Monday, October 26, 2026 02:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଆନ୍ଧ୍ର ହାତକୁ କୋଟିଆ ଟେକିଦେବାକୁ ଚକ୍ରାନ୍ତ’

ସାମ୍ବାଦିକ ସମ୍ମିଳନୀରେ ବର୍ଷିଲା ବିଜେଡି

by Our Correspondent
25 Oct, 2026- 11:43 PM
in Latest News, News
1 min read
0
‘ଆନ୍ଧ୍ର ହାତକୁ କୋଟିଆ ଟେକିଦେବାକୁ ଚକ୍ରାନ୍ତ’

ଭୁବନେଶ୍ୱର: ଓଡିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାର କୋଟିଆ ପ୍ରସଙ୍ଗରେ ତିଳେ ମାତ୍ର ଆନ୍ତରିକତା ଦେଖାଉ ନାହିିଁ । ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ କେନ୍ଦ୍ର ସରକାରରେ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଥିବା ସତ୍ତ୍ୱେ ରାଜ୍ୟ ସରକାର ଚୁପ ହୋଇ ବସିଛନ୍ତି । ଏନେଇ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦକ, ପୂର୍ବତନ ସାଂସଦ ତଥା ଜାତୀୟ ମୁଖପାତ୍ର ପ୍ରଦୀପ ମାଝୀ ଓ ସାଧାରଣ ସମ୍ପାଦକ ତଥା ଜାତୀୟ ମୁଖପାତ୍ର ଭୃଗୁ ବକ୍ସିପାତ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ଶ୍ରୀ ମାଝୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଅନେକ ଦିଗକୁ ଉଲ୍ଲେଖିତ କରୁଛି । କୋଟିଆ ପ୍ରସଙ୍ଗରେ ବିଜେପି ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଲେ ନାହିଁ । କୋଟିଆ ରାଜ୍ୟର ଭୂସ୍ୱର୍ଗ । ପର୍ଯ୍ୟଟକ ମାନଙ୍କୁ ବିମୋହିତ କରିଥାଏ । ଓଡ଼ିଶାବାସୀ କୋଟିଆ ଆମର ବୋଲି କହୁଥିବା ବେଳେ କିନ୍ତୁ ଆଜି କୋଟିଆ ଅସହାୟ ହୋଇ ପଡିଛି । ତାହାର ଦୂରାବସ୍ଥା ଦେଖିବା ପାଇଁ କେହି ବି ନାହାଁନ୍ତି । ନିର୍ବାଚନ ପୂର୍ବରୁ ଓ ପରେ ବିଜେପି ସରକାର ମାଳ ମାଳ ପ୍ରତିଶ୍ରୁତି ଦେଇଥିବା ବେଳେ ପୂରଣ କରିବାକୁ ଭୁଲି ଗଲେ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରିଥିଲେ । ମାଆକୁ ଆମ୍ଭେ ମାନେ କେବେ ମାଉସୀ ବୋଲି ଡାକିବୁ ନାହିଁ ବୋଲି କହିଥିଲେ । ଉତ୍କଳ ଦିବସ ମଧ୍ୟ ସେଠାରେ ପାଳନ କରିଥିଲେ । ଆମ ମା ମାଟିକୁ ଆନ୍ଧ୍ର ପ୍ରଦେଶ ହାତକୁ ଯିବାକୁ ଦେବୁନାହିଁ ବୋଲି କହିଥିଲେ । କିନ୍ତୁ ତାହା କେବଳ ଲୋକ ଦେଖାଣିଆ ଥିଲା ବୋଲି ପ୍ରମାଣିତ ହୋଇଛି । ଉକ୍ତ ପ୍ରସଙ୍ଗରେ ବିଜେପି ସରକାରଙ୍କ ଆନ୍ତରିକତା ନାହିଁ । ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସମେତ କେନ୍ଦ୍ରରେ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ରହିଛି । ସେମାନେ ଚାହିଁ ଥିଲେ ସିଧାସଳଖ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରି ପାରିଥାନ୍ତେ । କିନ୍ତୁ ତାହା କରିଲେ ନାହିଁ । ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଦ୍ୱାରା କୋଟିଆ ପ୍ରସଙ୍ଗର ସମାଧାନ ହେବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ । ମାଳ ମାଳ ମନ୍ତ୍ରୀ ମାନେ କୋଟିଆ ଗସ୍ତ କରି ସ୍ଥାୟୀ ସମାଧାନ କରିବେ ବୋଲି ବୟାନବାଜି କରିଥିଲେ । ତାହା ମଧ୍ୟ ପାଣିର ଗାର ସାଜିଲା । କୌଣସି ସ୍ଥାୟୀ ସମାଧାନ ହେଲା ନାହିଁ । ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀଙ୍କ ବାରମ୍ବାର କୋଟିଆ ଗସ୍ତ ହୋଇଥିଲେ ସୁଦ୍ଧା ଫଳାଫଳ ଶୂନ୍ୟ ରହିଛି । ଗତ ଅଢେଇ ବର୍ଷ ମଧ୍ୟରେ ରାଜ୍ୟ ସରକାର କୋଟିଆ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

କୋଟିଆ ଦୁର୍ଗମ ଓ ଅଗମ୍ୟ ହୋଇ ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ବିକାଶ ମୂଳକ କାର୍ଯ୍ୟ ହୋଇଥିଲା । ସାରା ଦେଶ ପାଇଁ ବିକାଶର ଏକ ରୋଲ ମଡେଲ ସାଜିଥିଲା । ବିଦୁ୍ୟତ, ରାସ୍ତା, ବିଦ୍ୟାଳୟ, ଥାନା, ଜୀବନ ଜୀବିକା ଆଦି କରି ରୂପରେଖ ପରିବର୍ତନ କରାଇଥିଲେ । ବିଜେଡି ଶାସନ କାଳର ବିକାଶ ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚିଥିଲା । କୋଟିଆ ପାଇଁ ୧୬୪କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ କରାଯାଇଥିଲା । କିନ୍ତୁ ବିଜେପି ସରକାରରେ ତାହା ଅବହେଳିତ ହୋଇରହିଛି । କୋଟିଆ ଓଡ଼ିଶାର ହୋଇଥିବା ବେଳେ ମାତ୍ର କୋଟିଆ ଗାଁ ଗୁଡିକ ଉପରେ ଆନ୍ଧ୍ରର ଆଖି ରହିଛି । ଗତ ଅଢେଇ ବର୍ଷରେ ବିଜେପି ସରକାର କୋଟିଆରେ ରଙ୍ଗ ମଧ୍ୟ ମାରି ନାହାଁନ୍ତି । କୋଟିଆର ଉନ୍ନତି ମୂଳକ କାର୍ଯ୍ୟ ଦୂରରେ ଥାଉ । ଆଜି କୋଟିଆ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ବିଜେପି ସରକାରଙ୍କ ଖାଲି ଭାଷଣ ବାଜି, କାମରେ ହେଲେ ଜିରୋ । ଦୁଇଟି ରାଜ୍ୟ ମଧ୍ୟରେ କୋଟିଆ ପ୍ରସଙ୍ଗରେ ବିବାଦ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ବସି ରହିଛନ୍ତି । ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ, ନେତା ଆଦି ଓଡ଼ିଶା ମଧ୍ୟକୁ ପ୍ରବେଶ କରି କୋଟିଆରେ ରାଜନୈତିକ ପ୍ରଚାର କରୁଛନ୍ତି । କିନ୍ତୁ ସବୁ ଦେଖି ବିଜେପି ସରକାର ଚୁପ୍ ରହିଛନ୍ତି । ବିଜେପି ସରକାରଙ୍କ ଓଡିଆ ଅସ୍ମିତାର ଦ୍ୱାହି ଏତେ ବେଳକୁ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି । କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କିଛି ନବୁଝି ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇ ମୁମ୍ୱାଇ ପଲେଇ ଗଲେ । ଜଣେ ଉପ ଜିଲ୍ଳାପାଳ କୋଟିଆ ବିବାଦ ବୁଝିବେ । ମୁଖ୍ୟମନ୍ତ୍ରୀ ମାଟିକୁ ଭୁଲି ପାର୍ଟିକୁ ଗୁରୁତ୍ୱ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ରାଜ ଧର୍ମ ପାଳନ କରନ୍ତୁ, ରାଜନୈତିକ ପଶାପାଲିରୁ ଦୂରରେ ରୁହନ୍ତୁ । ବିଜେପି ସରକାରଙ୍କ ନିଦ ନଭାଙ୍ଗିଲେ କୋଟିଆ ଆନ୍ଧ୍ର ପ୍ରଦେଶ ସରକାରଙ୍କ ହୋଇଯିବ । କୋଟିଆରେ ୯୫ ପ୍ରତିଶତ ଆଦିବାସୀ ଲୋକେ ବସବାସ କରୁଛନ୍ତି । ତାଙ୍କୁ ଆନ୍ଧ୍ର ପ୍ରଦେଶ ପଠାଇ ଦେବାକୁ ବିଜେପି ସରକାର ଚକ୍ରାନ୍ତ କରୁଛନ୍ତି କି ପ୍ରଶ୍ନ ଉଠୁଛି । କୋଟିଆକୁ ସୁରକ୍ଷିତ ରଖିବା ପାଇଁ ବିଜେଡି ସର୍ବଦା ଲଢେଇ କରି ଆସୁଛି, ଆଗକୁ ମଧ୍ୟ ଲଢେଇ ଜାରି ରଖିବ ।

ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, କୋଟିଆ ବିବାଦକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବିଜେଡିର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗସ୍ତ କରିଥିଲେ । ସେଠାକାର ପ୍ରତିଟି ସ୍ଥିତି ଅନୁଧ୍ୟାନ କରିଥିଲେ । ଯାହାକୁ ଗଣମାଧ୍ୟମ ସମ୍ମୁଖରେ ମଧ୍ୟ ଉପସ୍ଥାପନ କରାଯାଇଥିଲା । ରାଜ୍ୟ ସରକାର ତାହା ଜାଣି ମଧ୍ୟ ବିବାଦର ସମାଧାନ ନେଇ ମନ ନିବେଶ କରୁନାହାଁନ୍ତି । ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି । ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଥିବା ବେଳେ କୋଟିଆ ସୀମା ବିବାଦର ପ୍ରଧାନମନ୍ତ୍ରୀ ସମାଧାନ କରି ଦେଇପାରନ୍ତେ । ଓଡିଶାବାସୀଙ୍କ ସମସ୍ୟାକୁ ପ୍ରଧାନମନ୍ତ୍ରୀ ବୁଝନ୍ତୁ, ଏଥି ସହିତ ଏହାର ସମାଧାନ କରନ୍ତୁ । ବିଜେପି ସରକାର ନିର୍ବାଚନ ସମୟରେ କୋଟିଆ ସୀମା ବିବାଦର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହାକୁ ପୂରଣ କରିବାରେ ଭୁଲି ଯାଇଛନ୍ତି । ଓଡିଶା ଓ ଆନ୍ଧ୍ର ପ୍ରଦେଶ ସହ ସମସ୍ତ ବିବାଦ ଗତ ଅଢେଇ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି । ଯାହାର କୌଣସି ସମାଧାନ ହେଲା ନାହିଁ । ଟ୍ରିପଲ ଇଞ୍ଜିନ ସରକାର ଥିବା ବେଳେ ଓଡ଼ିଶା ସରକାର ଚୁପ ହୋଇ ବସିଛନ୍ତି । ଆନ୍ଧ୍ର ପ୍ରଦେଶ ସରକାର ସପକ୍ଷରେ କେନ୍ଦ୍ର ସରକାରଙ୍କ ସମସ୍ତ ନିଷ୍ପତ୍ତି ଯାଉଛି । କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶ ସରକାରଙ୍କ ସପକ୍ଷରେ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ମନ ଦେଲେ କିଛି ସମୟ ମଧ୍ୟରେ ବିବାଦ ସମଧାନ ହେବ । ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି ଏନେଇ ପଦକ୍ଷେପ ଗ୍ରହଣ କରିବା ନିହାତି ଆବଶ୍ୟକ ।

ଶ୍ରୀ ବକ୍ସିପାତ୍ର ଆହୁରି ମଧ୍ୟ କହିଛନ୍ତି, ଓଡିଶା ସରକାରଙ୍କ ଅବହେଳା ଯୋଗୁଁ କୋଟିଆ ସୀମା ବିବାଦର ସ୍ଥାୟୀ ସମାଧାନ ହେଉନାହିଁ । ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର କୌଣସି ସ୍ଥାୟୀ ସମାଧାନ ନହୋଇ ଗତ ଅଢେଇ ବର୍ଷରେ ତାହା ଆହୁରି ବୃଦ୍ଧି ପାଇଛି । ବିଜେପି ସରକାରଙ୍କ ପାଇଁ ଓଡ଼ିଶାର ସ୍ୱାର୍ଥ ସାଧିତ ହେବା ବଦଳରେ ଅନେକ କ୍ଷତି ହୋଇଛି । ମହାନଦୀ ପ୍ରସଙ୍ଗରେ ଛତିଶଗଡ ସରକାର ଏବଂ ପୋଲାଭରମ୍, କୋଟିଆ, ବଂଶଧାରା ଆଦି ସମସ୍ତ ପ୍ରସଙ୍ଗରେ କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶ ସରକାରଙ୍କ ସପକ୍ଷରେ ମତ ପୋଷଣ କରୁଛନ୍ତି । ଆନ୍ଧ୍ର ପ୍ରଦେଶ ସରକାର ଅପଚେଷ୍ଟା କରୁଥିବା ବେଳେ ଓଡ଼ିଶା ସରକାର ଚୁପ୍ ହୋଇ ବସିଛନ୍ତି । ଇତି ମଧ୍ୟରେ କେନ୍ଦ୍ର ସରକାର ଉକ୍ତ ପ୍ରସଙ୍ଗରେ ଜାଣି ଶୁଣି ହସ୍ତକ୍ଷେପ ନକରି ଆନ୍ଧ୍ର ପ୍ରଦେଶ ସରକାରଙ୍କ ସପକ୍ଷରେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି । ବିଜେପି ସରକାର ଓଡ଼ିଶାରେ ଆସିଲେ ସବୁ ସମସ୍ୟାର ସମାଧାନ କରିଦେବା ବୋଲି ନିର୍ବାଚନ ସମୟରେ ବିଜେପି ପ୍ରତିଶୃତି ଦେଇଥିଲା । କିନ୍ତୁ ତାହାକୁ ପୂରଣ କରିଲା ନାହିଁ । ଓଡିଶା ଓ ଆନ୍ଧ୍ର ପ୍ରଦେଶ ଆନ୍ତ ରାଜ୍ୟ ସୀମା ବିବାଦରେ ବିଜେପି ସରକାର ଚୁପ୍ ରହିଛନ୍ତି । ବିଜେଡି ଶାସନ କାଳରେ କୋର୍ଟରେ ବଂଶଧାରା ନେଇ ଲଢେଇ କରିଥିଲା । କିନ୍ତୁ ବଂଶଧାରା ଟ୍ରିବ୍ୟୁନାଲ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସପକ୍ଷରେ ରାୟ ପ୍ରକାଶ କରିଥିଲେ । ସେତେ ବେଳେ ବି କେନ୍ଦ୍ର ସରକାର ଚୁପ୍ ରହିଲେ । ସେହିପରି ପୋଲାଭରମ ପ୍ରସଙ୍ଗରେ ଚୁପ୍ ରହିଛନ୍ତି । ଏବେ କୋଟିଆ ସୀମା ବିବାଦରେ ମଧ୍ୟ ଚୁପ୍ ରହି ଆନ୍ଧ୍ର ପ୍ରଦେଶ ସରକାରଙ୍କ ସପକ୍ଷରେ କାର୍ଯ୍ୟ କରୁଛନ୍ତି । ଏଠାରେ ବିଜେପି ପାଇଁ ମାଟି ଠାରୁ ଆଗ ପାର୍ଟି ହୋଇଛି । ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନ ଯୋଗୁଁ କେନ୍ଦ୍ରରେ ବିଜେପି ସରକାର ରହିଛି । କୋଟିଆ ବିବାଦରେ ଆନ୍ଧ୍ର ପ୍ରଦେଶକୁ କେନ୍ଦ୍ର ସରକାର ସପକ୍ଷ ନକରିଲେ ସେ ସମର୍ଥନ ନେଇଯିବାର ସମ୍ଭାବନା ରହିଛି । ତାହା ହେଲେ କେନ୍ଦ୍ରରେ ବିଜେପି ସରକାର ଭାଙ୍ଗି ଯିବାର ସମ୍ଭାବନା ରହିଛି । ତେଣୁକରି ବିଜେପି ସରକାର କୋଟିଆ ପ୍ରସଙ୍ଗ ସମାଧାନ ନକରି ରାଜନୈତିକ ଗୋଟି ଚାଳନା କରୁଛନ୍ତି । ଓଡିଆ ଅସ୍ମିତା ଆଗରେ ବିଜେପି ସରକାରଙ୍କ ପାଇଁ ଦଳୀୟ ସ୍ୱାର୍ଥ ଆଗ ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି।

Previous Post

ଓଡ଼ିଶାର ଯୁବ ପୀଢ଼ିଙ୍କ ପାଇଁ ନୂଆ ସମ୍ଭାବନା: ପ୍ରଧାନମନ୍ତ୍ରୀ

Next Post

ଆଡଭୋକେଟ୍ ଜ୍ଞାନ ମହାନ୍ତିଙ୍କ ପରଲୋକ

Next Post
ଆଡଭୋକେଟ୍ ଜ୍ଞାନ ମହାନ୍ତିଙ୍କ ପରଲୋକ

ଆଡଭୋକେଟ୍ ଜ୍ଞାନ ମହାନ୍ତିଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA