସରକାରଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ରିଲିଫ ସାମଗ୍ରୀ ଟ୍ରକରେ ଆମ ଅଞ୍ଚଳରେ ପହଞ୍ଚିଥିଲା, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହା ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର ହୋଇନଥିଲା । ଏହି ରିଲିଫ ସାମଗ୍ରୀ କେଉଁଆଡେ ଗଲା ତାର ଟେର କେହି ପାଇଲେ ନାହିଁ । କିନ୍ତୁ କିଛି ସ୍ଥାନୀୟ ବିଜେପି ନେତା ଏହି ରିଲିଫ ସାମଗ୍ରୀ କିଛି ଅଞ୍ଚଳରେ ବାଣ୍ଟି ତାର ଫଟୋ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ । ବନ୍ୟା ଯୋଗୁଁ ଚାଷୀ ଭାଇ ମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଚାଷୀଙ୍କ କ୍ଷତିର ଆକଳନ ଏପର୍ଯ୍ୟନ୍ତ ହୋଇନାହିଁ ।

ଶ୍ରୀମତୀ ସୁଜାତା ସାହୁ କହିଥିଲେ ଯେ ଦଶରଥପୁର ଅଞ୍ଚଳରେ ଗତ ୩୬ ଦିନ ଭିତରେ ୬ ଥର ବନ୍ୟାଜଳ ପ୍ରବେଶ କରିଛି । ଏବେବି ପ୍ରାୟ ୫୩,୦୦୦ ଲୋକ ପାଣି ଘେରରେ ଅଛନ୍ତି । ଲୋକଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରିବାରେ ସରକାର ବିଫଳ ହୋଇଛନ୍ତି ।

ତେବେ ବିଜେଡିର ଅଭିଯୋଗ ଉପରେ ସରକାରଙ୍କ ପ୍ରତିକ୍ରିୟା ମିଳିନାହିଁ ।

Previous Post

ନବୀନ ଓ ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା ଖାରଜ

Next Post

ରାଜଧାନୀ ବଜାର ଦଖଲ ପାଇଁ ଡାଲମିଆର ବଡ଼ ବାଜି

Next Post
ରାଜଧାନୀ ବଜାର ଦଖଲ ପାଇଁ ଡାଲମିଆର ବଡ଼ ବାଜି

ରାଜଧାନୀ ବଜାର ଦଖଲ ପାଇଁ ଡାଲମିଆର ବଡ଼ ବାଜି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA